ଦେଶ- ବିଦେଶ

୧୫ ବର୍ଷର ବାଳକ ସହିତ ୧୦ ବର୍ଷ ବଡ ଭାଉଜର ହେଲା ବାହାଘର ଆଉ ଚତୁର୍ଥୀରେ ଯାହା ହେଲା ଶୁଣିଲେ ଛାତି ଥରି ଉଠିବ

ଆଜିକାଲି ଦୁନିଆରେ ଏମିତି ସବୁ ଘଟଣା ଘଟୁଛି ଯାହା ବିଷୟରେ ଆପଣ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବେ । ଏହି ସବୁ ଘଟଣା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ବନ୍ଧୁଗଣ ଏହିପରି ଏକ ଘଟଣା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ଏହି ଘଟଣାଟି ହେଉଛି ଜଣେ୧୫ ବର୍ଷର ବାଳକ ସହିତ ୧୦ ବର୍ଷ ବଡ ଭାଉଜର ହେଲା ବାହାଘର, ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ହିନ୍ଦୁ ଧର୍ମରେ ବିବାହକୁ ଏକ ପବିତ୍ର ବନ୍ଧନ ରୂପେ ଲୋକମାନେ ମାନିଥାନ୍ତି । ବିବାହ ଦ୍ଵାରା ଦୁଇଟି ଆତ୍ମା ଓ ଦୁଇଟି ପରିବାର ମିଳନ ହୋଇଥାଏ ।

ହେଲେ ବିବାହ କରିବାର ଏକ ନିର୍ଦିଷ୍ଟ ବୟସ ସୀମା ପୁଅ ଓ ଝିଅ ମଧ୍ୟରେ ରହିଥାଏ । ବିବାହ ପାଇଁ ପୁଅ ସର୍ବଦା ଝିଅର ବୟସ ସହ ସମାନ କିମ୍ବା ଝିଅ ଠାରୁ ବଡ ହେବା ନିହାତି ଆବଶ୍ୟକ । ହେଲେ ବିହାରରେ ଏମିତି ଏକ ଘଟଣା ଘଟିଛି ଯେଉଁଠି ୧୫ ବର୍ଷର ନାବାଳକ ସହ ୧୦ ବର୍ଷ ଅଧିକ ବଡ ଭାଉଜର ହୋଇଛି ବିବାହ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣାର ପ୍ରକୃତ ରହସ୍ୟ ବିଷୟରେ ।

ବିହାରର ପାଟଣା ସହରରେ ଏକ ପରିବାର ନିଜର ୧୫ ବର୍ଷର ପୁଅକୁ ଜବରଦସ୍ତ ୧୦ ବର୍ଷ ଅଧିକ ଥିବା ନିଜ ବିଧବା ଭାଉଜ ସହ ବିବାହ କରିଦେଲେ । ବିବାହ ପରେ ସେହି ପିଲାକୁ ବହୁତ ବଡ ସଦମା ଲାଗିଥିଲା ଯାହା ଫଳରେ ପିଲାଟି ଘର ଛାଡି ପଳେଈ ଥିଲା । ଏହି ବାଳକଟିର ନାମ ଥିଲା ମହାଦେବ । ମହାଦେବ ୯ମ ଶ୍ରେଣୀରେ ପାଠ ପଢୁଥିଲା । ତାର ପରିବାରରେ ତାର ବାପା, ମା ଓ ଏକ ବଡ ଭାଇ ସନ୍ତୋଷ ଦାସ ରହୁଥିଲେ ।


ବଡଭାଇ ସନ୍ତୋଷର ମୃତ୍ୟୁ ଏକ ଦୁର୍ଘଟଣାରେ ହୋଇଯାଇଥିଲା । ବଡଭାଇର ମୃତ୍ୟୁ ପରେ ବଡଭାଇର ସ୍ତ୍ରୀ ରୁବି ଦେବୀ ବିଧବା ହୋଇଯାଇଥିଲେ । ଏହା ପରେ ରୁବି ଦେବୀର ବିବାହ ପରିବାର ଲୋକ ୧୫ ବର୍ଷର ନାବାଳକ ମହାଦେବ ସହ କରାଇ ଦେଲେ । ମହାଦେବ ଏହି ବିବାହ ପାଇଁ ରାଜି ନଥିଲା ସେ ବହୁତ ଥର ନିଜ ଘର ଲୋକଙ୍କୁ ଏହି ବିବାହ ନକରିବା ପାଇଁ ମନା କରିଥିଲା । ହେଲେ ଘର ଲୋକ ଜବରଦସ୍ତ ମହାଦେବଙ୍କ ବିବାହ କରାଇଥିଲେ । ବିବାହର ପରଦିନ ମହାଦେବ ନିଜ ଘରୁ ପଳାଇ ଆସିଲା । ଏହା ପରେ ଘରଲୋକ ମହାଦେବଙ୍କୁ ବହୁତ ସ୍ଥାନରେ ଖୋଜିବାକୁ ଚେଷ୍ଟା କରିଥିଲେ ହେଲେ ମହାଦେବ କେଉଁଠି ମିଳିନଥିଲା ।

 

ଏହାପରେ ଦୁତୀୟ ଦିନ ମହାଦେବକୁ ଖୋଜିବା ପାଇଁ ପରିବାର ଲୋକ ପୁଣି ଚେଷ୍ଟା କରିଥିଲେ । ହେଲେ ମହାଦେବ ଯେଉଁ ଅବସ୍ଥାରେ ମିଳିଥିଲା ତାହା ତାର ପରିବାର ଲୋକଙ୍କ ହୋସ ଉଡାଇ ଦେଇଥିଲା । ମହାଦେବ ଫାଶୀ ଦେଇ ଆତ୍ମହତ୍ୟା କରିଦେଇଥିଲା । ମହାଦେବର ମୃତ୍ୟୁ ପଛରେ ଦୋଷୀ ହେଉଛନ୍ତି ତାର ପରିବାର ଲୋକ । ହେଲେ ମହାଦେବଙ୍କୁ ବିବାହ ପାଇଁ ଜବରଦସ୍ତି କରିବାର ଏକ ବଡ କାରଣ ଥିଲା ।


ତାହା ହେଉଛି ମହାଦେବର ଭାଇ ସନ୍ତୋଷଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା, ଯାହାଫଳରେ ୮୦ ଲକ୍ଷ ଟଙ୍କା ଜୀବନ ବୀମାରେ ମିଳିଥିଲା । ସେହି ଟଙ୍କାକୁ ନେବା ପାଇଁ ରୁବି ଦେବୀର ପରିବାର ଲୋକ କହୁଥିଲେ । ଟଙ୍କାକୁ ଘରେ ରଖିବା ପାଇଁ ମହାଦେବ ର ବାପା ମହାଦେବକୁ ଏହି ବିବାହ ପାଇଁ ବାଧ୍ୟ କରାଇଥିଲେ । ହେଲେ ସେ ଏହା ଜାଣିନଥିଲେ ଯେ, ଏହି ଭୁଲ ପାଇଁ ତାଙ୍କ ପୁଅ ସବୁଦିନ ପାଇଁ ଚାଲିଯିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button