ଦେଶ- ବିଦେଶ

ସମ୍ପତ୍ତି ଅନ୍ଧରେ ନିଜ ସୀମା ଭୁଲିଯାଇଥିଲେ ନାତୁଣୀ ବୋହୁ, ଜେଜେ ଶାଶୂକୁ ନିସ୍ତୁକ ମାଡ଼ ମାରିଲେ, ପ୍ରାଣ ବିକଳରେ ବୁଢି ମା’….

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ସମ୍ପତ୍ତି ପାଇଁ ନାତୁଣୀ ବୋହୁ ବୃଦ୍ଧା ଜେଜେଶାଶୂଙ୍କୁ  ଘରୁ ବାହାର କରି ମୁଣ୍ଡର ଚୁଟିକୁ ଧରି ପିଟୁଛି । ଏହି ଦୃଶ୍ୟଟି ଦେଖିଲା  ପରେ ଆପଣଙ୍କ ଆଖିରେ ଲୁହ ଝରଝର ବୋହିଆସିବ । ଏହି ବୟସରେ ଜେଜେମାଙ୍କୁ ସାନ ପିଲା ଭଳି ଦେଖିବା କଥା କାରଣ ପରିଣତ ବୟସ ସୀମା ଟପିଲା ପରେ ବୟସ୍କ ଲୋକେ ମଧ୍ୟ ଛୋଟ ପିଲା ହୋଇଯାଆନ୍ତି । ମାତ୍ର ଏହି ବୟସରେ ନାତୁଣୀ ବୋହୁ ଜେଜେଶାଶୁକୁ ଘୋର ଅତ୍ୟାଚାର କରୁଛି ।

ଏଥିକି ବେଳେ ଜେଜେଶାଶୁ ଟି  ନିଜ ପ୍ରାଣକୁ ରକ୍ଷା କରିବା ପାଇଁ ଗାଁ ରେ ଥିବା ଲୋକମାନଙ୍କୁ ଡାକୁଛନ୍ତି । ଆରେ ମତେ ବଞ୍ଚାଅ ନ ହେଲେ ନାତୁଣୀ ବୋହୁ ମତେ ମାରିଦେବ । ଏମିତି ଘଟଣା ଦେଖିବାକୁ ମିଳିଛି  ବାଲେଶ୍ଵର ଜିଲ୍ଲା କନ୍ତାପଡା ଥାନା ଅଧିନସ୍ଥ ରାମପୁର  ଗ୍ରାମରେ । ସୂଚନା ଅନୁସାରେ ଗୁରୁ ପ୍ରସାଦ ବେହରାଙ୍କ ଦୁଇଟି ପୁଅ ଗୁରଞ୍ଜନ ବେହେରା ଓ ହରିକୃଷ୍ଣ ବେହେରା ।

ହରିକୃଷ୍ଣ ବେହେରା ସେହି ଗ୍ରାମରେ ରହୁଥିବା ରୁଚିସ୍ମିତା ପ୍ରେମ କରିବାରୁ ଘରଲୋକେ ଉଭୟଙ୍କ ବିବାହ କରିଦେଇଥିଲେ । ତେବେ ଉଭୟଙ୍କ ବିବାହରେ ବାପା ସମ୍ପତ୍ତିରୁ ଭାବ ଦେବା ପାଇଁ ଦାବି କରିଥିଲେ କିନ୍ତୁ ଗୁରୁ ପ୍ରସାଦ ମନା କରି କହିଥିଲେ କି ସମ୍ପତ୍ତି ମୋ ନାଁ ରେ ନାହିଁ ବରଂ ମୋ ମା ପାରମଣି ବେହେରାଙ୍କ ନାଁ ରେ ସମ୍ପତ୍ତି ଟିଏ  ଥିଲା ।

ଶାଶୂର ଉଭୟଙ୍କୁ ସମ୍ପତ୍ତି ଦେଇପାରିବେନି  ବୋଲି ସିଧା ସିଧା କହିବାରୁ ରାଗିଯାଇ ନାତୁଣୀ ବୋହୁ ଜେଜେଶାଶୂଙ୍କ ଉପରେ ଅତ୍ୟାଚାର କରିବା ଆରମ୍ଭ କରିଥିଲା । ଆପଣମାନେ ଦେଖିପାରୁଥିବେ କିଭଳି ନାତୁଣୀ ବୋହୁ ଜେଜେଶାଶୂକୁ ଧରି ପିଟୁଛନ୍ତି । ତେବେ ପାରାମଣି ବେହେରା ଏହାକୁ ନେଇ ମିଡିଆ ଆଗରେ କହିଛନ୍ତି ମୋତେ ନ୍ୟାୟ ଦରକାର ।

ମୋ ନାତୁଣୀ ବୋହୁ ସବୁବେଳେ ମୋତେ ପିଟୁଛି ମରୁଛି ମୋର ବଳନ ଥିବା ହେତୁ ମୁ ସବୁକୁ ସହୁଛି କିନ୍ତୁ ମୁଁ ଆପଣଙ୍କୁ ନିବେଦନ କରୁଛି ମୋତେ ନ୍ୟାୟ ଦିଅନ୍ତୁ । ତେବେ ଏହି ସମ୍ପର୍କରେ ଜାଣିବା ପରେ ପୋଲିସ ଘଟଣା ସ୍ଥଳକୁ ଆସି ତଦନ୍ତ କରୁଥିବା ସୂଚନା ମିଳିଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button