ରାଜ୍ୟ

Cuttack ରେ ବୁଲା ଷଣ୍ଢ ଆତଙ୍କ ! ରାସ୍ତା ମଝିରେ ଗୋଡାଇ ଗୋଡାଇ ଲୋକଙ୍କୁ କରୁଛି ଆକ୍ରମଣ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କଟକରେ ଦେଖିବାକୁ ମିଳିଛି ବୁଲାଶଣ୍ଢର ଆତଙ୍କ । ତେବେ ବର୍ତ୍ତମାନ ସମୟରେ ଏପରି କିଛି ଖବର ଆସି ପହଞ୍ଚିଛି । ଯେଉଁଠାରେ ଏକ ବୁଲ ଶଣ୍ଢଟି ଆସି ଲୋକଙ୍କର ଜୀବନକୁ ଅସ୍ତବ୍ୟସ୍ତ କରିସାରିଲାଣି । ଲୋକଙ୍କୁ ରାସ୍ତାରେ ବାଟ ଚଳାଇ ମଧ୍ୟ ଦେଉନାହିଁ । ତେବେ କଟକର ସିଏମସୀ ୪୪ ନମ୍ବର ୱାର୍ଡରେ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁଠାରେ ଶଣ୍ଢଟି ଯେଉଁ ଲୋକଙ୍କୁ ତା’ ର ସାମ୍ନାରେ ଦେଖୁଛି ।

ତା’ ଉପରକୁ ଆକ୍ରମଣ କରିବାକୁ ଧାଉଞ୍ଛି । ତେବେ ବୁଲ ଶଣ୍ଢଟିର ଆକ୍ରମଣରୁ ରକ୍ଷା ପାଇବା ପାଇଁ ଶଣ୍ଢକୁ ନିୟନ୍ତ୍ରଣ କରିବା ପାଇଁ ସ୍ଥାନୀୟ ଲୋକେ ସିଏମସୀ କର୍ତ୍ତୁପକ୍ଷଙ୍କୁ ଜଣାଇଛନ୍ତି । ଯେପରି ସିଏମସୀ କର୍ତ୍ତୁପକ୍ଷ କୌଶଳ କରି ବୁଲ ଶଣ୍ଢଟିକୁ କାବୁ କରି ସ୍ତାନାନ୍ତରିତ କରିବାକୁ ଆବେଦନ କରିଛନ୍ତି । ତେବେ ବୁଲା ଶଣ୍ଢଟି ପାଗଳ ହେଇଯାଇଛି । କି ବୁଲା ଶଣ୍ଢଟି କଣ ଇଆଡୁ ଦିଆଡୁ ଖାଇଦେଇଛି ବୋଲି ଏପରି ହେଉଛି ।

ତାହା ତ ସଠିକ ଭାବରେ କହି ହେଉନାହିଁ । ହେଲେ ବୁଲା ଶଣ୍ଢଟି ରାସ୍ତାରେ ଯାହାକୁ ମଧ୍ୟ ଦେଖୁଛି । ସେହି ଲୋକ ଉପରେ ଟାର୍ଗେଟ କରି ଗୋଡାଇ ଗୋଡାଇ ତା’ ଉପରେ ଆକ୍ରମଣ କରୁଛି । ତେବେ ସ୍ଥାନୀୟ ଲୋକଙ୍କ ର କହିବା ଅନୁଯାଇ ସକାଳୁ ପ୍ରହାରରୁ ଶଣ୍ଢଟିର ଏପରି ହର୍କତ ଦେଖି ସାଧାରଣ ଜଣ ଜୀବନ ପୁରା ଅସ୍ତବ୍ୟସ୍ତ ହୋଇଗଲାଣି । ତେବେ ସେଠାକାର ବାସିନ୍ଦାଙ୍କ କହିବା ଅନୁଯାଇ ଶଣ୍ଢଟି ବୋଧ ହୁଏ । ପାଗଳ ହୋଇଯାଇଛି ।

ତେଣୁ ପାଗଳ ଶଣ୍ଢ ପରି ହର୍କତ କରୁଛି । ଏହା ସହିତ ଖାଲି ବୋବାଇ ରଡି ଛାଡୁଛି । ସେହି ରାସ୍ତା ଦେଇ ଯିଏ ବି କିଛି କାମରେ ଯାଉଛି । ତାଙ୍କୁ ଦେଖିବା ମାତ୍ରେ ସେହି ଲୋକ ପଛରେ ଗୋଡାଇ ଗୋଡାଇ ତାଙ୍କୁ ନୟାନ୍ତ କରିଦେଉଛି । ତେବେ ସ୍ଥାନୀୟ ଲୋକଙ୍କ କହିବ ଅନୁଯାଇ ସେହି ବାଟ ଦେଇ ପ୍ରଥମେ ଯେତେବେଳେ ୨ ଟି ସାଇକେଲ ଚଳନ୍ତା ଲୋକ ଯାଇଥିଲେ ।

ତେବେ ଶଣ୍ଢ ତାଙ୍କ ଉପରେ ଆଟାକ କରି ତାଙ୍କୁ କଚି ଦେବା ସହ ଯିଏ ଯାଉଛି କାହାକୁ ବି ଛାଡୁନାହିଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button