ଦେଶ- ବିଦେଶ

ମହାମାରୀ ଯୋଦ୍ଧା, ମାଆଙ୍କ ମୃତ୍ୟୁ ପରେବି ଗଲେ ନାହିଁ ଘରକୁ, ଭିଡିଓ କଲରେ ଶେଷ ଦେଖା କରି ବିଦାୟ ଦେଲେ ଏହି ଡକ୍ଟର

ପ୍ରକୃତ ମହାମାରୀ ଯୋଦ୍ଧା ରାମମୂର୍ତି ମଣି ରାଜସ୍ଥାନ ର ଜୟପୁରରେ ଥିବା ସବାଇ ମାନସିଂହ ମେଡିକାଲରେ ଆଇସିୟୁ ଇଞ୍ଚାର୍ଜ ଅଟନ୍ତି । ମହାମାରୀ ରୋଗୀଙ୍କ ଚିକିତ୍ସା କରିବା ପାଇଁ ସେ ତାଙ୍କ ମାଆଙ୍କର ମୃତ୍ୟୁ ସମୟରେ ଘରକୁ ଗଲେ ନାହିଁ ଭିଡିଓ କଲ କରି ମାଆଙ୍କର ଶେଷ ଦର୍ଶନ କଲେ ।ରାଜସ୍ଥାନରେ ଅଧିକ ମାତ୍ରାରେ ମହାମାରୀ ଭୂତାଣୁ ସଂକ୍ରମଣ ହେଉଛି ଏବଂ ଏହା ୩୦୦ରୁ ଅଧିକ ହୋଇ ଗଲାଣି । ଏଥିରେ ଜୟପୁରରେ ଅଧିକ ସଂକ୍ରମଣ ହୋଇଛି । ଦେଶର ସବୁ ଡକ୍ଟର ଙ୍କ ଭଳି ଜୟପୁର ଏସଏମଏସ ମେଡିକାଲ ର ଆଇସିୟୁ ଇଂଚାର୍ଜ ରାମମୂର୍ତି ମିଣା ବି ମହାମାରୀ ବିରୁଦ୍ଧରେ ଲଢୁଛନ୍ତି ।

ରାମମୂର୍ତି ମିଣା କରୋଲିର ବାସିନ୍ଦା

ରାଜସ୍ଥାନର କରୋଲି ଜିଲ୍ଲାର ରାନୋଲି ଗାଁରେ ରାମମୂର୍ତି ରୁହନ୍ତି । ସୋମବାର ଦିନ ତାଙ୍କ ମାଆଙ୍କର ମୃତ୍ୟୁ ହୋଇଗଲା । ମାଆ ଙ୍କର ମୃତ୍ୟୁ ସମୟରେ ରାମମୂର୍ତି ତାଙ୍କ ପାଖକୁ ଯାଇ ପାରିଲେ ନାହିଁ କି ତାଙ୍କ ମା’ ଙ୍କର ଅନ୍ତିମ ସଂସ୍କାର କରିପାରିଲେ ନାହିଁ । ସେ ମୋବାଇଲରେ ଭିଡିଓ କଲ ମାଧ୍ୟମରେ ମାଆ ଙ୍କର ଶେଷ ଦର୍ଶନ କରିଲେ । ତାଙ୍କର ଏହି ତ୍ୟାଗ ଦେଶବାସୀଙ୍କ ପାଇଁ ପ୍ରେରଣା ଅଟେ । ମହାମାରୀ ବିରୁଦ୍ଧରେ ଲଢିବା ପାଇଁ ତାଙ୍କର କିଛି ଦାୟିତ୍ଵ ଅଛି ବୋଲି ଭାବି ସେ ଦିନ ରାତି ମହାମାରୀ ପଜିଟିଭ ରୋଗୀଙ୍କର ସେବା କରୁଛନ୍ତି ।

ସେ ଗାଁକୁ ଯାଇଥିଲେ ବଢିଯାଇଥାନ୍ତା ସଂକ୍ରମଣ ର ବିପଦ

ରାମମୂର୍ତି କହିଛନ୍ତି କି ମୁଁ ମାଆଙ୍କର ଅନ୍ତିମ ସଂସ୍କାରକୁ ଯିବା ଠାରୁ ମହାମାରୀ ପଜିଟିଭ ରୋଗୀଙ୍କ ପାଖରେ ରହି ସେମାନଙ୍କର ସେବା କରିବାଟା ଠିକ ବୋଲି ଭାବିଲି । ଯଦି ମୁଁ ଗାଁ କୁ ଯାଇଥାନ୍ତି ତାହେଲେ ଗାଁରେ ସଂକ୍ରମଣ ବଢିବାର ବିପଦ ହୋଇ ପାରିଥାନ୍ତା । ସେ କହିଛନ୍ତି ଦେଶର ଏହି ସଙ୍କଟ ପରିସ୍ଥିତି ରେ ସେ ତାଙ୍କର କର୍ତ୍ତବ୍ୟ ପାଳନ କରିଛନ୍ତି । ରାମମୂର୍ତିଙ୍କୁ ବର୍ତମାନ ୧୪ ଦିନ କ୍ଵାରନଟାଇନ ରେ ରଖା ଯାଇଛି । ସଂକ୍ରମଣ ପ୍ରସାରିତ ନହେବା ପାଇଁ ସେ ତାଙ୍କ ଗାଁକୁ ଯାଉ ନାହାଁନ୍ତି । ସେ ମେଡିକାଲ ପାଖରେ ଥିବା ଏକ ଧର୍ମଶାଳାରେ ରହୁଛନ୍ତି । ବନ୍ଧୁମାନେ ଏହିଭଳି ଡାକ୍ତର ଆମ ପାଇଁ ପ୍ରେରଣା ଅଟନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button