ବିବାହର ୨ ବର୍ଷ ପରେ ବାପା-ମା ହେବେ ଅଭିଷେକ-ଶିବାଲିକା, ସେୟାର କଲେ ଫଟୋ

‘ଦୃଶ୍ୟମ ୨’’ ଫିଲ୍ମର ନିର୍ଦ୍ଦେଶକ ଅଭିଷେକ ପାଠକ ଏବଂ ତାଙ୍କ ସ୍ତ୍ରୀ ଅଭିନେତ୍ରୀ ଶିବାଲିକା ଓବେରୟ ବିବାହର ୨ବର୍ଷ ପରେ ଫ୍ୟାନ୍ସଙ୍କୁ ଖୁସି ଖବର ଦେଇଛନ୍ତି । ସେମାନେ ଖୁବ୍ ଶୀଘ୍ର ବାପା-ମା ହେବାକୁ ଯାଉଛନ୍ତି । ଯାହାକୁ ସେମାନେ ସେମାନଙ୍କର ସୋସିଆଲ ମିଡିଆ ପେଜରେ ପୋଷ୍ଟ ମାଧ୍ୟମରେ ସେୟାର କରିଛନ୍ତି । ଏହି ପୋଷ୍ଟ ଭାଇରଲ ହେବା ପରେ ପ୍ରଶଂସକମାନଙ୍କର ଶୁଭେଚ୍ଛାର ସୁଅ ଛୁଟୁଛି ।
ସେ ସେୟାର କରିଥିବା ପୋଷ୍ଟରେ ଶିବାଲିକାଙ୍କୁ ଗୋଟିଏ ଲାଲ୍ ରଙ୍ଗର ଡ୍ରେସ୍ ପିନ୍ଧିଥିବାର ଦେଖିବାକୁ ମିଳିଛି । ଏଥିସହିତ ତାଙ୍କ ହାତରେ ଛୋଟ ଶିଶୁର ମୋଜା ଧରିଥିବାର ମଧ୍ୟ ନଜର ଆସିଛନ୍ତି । ସେହିପରି ଅଭିଷେକ ମଧ୍ୟ କଳା ସାର୍ଟ ପିନ୍ଧି ଖ୍ରୀଷ୍ଟମାସ ଗଛ ସାମ୍ନାରେ ସେ ତାଙ୍କ ସ୍ତ୍ରୀଙ୍କୁ ହଗ୍ କରିଥିବାର ଦେଖିବାକୁ ମିଳିଛି । ଆଉ ଏକ ପୋଷ୍ଟରେ ଦମ୍ପତିଙ୍କୁ ଖ୍ରୀଷ୍ଟମାସ ଗଛ ସାମ୍ନାରେ ଏକ ଟ୍ୟାଗ୍ ଧରିଥିବାର ମଧ୍ୟ ଦେଖିବାକୁ ମିଳିଛି । ଯେଉଁଥିରେ ‘‘୨୦୨୬ରେ ବେବି ପାଠକ ଆସିବାକୁ ଯାଉଛନ୍ତି’’ ବୋଲି ଲେଖାହୋଇଛି । କିନ୍ତୁ ଏହି ଦ୍ବିତୀୟ ପୋଷ୍ଟରେ କେବଳ ଟ୍ୟାଗ୍ ଦେଖିବାକୁ ମିଳିଛି ଦମ୍ପତିଙ୍କ ମୁହଁ ଦେଖିବାକୁ ମିଳିନାହିଁ ।
ଏହି ଖୁସି ଖବର ସେୟାର କରିବା ସହ କ୍ୟାପସନରେ ଲେଖିଛନ୍ତି ଯେ,‘‘ ଆମ ପ୍ରେମ କାହାଣୀର ଏହା ସବୁଠାରୁ ଖୁସି ସମୟ । ଯାହା ଆମ ଜୀବନରେ ଛୋଟ ଆଶୀର୍ବାଦ ହୋଇ ଯୋଡ଼ି ହେବାକୁ ଯାଉଛି ।’’ଏହି ଖୁବର ଭାଇରାଲ ହେବା ପରେ ଦମ୍ପତିଙ୍କୁ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ପ୍ରଂଶସକମାନେ ସମସ୍ତେ ଶୁଭେଚ୍ଛା ଜଣାଉଛନ୍ତି ।
ଯଦି ସେମାନଙ୍କ ଲଭ୍ ଲାଇଫ୍ ସମ୍ପର୍କରେ କୁହାଯାଏ ତେବେ ସେମାନେ ପ୍ରଥମେ ୨୦୨୦ରେ ‘ଖୁଦା ହାଫିଜ୍’ ଫିଲ୍ମରେ ଦେଖା ହୋଇଥିଲେ । ଏକାଠି କାମ କରିବା ପରେ ଦୁହିଁଙ୍କ ମଧ୍ୟରେ ଲଭ୍ ରିଲେସନସିପରେ ରହିଥିଲେ । ଏହା ପରେ ସେମାନେ ୨୦୨୩ରେ ଗୋଆରେ ବିବାହ କରିଥିଲେ । ଏବେ ସେମାନେ ବାପା-ମା ହେବାକୁ ଯାଉଛନ୍ତି ।




