ଦେଶ- ବିଦେଶ

Interesting Gk Questions- ଗାଈ କ୍ଷୀର ଦିଏ, କୁକୁଡା ଅଣ୍ଡା ଦିଏ, କିନ୍ତୁ ସେ କିଏ ଯିଏ ଦୁଇଟା ଯାକ ଦିଏ ?

ନମସ୍କାର ସାଙ୍ଗମାନେ । ସମସ୍ତେ ସଫଳ ହେବାକୁ ପସନ୍ଦ କରିଥାନ୍ତି । କିନ୍ତୁ ସେଥିପାଇଁ ବହୁତ ପରିଶ୍ରମ ଇଚ୍ଛାଶକ୍ତି ଓ ବୁଦ୍ଧି ର ଆବଶ୍ୟକ ହୋଇଥାଏ । ଆପଣ ଦେଖିଥିବେ କିଛି ଲୋକ ଜୀବନରେ ବହୁତ୍ ଶୀଘ୍ର ସଫଳତା ପାଇଯାଇଥନ୍ତି କିନ୍ତୁ କିଛି ବ୍ୟକ୍ତିବିଶେଷ ମାନେ ବହୁତ କଷ୍ଟ କରିବା ସତ୍ତ୍ଵେ ତାଙ୍କୁ ସଫଳତା ମିଳେନାହିଁ । ଚାଲନ୍ତୁ ଆମେ ସମସ୍ତେ ନିଜର ସମୟକୁ ଅପଚୟ ନକରି ନିଜର ଜ୍ଞାନ ଭଣ୍ଡାର କୁ ବୃଦ୍ଧି କରିବା ନିଜର ଜ୍ଞାନର ସୀମା କୁ ସଙ୍କୁଚିତ କରନ୍ତୁ ନାହିଁ।

ଏହାକୁ ସର୍ବଦା ବଢ଼େଇବା ପାଇଁ ଚେଷ୍ଟା କରନ୍ତୁ। ଏହାର ଫଳ ନିଶ୍ଚୟ ଆପଣ ଙ୍କୁ ମିଳିବ। ପରିଶ୍ରମୀ ଲୋକ ସୁଖ ପାଏ ଅଳସୁଆ ଲୋକ ଦୁଃଖ ପାଏ ଏହା ତା ଆପଣ ମାନେ ସମସ୍ତେ ପ୍ରାୟ ଜାଣିଥିବେ।ଏହି କଥା ମଧ୍ୟ ଆମେ ପିମ୍ପୁଡ଼ି ଆଉ ଝିଂଟିକା ଗଳ୍ପ ରୁ ଶିକ୍ଷା ଲାଭ କରି ଆସିଛୁ। ଜ୍ଞାନ ଆମକୁ ବିନୟୀ , ଭଦ୍ର, ନମ୍ର ଓ ଚରିତ୍ର ଗଠନ ରେ ସାହାଯ୍ୟ କରେ। ଦୟା ଭାବ ଆମ ମନରେ ଜାଗ୍ରତ କରେ ।

ପ୍ରଶ୍ନ-୧

ଭାରତର ରାଷ୍ଟ୍ରୀୟ ନଦୀ ର ନାମ କଣ?

ଉ: ଗଙ୍ଗା

ପ୍ରଶ୍ନ-୨

କେଉଁ ଦେଶକୁ ସୌନ୍ଦର୍ଯ୍ୟର ଦେଶ କୁହାଯାଏ?

ଉ: ଫ୍ରାନ୍ସ

ପ୍ରଶ୍ନ-୩

କେଉଁ ଦେଶରେ ସବୁଠୁ ଅଧିକ ମନ୍ଦିର ରହିଛି?

ଉ: ଭାରତ

ପ୍ରଶ୍ନ-୪

କେଉଁ ଜିନିଷ ଆମେ ସମସ୍ତଙ୍କର ଦେଖିପାରୁ କିନ୍ତୁ ନିଜର ଦେଖି ପାରୁ ନାହିଁ?

ଉ: ଭୁଲ/ଦୋଷ

ପ୍ରଶ୍ନ-୫

କେଉଁ ଜୀବର ମସ୍ତିଷ୍କର ଓଜନ ସବୁଠୁ ଅଧିକ ହୋଇଥାଏ ?

ଉତ୍ତର – ହାତୀ

ପ୍ରଶ୍ନ-୬

ଭାରତର ସବୁଠୁ ଅଧିକ ମରୁଭୁମି କେଉଁ ରାଜ୍ୟରେ ଅଛି ?

ଉତ୍ତର – ରାଜସ୍ଥାନ

ପ୍ରଶ୍ନ-୭

କୁହନ୍ତୁ ଦେଖି ଗୋଟିଏ ହାତୀ ପାଣିରେ ପଡିଗଲା ତ ଏବେ ସେ କେମିତି ବାହାରିବ ?

ଉତ୍ତର – ଓଦା ହୋଇ

ପ୍ରଶ୍ନ-୮

ଏମିତି କେଉଁ ଜିନିଷ ଅଛି,

ଯାହାକୁ ଆମେ କେବେ ବି ଖୋଲି ନ ଥାଉ,

କିନ୍ତୁ ତାକୁ ସବୁଦିନ ବନ୍ଦ ନିଶ୍ଚିତ କରିଥାଉ ?

ଉତ୍ତର – ଆଲାରାମ

ପ୍ରଶ୍ନ-୯

ଯିଏ ତିଆରି କରେ ସେ କେବେ ବି କୁହେ ନାହିଁ,

ଯିଏ ନେଇଥାଏ ସେ ଜାଣି ପାରେ ନାହିଁ,

ଓ ଯିଏ ଜାଣିଥାଏ ସେ ନିଏ ନାହିଁ,

କୁହନ୍ତୁ ସେହି ଜିନିଷଟି କଣ ?

ଉତ୍ତର – ଜାଲି ନୋଟ

ପ୍ରଶ୍ନ-୧୦

ସୁଭାଷ ଚନ୍ଦ୍ର ବୋଷ ଅନ୍ୟ କେଉଁ ନାମରେ ପରିଚିତ ଥିଲେ ?

ଉତ୍ତର – ନେତାଜୀ

ପ୍ରଶ୍ନ-୧୧

ସୂର୍ଯ୍ୟ କିରଣରେ କଣ ଦେଖାଯାଏ ନାହିଁ ?

ଉତ୍ତର – ଅନ୍ଧାର

ପ୍ରଶ୍ନ-୧୨

ଏମିତି କେଉଁ ଜିନିଷ ଅଛି,

ଯିଏ ଦେଖିବାକୁ ଗୋଲ କିନ୍ତୁ ବଳ ନୁହେଁ,

ଲାଞ୍ଜ ଅଛି କିନ୍ତୁ ପଶୁ ନୁହେଁ ?

ଉତ୍ତର – ବେଲୁନ

ପ୍ରଶ୍ନ-୧୩

Flipkart କେଉଁ ଦେଶର କମ୍ପାନୀ ?

ଉତ୍ତର – ଭାରତ

ପ୍ରଶ୍ନ-୧୪

ଦୁନିଆର ସବୁଠାରୁ ବୁଦ୍ଧିମାନ ଦେଶ କଣ ଅଟେ?

ଉତ୍ତର:- ହଂକଂ ଦୁନିଆର ସବୁଠାରୁ ବୁଦ୍ଧିମାନ ଦେଶ ଅଟେ ।

ପ୍ରଶ୍ନ-୧୫

ଭାରତର ପ୍ରଥମ କଥା କୁହା ଫିଲ୍ମ୍ କଣ ଥିଲା ?

ଉତ୍ତର:- ଆଲମ ଆରା

ପ୍ରଶ୍ନ-୧୬

ବିଶ୍ଵର ସବୁଠାରୁ ଧନୀ ଦେଶ କେଉଁ ଦେଶ ଅଟେ ?

ଉତ୍ତର:- କତର ବିଶ୍ଵର ସବୁଠାରୁ ଧନୀ ଦେଶ ଅଟେ ।

ପ୍ରଶ୍ନ-୧୭

ଗାଈ କ୍ଷୀର ଦିଏ, କୁକୁଡା ଅଣ୍ଡା ଦିଏ

କିନ୍ତୁ ସେ କିଏ ଯିଏ ଦୁଇଟା ଯାକ ଦିଏ ?

ଉତ୍ତର – ଦୋକାନୀ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button