ଦେଶ- ବିଦେଶ

ଅଇଁଠା ବାସନ ରାତିରେ ନ ଧୋଇ ଅଧିକ ସମୟ ପକାଇ ରଖିଲେ,ଘରେ କାହାର କ୍ଷତି ହୋଇଥାଏ ? ଜାଣନ୍ତୁ …..

ତେବେ ମନୁଷ୍ୟ ଜୀବନ ଅନେକ ସମୟରେ ବୈଜ୍ଞାନିକ ସହ ଜଡିତ ରହିଥିବା ବେଳେ ଅନେକ ଜ୍ୟୋତିଷ ଏବଂ ବାସ୍ତୁ ଶାସ୍ତ୍ର ସହ ଜଡିତ ରହିଥାଏ। ତେବେ ଯଦି ଏହାକୁ ଅବମାନନା କରନ୍ତି ତାହାଲେ ମନୁଷ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାଏ। ତେବେ ଆଜି ଆମେ ଆପଣଙ୍କୁ ରାତିରେ ଖାଇ ସାରି ଅଇଁଠା ବାସନ ଗୁଡ଼ିକୁ ନ ଧୋଇ ରଖିଲେ କେଉଁସବୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ ସେ ବିଷୟରେ କହିବାକୁ ଯାଉଛୁ।

ତେବେ ବର୍ତ୍ତମାନ ଶୀତ ସମୟରେ ଚାଲିଛି। ରାତିରେ ଅଧିକ ଥଣ୍ଡା ଅନୁଭୂତ ହେଉଛି। ଯାହାଫଳରେ ଅନେକ ସମୟରେ ଅଳସ ଲାଗିଥାଏ। ଯାହାଫଳରେ ଲୋକମାନେ ରାତିରେ ଖାଇ ସାରିବା ପରେ ଅଇଁଠା ବାସନକୁ ରଖି ଦେଇ ଶୋଇପଡି ଥାନ୍ତି। ତେବେ ଏହାଦ୍ୱାରା ବାସ୍ତୁ ସମସ୍ୟା ଦେଖିବାକୁ ମିଳିଥାଏ।

ବାସ୍ତୁଶାସ୍ତ୍ରରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି ଯେ ଅଇଁଠା ବାସନ ଘରେ ରହିଲେ ବାସ୍ତୁ ସମସ୍ୟା ଦେଖିବାକୁ ମିଳିଥାଏ। ଯେପରିକି ପରିବାରିକ ବିବାଦ ଦେଖିବାକୁ ମିଳିଥାଏ। ଅର୍ଥ ହାନୀ ଭଳି ସମସ୍ୟା ଉପୁଜିଥାଏ। ଯଦି ଅଇଁଠା ବାସନକୁ ପର ଦିନ ପର୍ଯ୍ୟନ୍ତ ରଖାଯାଏ ଏବଂ ତାହାକୁ ସଫା ମଧ୍ୟ ନ କରାଯାଏ, ତାହାଲେ ଏହିଭଳି ଅନେକ ସମସ୍ୟା ଦେଖିବାକୁ ମିଳେ।

 

ତେବେ ଖାଦ୍ୟ ଲକ୍ଷ୍ମୀ ମା ବୋଲି କୁହାଯାଏ। ଯଦି ଆମେ ମାଆ ଲକ୍ଷ୍ମୀଙ୍କ ଆଦର କରିବା ନାହିଁ ତେବେ ମା ମଧ୍ୟ ଆମକୁ ଆଦର କରିବେ ନାହିଁ। ଯାହାଫଳରେ ଯେତେ ଟଙ୍କା ରୋଜଗାର କଲେ ମଧ୍ୟ ନିଅଣ୍ଟ ହୋଇଥାଏ। ଯାହାଫଳରେ ଟଙ୍କା କୁ ନେଇ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡା ସୃଷ୍ଟି ହୋଇଥାଏ। କେବଳ ସେତିକି ନୁହେଁ ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିବାର ଆଶଙ୍କା ମଧ୍ୟ ରହିଥାଏ।

ତେବେ ଯଦି ଆମେ ବୈଜ୍ଞାନିକ ରୂପରେ ଦେଖିବା ତାହାଲେ ଅଇଁଠା ବାସନ ଅଧିକା ସମୟ ପଡି ରହିବା ଦ୍ୱାରା ଜୀବାଣୁ ସୃଷ୍ଟି ହୋଇଥାଏ ଏବଂ ଏହି ଜୀବାଣୁ ଯେତେ ସଫା କଲେ ମଧ୍ୟ ସହଜରେ ଯାଇ ନଥାଏ। ଯାହାଫଳରେ ସେହି ବାସନରେ ପୁଣିଥରେ ରାନ୍ଧିବା ଦ୍ୱାରା ଆମେ ସେହି ରୋଗ ଏବଂ ଜୀବାଣୁର ଶିକାର ହୋଇଥାଉ। ତେଣୁ ରାତିରେ ଅଇଁଠା ବାସନ ପକେଇ ରଖିବା ଅନୁଚିତ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button