ମନୋରଞ୍ଜନ

Odia Dhaga Dhamali- ସବୁଦିନ କିଏ ନୂଆ ଶାଢୀ ପିନ୍ଧେ ? କଣ ଆପଣ ଜାଣିଛନ୍ତି ?

ବନ୍ଧୁଗଣ ନମସ୍କାର, ତେବେ ଆଜି ଆମେ ଆପଣଙ୍କ ପାଇଁ କିଛି ପ୍ରଶ୍ନ ଉତ୍ତରର ଖେଳ ନେଇ ଆସିଛୁ ଯେଉଁଥିରେ ଆପଣ ନିଜର ବୁଦ୍ଧି କୁ ପ୍ରଖର କରିବା ସହ କିଛି ନୂଆ ଜିନିଷ ମଧ୍ୟ ଜାଣି ପାରିବେ। ତେବେ ଏହା ଆପଣ ଙ୍କୁ ଭବିଷ୍ୟତ ରେ କୌଣସି ନା କୌଣସି ପରୀକ୍ଷା ଯେପରି ଆଇଏଏସ ଆଦି ପରୀକ୍ଷା ରେ ମଧ୍ୟ କିଛି ସାହାର୍ୟ୍ଯ କରିଥାଏ। ତେବେ ଆସନ୍ତୁ ଜାଣିନେବା ସେହି ସବୁ ପ୍ରଶ୍ନ ଉତ୍ତର ବିଷୟରେ।

୧:- ଖାଇବାକୁ ଦେଲେ ବଞ୍ଚେ, ପିଇବାକୁ ଦେଲେ ମରେ ?

ଉତ୍ତର :- ନିଆଁ ।

୨:- ଗୋଟିଏ ଗାଡି ଚାରୋଟି ପାଇଲଟ ?

ଉତ୍ତର :- କୋକେଇ ।

୩:- ଜଣେ ଲୋକ ୩ ଟଙ୍କାରେ ନଡ଼ିଆ କିଣି ୨ ଟଙ୍କାରେ କିଛି ଦିନ ବିକିଲା ପରେ ସେ କେମିତି ଲକ୍ଷପତି ହେଲା ?

ଉତ୍ତର :- ସେ ଆଗରୁ କୋଟିପତି ଥିଲା ।

୪:- ଆଗ ବାପ ର ଜନ୍ମ ନା ପୁଅର ଜନ୍ମ ?

ଉତ୍ତର :- ପୁଅ ଜନ୍ମ ହେଲାପରେ ଡାକିବ ।

୫:- ଆଜିକାଲି ଲୋକ କ’ଣ ମାଗଣାରେ ବେଶି ମାରୁଛନ୍ତି?

ଉତ୍ତର :- ମିଶକଲ୍ ।

୬:- ତିନି ଅକ୍ଷର ନାମ ତାର, ଓଲୋଟା କିମ୍ବା ସିଧା ଲେଖା ହେବ ସମାନ?

ଉତ୍ତର :- କଟକ ।

୭:- କାହାର ଜନ୍ମଦିନ ପ୍ରତିବର୍ଷ ଆସେ ନାହିଁ ?

ଉତ୍ତର :- ଫେବୃଆରୀ ୨୯ ଅଧିବର୍ଷ ।

୮:- ବଙ୍କା ବଙ୍କା ମାମୁଁ ତୁମେ ଯାଉଛ କେଣିକି, ଦାନ୍ତ କିଲା ଭଣଜା ପଛରୁ କାହିଁକି ଏହାର ମାନେ କଣ ?

ଉତ୍ତର :- ସାପ, କପାତୁଲା ।

୯:- ସବୁଦିନ କିଏ ନୂଆ ଶାଢ଼ୀ ପିନ୍ଧେ ?

ଉତ୍ତର :- ପିଜୁଳି ଗଛ ।

୧୦:- ହାତ ନାହିଁ କି ଗୋଡ ନାହିଁ କିନ୍ତୁ ମୁଣ୍ଡରେ ବସେ ?

ଉତ୍ତର :- ଟୋପି ।

୧୧:- ଗରିବ ଲୋକ ଫିଙ୍ଗି ଦିଅନ୍ତି ଧନୀ ଲୋକ ସାଇତି ରଖନ୍ତି । ତାହା କ’ଣ ?

ଉତ୍ତର :- ସିଙ୍ଗାଣି ।

୧୨:- ଆପଣଙ୍କ ଦୋଷ ନଥିଲେ ମଧ୍ୟ ସେ ଆପଣଙ୍କୁ ବାନ୍ଧି ରଖେ ?

ଉତ୍ତର :- ବେଲ୍ଟ ।

୧୩:- କିଏ ମନାକଲେ ମଧ୍ୟ ପିଛା ଛାଡେ ନାହିଁ ?

ଉତ୍ତର :- ଛାଇ ।

୧୪:- ଝିଅ ବୋହୂ ମାନେ କଣ ବର୍ଷକୁ ଥରେ କିଣନ୍ତି । କିନ୍ତୁ ବ୍ୟବହାର କରନ୍ତି ନାହିଁ ?

ଉତ୍ତର :- ରାକ୍ଷୀ ।

୧୫:- ସକାଳେ ୪ ଟି ଗୋଡ, ଦ୍ଵିପ୍ରହରରେ ୨ ଟି ଗୋଡ ସନ୍ଧ୍ୟାରେ ୩ ଟି ଗୋଡ । ସେ କିଏ ?

ଉତ୍ତର :- ମଣିଷ – ଶିଶୁ ଅବସ୍ଥା, ଯୌବନ ଅବସ୍ଥାରେ, ତିନି ମୁଣ୍ଡିଆ (ବାଧକ୍ୟ) ।

୧୬:- ମାମୁଁ ଘରେ ଗୋଠେ ଗାଈ ରାତି ପାହିଲେ ମୋଟେ ନାହିଁ ?

ଉତ୍ତର :- ତାରା ।

୧୭:- ଆକାଶରୁ ପଡ଼ିଲା ଟୋକାଟିଏ ତା’ ମୁଣ୍ଡରେ ଠୋପାଟିଏ ?

ଉତ୍ତର :- ତାଳ ।

୧୮:- କବାଟ ପଡ଼ିଲେ ଦୁନିଆ ଅନ୍ଧାର କବାଟ ଖୋଲିଲେ ଦୁନିଆ ସୁନ୍ଦର ?

ଉତ୍ତର :- ଆଖି ପତା ।

୧୯:- ତିନୋଟି ଅକ୍ଷରେ ନାମଟି ତାର ନ ରୁ ଆରମ୍ଭ ନ ରୁ ଶେଷ ଦେଖୁଥାଏ ସାରା ଦୁନିଆ ଦୃଶ୍ୟ ?

ଉତ୍ତର :- ନୟନ ( ଆଖି ) ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button