ଦେଶ- ବିଦେଶ

ସହିଦ ଯବାନଙ୍କ ସ୍ତ୍ରୀ କାନ୍ଦି କାନ୍ଦି କହିଲେ “ତୁମ ଝିଅକୁ ମୁଁ ତୁମଭଳି ଗଢିବି, ତୁମରି ଆଦର୍ଶ ତା ଜୀବନର….” ଦେଖନ୍ତୁ Video

ବନ୍ଧୁଗଣ ଯେବେ ସଧବା ମଥାରୁ ସିନ୍ଦୁର ଲିଭିଯାଏ ଯେବେ କୋମଳ ଶିଶୁ ମୁଣ୍ଡରୁ ବାପା ହାତର ଆଶୀର୍ବାଦ ହଟିଯାଏ ସେତେବେଳେ କହିବାକୁ ଭାଷା ଆଉ ଲେଖିବାକୁ ଶବ୍ଦ ଖୋଜିବାକୁ ଯେତେ ଚେଷ୍ଟା କରିଲେ ବି ଆବେଗ ପ୍ରକାଶ କରିବାରେ ମଣିଷ ଅସମର୍ଥ ହୋଇ ପଡେ । ଇଏ ସେହି କାହାଣୀ ର ଚିତ୍ର । ଯେଉଁ କାହାଣୀର ନାୟକ ଥିଲେ ଯବାନ ଦେବାଶିଷ ବିଶ୍ଵାଳ ।

ସବୁ ସ୍ବାମୀଙ୍କ ଭଳି ସେ ବି ସ୍ଵପ୍ନ ଦେଖିଥିଲେ ସାରା ଜୀବନ ସାଥି ହୋଇ ରହିବାକୁ ସ୍ତ୍ରୀ ଙ୍କୁ ପ୍ରତିଶ୍ରୁତି ଦେଇଥିଲେ । କୁନି ଝିଅର ଭବିଷ୍ୟତ ପାଇଁ କେତେ ଯେ ସ୍ଵପ୍ନ ବୁଣିଥିଲେ । ହେଲେ ଆଜି ସେହି କୁନି ଝିଅ ହାତରେ ଧରାଇ ଦିଆ ଯାଇଛି ଦେଶର ସମ୍ମାନ ପ୍ରତୀକ ତ୍ରିରଙ୍ଗା ପତାକା । ଆଉ ଦେବାଶିଷ ଙ୍କ ସ୍ତ୍ରୀ ଏବ ଭାବୁଛନ୍ତି କି ତୁମ ଝିଅକୁ ମୁଁ ତୃମ ଭଳି ଗଢିବି ।

ତୁମର ଆଦର୍ଶ ଓ ସଂସ୍କାର ତାକୁ ଦେବି । ଆଉ ତୁମ ନାମ କୁ ସାରା ଜୀବନ ରଖିବାକୁ ତାକୁ କହିବି । ଆଜି ଯେମିତି ସାରା ଦୁନିଆ କହୁଛି ସହିଦ ଦେବାଶିଷ ଅମର ରହେ ଅମର ରହେ । ଠିକ ସେଇଟି କାଲି ବି ସ-ହି-ଦ ଅମର ଅମର ରହେ ଧ୍ୱନି ରେ କମ୍ପିବ ଏହି ମା ମାଟି । ଏମିତି କହି ନିଜ ଅନକୁ ସାନ୍ତ୍ଵନା ଦେଉଛନ୍ତି ସହିଦ ଦେବାଶିଷ ବିଶ୍ଵାଳ ଙ୍କ ପତ୍ନୀ ।

ଆଉ କୁନି ଝିଅ ମଥାରେ ହାତ ଥାପୁଡାଇ ବାପା ଙ୍କ ଭଳି ହେବାକୁ କହୁଛନ୍ତି ଦେବାଶିଷ ଙ୍କ ସ୍ତ୍ରୀ । କାରଣ ସେ ଜାଣି ସାରିଛନ୍ତି ତାଙ୍କ ସ୍ଵାମୀ ଦେବାଶିଷ ଆଉ କେବେ ବି ଫେରିବେ ନାହି । ଆଉ ସେ ନିଜକୁ ବୁଝାଇ ସାରିଛନ୍ତି । ତାଙ୍କ ସ୍ଵାମୀ ଦେବାଶିଷ ମା ମାଟି ପାଇଁ ଜୀବନ ଦେଇ ସବୁ ଦିନ ପାଇଁ ଅମର ହୋଇ ଯାଇଛନ୍ତି ।

ପ-ଞ୍ଚ-ଭୂ-ତ ରେ ବି-ଲୀ-ନ ହୋଇ ସାରିଛି ସ-ହି-ଦ ଦେବାଶିଷ ଙ୍କ ପା-ର୍ଥି-ବ ଶ-ରୀ-ର । ଗୋଟେ ପଟେ ମନର କୋହ ଆଉ ଅନ୍ୟ ପଟେ ସହିଦ ସ୍ବାମୀର ଦେଶ ପାଇଁ ପ୍ରାଣ ବଳି ତାଙ୍କୁ ଯେତିକି ଗର୍ବିତ କରିଛି । ଏ ସବୁଠାରୁ ବଳି ଯାଉଛି ନିଜ କୁନି ଝିଅ ପାଇଁ ଦୁଖ । କାରଣ ଦୁନିଆକୁ ବୁଝିବା ଆଗରୁ କୁନି ଝିଅ ଟି ବାପା ଛେଊଣ୍ଡ ହୋଇ ଯାଇଛି ।

 

ଏବେ କେବଳ କୁନି ଝିଅର ମୁହଁ କୁ ଚାହିଁ ତାଙ୍କୁ ସାରା ଜୀବନ କାଟିବାକୁ ପଡିବ ଦେବାଶିଷ ଙ୍କ ସ୍ତ୍ରୀ ଙ୍କୁ । ନିଜ ଝିଅ ଆଖି ରେ ନିଜ ସ୍ଵାମୀ ଦେବାଶିଷ ଙ୍କୁ ଦେଖିବେ ତାଙ୍କ ସ୍ତ୍ରୀ । ଝିଅ ପାଇଁ ଉଭୟ ବାପା ମା ର ଦାୟିତ୍ଵ ତୁଲାଇ ତାଙ୍କୁ ବାପା ଙ୍କ ଭଳି ଗଢି ତୋଳିବାକୁ ଏବେଠୁ ପ୍ରାଣ କରିଛନ୍ତି ଦେବାଶିଷ ଙ୍କ ସ୍ତ୍ରୀ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button