ଜ୍ୟୋତିଷ

Vastu Shastra- ନିଜ ଘରର ଆଲମାରି ରେ ରଖନ୍ତୁ ଏହି ଗୋଟିଏ ଫୁଲ, ହେବ ଧନର ବର୍ଷା

ହିନ୍ଦୁ ଧର୍ମ ରେ ବାସ୍ତୁ ଶାସ୍ତ୍ର କୁ ଏକ ଗୁରୁତ୍ଵ ପୂର୍ଣ୍ଣ ସ୍ଥାନ ଦିଆଯାଇଛି। ବାସ୍ତୁ ଶାସ୍ତ୍ରରେ ଆମ ଜୀବନରେ ଘଟୁଥିବା ସମସ୍ତ ପ୍ରକାରର ସମସ୍ୟା ସମ୍ପର୍କ ରେ ଅବଗତ କରାଯାଇଛି । ବାସ୍ତୁ ଶାସ୍ତ୍ରରେ ମଧ୍ୟ ଏହି ସମସ୍ୟା ର ସମାଧାନ କିପରି ହେବ ସେ ସମ୍ପର୍କ ରେ ଅବଗତ କରାଯାଇଛି। ଏହି ବାସ୍ତୁ ଆମ ଘର ର ସକରାତ୍ମକ ଓ ନକରାତ୍ମକ ଉର୍ଜା କୁ ନିୟନ୍ତ୍ରିତ କରିଥାଏ । ଯଦି ଆପଣ ଙ୍କ ଘରେ ହେଉଥିବା ଇନକମ୍ ଆପଣଙ୍କୁ ଅଣ୍ଟୁନି , ବଦ ଖର୍ଚ୍ଚ ହେଉଛି, ସବୁବେଳେ ପଇସା କୁ ନେଇ ଅଶାନ୍ତି ଦେଖାଦେଉଛି ତ ଆପଣଙ୍କୁ ଏକ ଉପାୟ କରିବା ଉଚିତ ।

ଏଥିପାଇଁ ଆପଣ କେବଳ ଏକ ଫୁଲ କୁ ନେଇ ଆପଣଙ୍କ ଆଲମାରୀ ରେ ରଖିବେ, ଦେଖିବେ ଆପଣଙ୍କ ସମସ୍ତ ପ୍ରକାରର ସମସ୍ୟା ଦୂର ହେଇଯିବ । ଅଶାନ୍ତି ରୁ ମୁକ୍ତି ମିଳିବ। ଆସନ୍ତୁ ଜାଣିବା ସେହି ଫୁଲ ସମ୍ପର୍କ ରେ ଯାହାକୁ ଆଲମାରି ରେ ରଖିବା ବହୁତ ଶୁଭ ଫଳଦାୟକ ହୋଇଥାଏ ।

ପଣ ସମସ୍ତ ଙ୍କ ଘରେ ଆଲମାରୀ ଥିବ। ଏହି ଆଲମାରୀ ଭିତରେ ଆପଣ ଏକ ନାଗ ଚମ୍ପା ଫୁଲ ରଖିଦିଅନ୍ତୁ। ଏହି ଫୁଲଟିର ଆକୃତି ନାଗ ଭଳି ହୋଇଥାଏ। ଏହି ଫୁଲ ଟି ବହୁତ୍ କମ୍ ଜାଗାରେ ମିଳିଥାଏ । ବହୁତ୍ କଷ୍ଟ ରେ ମଧ୍ୟ ଏହି ଫୁଲ ଟି ମିଳିଥାଏ । ଏହି ଫୁଲ ଟି ଦେବ ଙ୍କ ଦେବ ମହାଦେବ ଙ୍କ ପାଖରେ ପୂଜାରେ ଲାଗିଥାଏ ।

ଏହି ଫୁଲ ଟି ମହାଦେବ ଙ୍କର ପ୍ରିୟ ଫୁଲ ଅଟେ। ଭଗବାନ ଙ୍କ ମଧ୍ୟରୁ ସବୁଠୁ ଶକ୍ତିଶାଳୀ ଆମେ ମହାଦେବ ଙ୍କୁ ମାନିଥାଉ । ଆମେ ତାଙ୍କୁ ଦେବ ଙ୍କ ଦେବ ମହାଦେବ ବୋଲି ସମ୍ବୋଧନ କରିଥାଉ। ଯଦି ମହାଦେବ କୌଣସି ଭକ୍ତ ଉପରେ ପ୍ରସନ୍ନ ହୋଇଯାଆନ୍ତି ତା ଭାଗ୍ୟ ରେ ଖୁସି ର ବର୍ଷା ହେବ। ଆପଣ ସମସ୍ତେ ଭଗବାନ୍ ଙ୍କୁ ପୂଜା କରୁଥିବେ। ସମସ୍ତ ଙ୍କ ଘରେ ଭଗବାନ୍ ଙ୍କ ପ୍ରତିମୂର୍ତ୍ତି ପୂଜିତ ହୋଇଥାଏ ।

ଆପଣ ଙ୍କ ଘରେ ଶିବ ଙ୍କ ପ୍ରତିମୂର୍ତ୍ତି ମଧ୍ୟ ପୂଜିତ ହେଉଥିବ । ସେହି ପ୍ରତିମୂର୍ତ୍ତି ପାଖରେ ସୋମବାର ଦିନ ଏହି ଉପାୟ କରିବେ । ସୋମବାର ଦିନ ସକାଳୁ ନିତ୍ୟ କର୍ମ ସାରି ପୂଜା କରିବା ସମୟ ରେ ଏହି ନଗଚମ୍ପା ଫୁଲ ଟି କୁ ପୂଜା କରିଦେବେ, ମହାଦେବ ଙ୍କ ପାଖରେ ଏହି ନଗଚମ୍ପା ପୂଜା କରିଦେବେ, ଓ ସେହି ଫୁଲ ଟିକୁ ଆପଣ ଙ୍କ ଆଲମାରୀ ଭିତରେ ରଖିଦେବେ।

ଦେଖିବେ ଆପଣଙ୍କର ବେକାର ଖର୍ଚ୍ଚ ହେବ ନାହିଁ । ଘରେ ଆର୍ଥିକ ସମସ୍ୟା ଦୂର ହେବା ସହ ଘରେ ଧନ ର ବର୍ଷା ହେବ। ଘରେ ଅଶାନ୍ତି ଦୂର ହେବ। ସୁଖ ସମୃଦ୍ଧି ର ବୃଦ୍ଧି ହେବ। ଯଦି ଆପଣ ଏସବୁ ଚାହୁଁଛନ୍ତି ତେବେ ଗୋଟିଏ ନାଗଚମ୍ପା ଆଣି ଆପଣଙ୍କ ଭଗବାନ୍ ଙ୍କ ପାଖରେ ପୂଜା କରି ଆଲମାରୀ ରେ ରଖନ୍ତୁ ଦେଖିବେ କେତେ ଉନ୍ନତି ହେବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button