ନୂତନ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ଶୁଭେଚ୍ଛା ଜଣାଇଲେ ଯାଜପୁର ଜିଲ୍ଲାପାଳ ଅମ୍ବର କର

ଯାଜପୁର : ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ନୂଆ ନିଯୁକ୍ତି । ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଅନୁ ଗର୍ଗଙ୍କୁ ନିଯୁକ୍ତି ମିଳିଛି । ୧୯୯୧ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ହେଉଛନ୍ତି ଅନୁ ଗର୍ଗ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଅବସରରେ ନୂତନ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ଶୁଭେଚ୍ଛା ଜଣାଇଚନ୍ତି ଯାଜପୁର ଜିଲ୍ଲାପାଳ ଅମ୍ୱର କୁମାର କର ।
ଜିଲ୍ଲାପାଳ କର କହିଛନ୍ତି ସେ ଜନେ ଭଲ ମଣିଷ ଓ ତାଙ୍କ କାର୍ଯ୍ୟ ସ୍ଵତନ୍ତ୍ର ନିଆର ,ଯେଉଁ ବିଭାଗର ଦାଇତ୍ୱ ନେଇଛନ୍ତି ତାହାକୁ ସୁଚାରୁରୂପେ ନିର୍ବାହ କରିଛନ୍ତି ।ଏବେ ଅନୁ ଗର୍ଗ ଉନ୍ନୟନ କମିଶନର ସହ ଜଳ ସମ୍ପଦ ବିଭାଗର ଅତିରିକ୍ତ ସଚିବ ଅଛନ୍ତି । ଏହା ପୂର୍ବରୁ ସେ ଶ୍ରମ, ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ରହି ଦକ୍ଷତା ପ୍ରତିପାଦନ କରିଛନ୍ତି । ଏଥିସହ କେନ୍ଦ୍ର ସରକାରରେ ଟେକ୍ସଟାଇଲ୍, ପ୍ରଧାନମନ୍ତ୍ରୀଙ୍କ ଯୁଗ୍ମ ସଚିବ, ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଭାବେ ଅଭିଜ୍ଞତା ରହିଛି । ୧୯୯୨ରୁ ୨୦୦୩ ପର୍ଯ୍ୟନ୍ତ ଅନୁ ଗର୍ଗ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏଡିଏମ୍ ଓ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି ।
ଏହାପରେ ସେ ଓଡ଼ିଶା ସରକାରଙ୍କ ସ୍ଵାସ୍ଥ୍ୟ ବିଭାଗର କମିଶନର ଭାବେ ୨୦୦୮ରୁ ୨୦୧୨ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । କେନ୍ଦ୍ର ସରକାରଙ୍କ HLEGର ସଦସ୍ୟ ହେଉଛନ୍ତି ଅନୁ ଗର୍ଗ ।ଦିଲ୍ଲୀର ଲେଡି ଶ୍ରୀରାମ କଲେଜରେ ପଢ଼ିଥିବା ଅନୁ ଗର୍ଗ ଲକ୍ଷ୍ନୌରେ ସ୍ନାତକୋତ୍ତର କରିଥିଲେ । ୨୦୦୭ରେ ଅନୁ ଗର୍ଗ ଆମେରିକାର ଜହ୍ନସ୍ ହୋପକିନ୍ସ ବିଶ୍ଵବିଦ୍ୟାଳୟରୁ ଜନସ୍ଵାସ୍ଥ୍ୟରେ ସ୍ନାତକୋତ୍ତର ହାସଲ କରିଛନ୍ତି ।




