ଜ୍ୟୋତିଷ

ହନୁମାନଙ୍କର ମୂର୍ତ୍ତିକୁ ଏହି ଦିଗରେ ଲଗାଇଦିଅ ହେବ ଧନର ବର୍ଷା

ପ୍ରଭୁ ଶ୍ରୀ ରାମ ଙ୍କର ଭକ୍ତ ଶ୍ରୀ ହନୁମାନ ଙ୍କର ଅପାର କୃପା ରହିଥାଏ। ଏପରି ଲୋକମାନ୍ୟତା ରହିଛି କି କଳିଯୁଗ ରେ ମଧ୍ୟ ହନୁମାନ ଜୀବିତ ଅଛନ୍ତି। ଯଦି ଭକ୍ତମାନେ ନିଷ୍ଠାର ସହ ହନୁମାନ ଙ୍କୁ ପୂଜା କରିଥାନ୍ତି ତେବେ ହନୁମାନ ଙ୍କର କୃପା ହୋଇଥାଏ। ହନୁମାନ ଙ୍କର ସବୁ ରୂପ ଦର୍ଶନ କରିବା ଖୁବ୍ ଶୁଭ ହୋଇଥାଏ । ସେ ପ୍ରତ୍ୟେକ ବ୍ୟକ୍ତି ଙ୍କର ଦୁଃଖ କୁ ଦୂର କରିଥାନ୍ତି। ହନୁମାନ ଙ୍କର ଫଟ ଲଗାଇବା ସମୟରେ କିଛି କଥା କୁ ଧ୍ୟାନ ଦେବା ଉଚିତ ନଚେତ ଏହା ଆପଣଙ୍କ କଷ୍ଟର କାରଣ ହୋଇଥାଏ ।

ହନୁମାନ ଙ୍କ ଫଟ କିଛି ନିର୍ଧିଷ୍ଟ ଦୀଗ ଓ ସ୍ଥାନରେ ଲଗାଇବା ଉଚିତ। ହନୁମାନ ଙ୍କର ଫଟ କି କୈଣସି ମୂର୍ତ୍ତି କୁ ବେଡ଼ରୁମ ରେ ରଖନ୍ତୁ ନାହିଁ କାରଣ ହନୁମାନ ଜଣେ ବ୍ରହ୍ମଚାରି ହୋଇଥାନ୍ତି ତେଣୁ ସୟନ କକ୍ଷରେ ହନୁମାନ ଙ୍କର ଫଟ କି ମୂର୍ତ୍ତି କୁ ରଖନ୍ତୁ ନାହିଁ।

 

ଦୀଗ ପ୍ରତି ବି ବିଶେଷ ଧ୍ୟାନ ଦେବା ଉଚିତ ଶାସ୍ତ୍ର ଅନୁସାରେ ହନୁମାନ ଙ୍କର ପ୍ରଭାବ ଅଧିକ ଦକ୍ଷିଣ ଦିଗରେ ହୋଇଥାଏ । ମାତା ସୀତା ଙ୍କର ସନ୍ଧାନ ରେ ମଧ୍ୟ ସେ ଦକ୍ଷିଣ ଦିଗକୁ ଯାଇଥିଲେ ତେଣୁ ହନୁମାନ ଙ୍କର ଫଟ ଦକ୍ଷିଣ ଦିଗରେ ଲଗାଇବା ଶୁଭ ହୋଇଥାଏ। ଏବଂ ଉତ୍ତର ଦିଗ ରେ ମଧ୍ୟ ଲଗାଇ ପାରିବେ ।

 

ଏହା ଦ୍ୱାରା ଘରେ ଶାନ୍ତି ର ବାତାବରଣ ରହିଥାଏ। ପଣ୍ଚମୁଖୀ ହନୁମାନ ଙ୍କର ଫଟ ଘରର ମୁଖ୍ୟ ଦ୍ୱାର ରେ ଲଗାଇବା ଉଚିତ। ଏବଂ ଏପରି ଜାଗା ରେ ଲଗିଇବେ ଯାହା ଦ୍ୱାରା ସମସ୍ତ ଲୋକ ଦେଖି ପାରିବେ ।ଏହା ଦ୍ୱାରା କୈଣସି ଖରାପ ଶକ୍ତି ଘରକୁ ପ୍ରବେଶ କରି ପାରିବ ନାହିଁ । ଶ୍ରୀ ରାମଙ୍କ ଚରଣ ରେ ହନୁମାନ ବସି ଥିବା ର ଫଟ ଘରେ ଲଗାଇଲେ ସମାଜରେ ପ୍ରତିଷ୍ଠା ଅର୍ଜନ କରିବେ ।

 

ହନୁମାନ ପର୍ବତ ନେଇ ଯାଉ ଥିବାର ଫଟ ଘରେ ଲଗାଇଲେ ,ଏହା ଦ୍ୱାରା ଘରେ ସବୁ ସମସ୍ୟା ର ସମାଧାନ ହୋଇ ପାରିବ । ହନୁମାନ ଆକାଶ ରେ ଉଡୁ ଥିବା ର ଫଟ ଘରେ ଲଗାଇଲେ , ଆପଣଙ୍କ ଜୀବନରେ ଅନେକ ଉନ୍ନତି ଓ ବିକାଶ ହୋଇଥାଏ। ଏହା ଦ୍ୱାରା ଆପଣଙ୍କ ସାହସ ବଢେ ଓ ଘରେ ମଗଂଳ ହୋଇଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button