ଜ୍ୟୋତିଷ

ଶାଶୁଘରେ ରାଣୀ ପରି ରହିଥାନ୍ତି ଏହି ୩ ଟି ନାମର ଝିଅ – Jyotish Shastra

ବନ୍ଧୁଗଣ ନମସ୍କାର , ବନ୍ଧୁଗଣ ପ୍ରତ୍ୟେକ ଝିଅ ଙ୍କ ମନରେ କିଛି ନିଆରା ସ୍ବପ୍ନ ରହିଥାଏ ଏବଂ ତାହା ମଧ୍ୟରୁ ବିବାହ ମଧ୍ୟ ହେଉଛି ଏକ ନିଆରା ତଥା ସ୍ଵତନ୍ତ୍ର ସ୍ବପ୍ନ। ଝିଅ ମାନେ ନିଜ ବିବାହ କୁ ନେଇ ଅନେକ କିଛି ସ୍ବପ୍ନ ଦେଖିଥାନ୍ତି। ବୈଦିକ ଯୁଗ ରୁ ଏକ ପ୍ରବାଦ ରହି ଆସିଛି। ‘ଦୁହିତା ଦୁଇ କୂଳକୁ ହିତା’। ଅର୍ଥାତ ଉଭୟ ବାପ ଘର ଏବଂ ଶାଶୁ ଘରର ମଙ୍ଗଳ ପାଇଁ ଝିଅ ମାନଙ୍କ ଜନ୍ମ ହୋଇଥାଏ।ନିଜ ବାପ ଘରେ ଝିଅ ବହୁତ ଭଲ ପାଇବା ଓ ସ୍ନେହ ରେ ବଢ଼ିଥାଏ ଏବଂ ପ୍ରତ୍ୟେକ ଝିଅ ମନରେ ଏକ ଡର ରହିଥାଏ ଯେ, ତାକୁ ଯେପରି ନିଜ ବାପ ଘରେ ଭଲ ପାଇବା ମିଳିଥିଲା ସେହିପରି ଭଲ ପାଇବା ଶାଶୁ ଘରେ ମିଳିବ ଅଥବା ନୁହେଁ।

ପ୍ରତ୍ୟେକ ଝିଅ ନିଜ ଜୀବନସାଥୀ ଉପରେ ଭରସା କରି ଏକ ନୂତନ ଜୀବନ ର ଆରମ୍ଭ କରିଥାନ୍ତି। ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏଭଳି ୩ ଟି ନାମର ଝିଅ ମାନଙ୍କ ସମ୍ବନ୍ଧରେ କୁହା ଯାଇଛି। ଯେଉଁ ମାନଙ୍କୁ ନିଜ ଶାଶୁ ଘରେ ବହୁତ ଭଲ ପାଇବା ମିଳିଥାଏ ଏବଂ ସେମାନେ ନିଜ ଶାଶୁ ଘରେ ସବୁବେଳେ ଖୁସି ରେ ରୁହନ୍ତି।ତେବେ ଆସନ୍ତୁ ଜାଣିବା ଏହି ସମ୍ବନ୍ଧରେ।

୧. ବନ୍ଧୁଗଣ ପ୍ରଥମ ଅକ୍ଷରଟି ହେଉଛି, “M”। ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ଅଟନ୍ତି।ଏମାନଙ୍କ ହୃଦୟ ବହୁତ ସଫା ହୋଇଥାଏ।ଏମାନେ କେବେବି ନିଜ ମନରେ ଅନ୍ୟ ପାଇଁ ଖରାପ ଭାବନା ରଖନ୍ତି ନାହିଁ। ଏମାନେ ନିଜ ଶାଶୁ ଘର ର ସମସ୍ତ ସଦସ୍ୟ ଙ୍କୁ ବହୁତ ଭଲ ପାଆନ୍ତି। ଏହି କାରଣରୁ ଏହି ନାମର ଝିଅ ମାନଙ୍କୁ କେବଳ ଜଣେ ଭଲ ଜୀବନସାଥୀ ହିଁ ନୁହେଁ, ବରଂ ଭଲ ଶାଶୂଘର ମଧ୍ୟ ମିଳିଥାଏ ଏବଂ ଏମାନେ ନିଜ ଶାଶୂ ଘରେ ସର୍ବଦା ଖୁସି ରେ ରୁହନ୍ତି।

୨. ବନ୍ଧୁଗଣ ଦ୍ଵିତୀୟ ଅକ୍ଷରଟି ହେଉଛି, “K”। ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେହି ଝିଅ ମାନେ ମଧ୍ୟ ଶାଶୂଘର ମାମଲାରେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ଏମାନେ ଯେଉଁ ଘରକୁ ବୋହୁ ହୋଇ ଯାଆନ୍ତି, ସେହି ଘରେ ତାଙ୍କର ସମସ୍ତ ଇଚ୍ଛା ପୂରଣ ହୋଇଥାଏ ଏବଂ ମାନ ସମ୍ମାନ ମିଳିଥାଏ।

ଏମାନଙ୍କୁ ନିଜ ଶାଶୁ ଘରେ ପୁଅ ଠାରୁ ମଧ୍ୟ ଅଧିକ ଭଲ ପାଇବା ମିଳିଥାଏ। ଏମାନେ ଶାଶୁ ଘରେ ସମସ୍ତଙ୍କ ପ୍ରିୟ ପାତ୍ର ଅଟନ୍ତି ଏବଂ ଏମାନଙ୍କୁ କେବେବି ନିଜ ଶାଶୂଘରେ ପର ବୋଲି ଅନୁଭବ ହେବାକୁ ଦିଅନ୍ତି ନାହିଁ।ଏହି କାରଣରୁ ଏହି ନାମର ଝିଅ ସର୍ବଦା ନିଜ ଶାଶୂଘରେ ଖୁସି ରେ ରୁହନ୍ତି।

୩. ବନ୍ଧୁଗଣ ତୃତୀୟ ଅକ୍ଷରଟି ହେଉଛି, “A”।ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେହି ଝିଅ ମାନେ ଅତ୍ୟନ୍ତ ସୌଭାଗ୍ୟଶାଳୀ ଅଟନ୍ତି। ଏମାନଙ୍କୁ ଏକ ଭଲ ଶାଶୂଘର ମିଳିଥାଏ। ଏହି ନାମର ଝିଅ ମାନଙ୍କୁ ତାଙ୍କ ଶାଶୁ ଓ ଶ୍ୱଶୁର ଙ୍କ ବହୁତ ଭଲ ପାଇବା ଓ ସ୍ନେହ ମିଳିଥାଏ ଏବଂ ଏମାନଙ୍କୁ ତାଙ୍କ ଶାଶୁ ଓ ଶ୍ବଶୁର ନିଜ ପଲକରେ ବସାଇ ରଖନ୍ତି। ଏହାସହିତ ଏମାନଙ୍କ ଜୀବନ ସାଥି ମଧ୍ୟ ଏମାନଙ୍କର ଖୁବ ଯତ୍ନ ନେଇଥାନ୍ତି। ଏହି କାରଣରୁ ଏହି ନାମର ଝିଅ ମାନେ ନିଜ ଶାଶୁ ଘରେ ସର୍ବଦା ଖୁସି ରେ ରୁହନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button