ମନୋରଞ୍ଜନ

ଖୁବ ଶୀଘ୍ର ଏହି ଝିଅକୁ ବିବାହ କରିବେ ଇଣ୍ଡିଆର ଦମଦାର ବୋଲର Jasprit Bumrah, ନାଁ ଜାଣିଲେ ଚମକି ପଡିବେ ଆପଣ

ଟିମ୍ ଇଣ୍ଡିଆର ଦମଦାର ବୋଲର ଜସପ୍ରୀତ ବୁମରାହଙ୍କୁ ତ ଆପଣ ମାନେ ବେଶ ଭଲ ଭାବେ ଜାଣିଥିବେ । ତାଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ଚାଲିଛି । କଥାଟି ହେଲା ଜସପ୍ରିତ ବୁମରାହ ଖୁବ୍ ଶୀଘ୍ର ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । କିନ୍ତୁ ସେ କେବେ ଏବଂ କାହା ସହିତ ବିବାହ ବିବାହ କରିବେ, ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବୁମରାହଙ୍କ ନାମ ବର୍ତ୍ତମାନ କ୍ରିକେଟ୍ ଆଙ୍କର୍ / ଉପସ୍ଥାପିକା ସଞ୍ଜନା ଗଣେଶନଙ୍କ ସହ ଯୋଡା ହେଉଛି ଏବଂ ଉଭୟଙ୍କର ବିବାହ ହେବାର ଚର୍ଚ୍ଚା ଜୋର ଧରିଛି ।

ଦୁହେଁ ବହୁତ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମଧ୍ୟ ମିଳୁଛି । ଏମିତି କି ଦୁହେଁ ଏହି ମାର୍ଚ୍ଚ ମାସରେ ବିବାହ କରି ପାରନ୍ତି ବୋଲି ଖବର ଶୁଣିବାକୁ ମିଳୁଛି । ସୋସିଆଲ ମିଡିଆରେ ଏହି ଖବର ଏବେ ବହୁତ ଭାଇରାଲ ହେବାରେ ଲାଗିଛି ।

ଏହା ପୂର୍ବରୁ ବୁମରାହ ସାଉଥ ଅଭିନେତ୍ରୀ ଅନୁପମା ପରମେଶ୍ୱରନଙ୍କୁ ବିବାହ କରିବାକୁ ଯାଉଛନ୍ତି ବୋଲି ଖବର ଆସିଥିଲା। କିନ୍ତୁ ତାଙ୍କ ପରିବାର ସଦସ୍ୟ ଏହାକୁ ଏକ ଗୁଜବ ବୋଲି କହିଛନ୍ତି। ପରିବାର ସଦସ୍ୟ କହିଛନ୍ତି ଯେ ଅନୁପମା ବର୍ତ୍ତମାନ ଗୁଜୁରାଟରେ ଅଛନ୍ତି ଏବଂ ତାଙ୍କ ସେ ନିଜ ଫିଲ୍ମ କାମରେ ବ୍ୟସ୍ତ ଅଛନ୍ତି।

ଏଥି ସହ ଅନୁପମାଙ୍କ ମା କହିଛନ୍ତି ଯେ ଏହା କେବଳ ଗୁଜବ। ପରିବାର ଏଥିପ୍ରତି ଅଧିକ ଧ୍ୟାନ ଦେଉ ନାହାଁନ୍ତି। ଏଭଳି ପରିସ୍ଥିତିରେ ଆସନ୍ତୁ ଦେଖିବା ସଞ୍ଜନା ଗଣେଶନ କିଏ, ଯାହାଙ୍କ ସହିତ ବୁମରାହ ଙ୍କ ବିବାହ ର ଚର୍ଚ୍ଚା ଜୋର ଧରିଛି ? 28 ବର୍ଷୀୟ ସଞ୍ଜନା ଗଣେଶନ ଜଣେ କ୍ରିକେଟ୍ ଆଙ୍କର୍ / ଉପସ୍ଥାପିକା ଅଟନ୍ତି । ସେ କିଛି ଦିନରୁ ଅନେକ ଟୁର୍ନାମେଣ୍ଟର ଅଂଶ ହୋଇ ଆସୁଛନ୍ତି ।

ସେ ଆଇପିଏଲରେ ସକ୍ରିୟ ହେବା ସହିତ ଷ୍ଟାର ସ୍ପୋର୍ଟସ ସହିତ ଜଡିତ ଅଛନ୍ତି । ସଞ୍ଜନା ଆଇସିସି ବିଶ୍ୱକପ୍ 2019 ରୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ପର୍ଯ୍ୟନ୍ତ ଆୟୋଜନ କରିଛି । ଏହା ବ୍ୟତୀତ ସଞ୍ଜନା କୋଲକାତା ନାଇଟ୍ ରାଇଡର୍ସର ଆଙ୍କର୍ ମଧ୍ୟ ଥିଲେ। ସଞ୍ଜନା 2013 ରେ ଫେମିନା ଗର୍ଜିଅସ ର ଟାଇଟଲ୍ ଜିତିଥିଲେ ।

ତେବେ ସେ MTV ର ରିଆଲିଟି ସୋ ସ୍ପିଲିଟ୍ସ ଭିଲ୍ଲାରେ ଟିଭିରେ ଡେବ୍ୟୁ କରିଥିଲେ । ସଞ୍ଜନା ପୁଣେ ର ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟରୁ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଛନ୍ତି। ଏହା ପରେ ସେ ମଡେଲିଂ ମଧ୍ୟ କରିଛନ୍ତି ଏବଂ 2014 ରେ ସେ ମିସ୍ ଇଣ୍ଡିଆର ଫାଇନାଲରେ ପ୍ରବେଶ କରିଥିଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button