ଦେଶ- ବିଦେଶ

ସରକାରଙ୍କ ନୂଆ ଆଇନ୍ – କର୍ମଚାରୀଙ୍କୁ ୮ ଘଣ୍ଟାରୁ ଅଧିକ ସମୟ କାମ କରାଇ ପାରିବେନି ମାଲିକ, ଦିଆଯିବ ସର୍ବନିମ୍ନ ମଜୁରୀ, ନିୟମ ନମାନିଲେ ମାଲିକଙ୍କୁ ଦେବାକୁ ପଡିପାରେ ୧୦ ଲକ୍ଷ ଟଙ୍କାର ଫାଇନ୍

ସଂଗଠିତ ହୋଇଥାଉ ଅବା ଅସଂଗଠିତ, ସବୁ କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ଏକ ସର୍ବନିମ୍ନ ପାରଶ୍ରମିକ ଲାଗୁ ହେବ । ଖାଲି ଏତିକି ନୁହେଁ ସର୍ବନିମ୍ନ ପାରିଶ୍ରମିକ ଦେବାକୁ ମନା କରିବା ଉପରେ ଉଭୟ ସଂସ୍ଥା ବା କଂପାନୀକୁ ଜରିମାନା ବାବଦକୁ ୧୦ ଲକ୍ଷ ଟଙ୍କା ଦେବାକୁ ପଡିପାରେ । କେନ୍ଦ୍ରୀୟ ଶ୍ରମ ମନ୍ତ୍ରାଳୟ ସହ ଜଡିତ ସଂସଦର ଷ୍ଟାଣ୍ଡିଂ କମିଟି ପକ୍ଷରୁ ସବୁ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ଏକ ସର୍ବନିମ୍ନ ପାରିଶ୍ରମିକ ବା ମଜୁରୀ (ମିନିମମ ୱେଜ୍) ଲାଗୁ କରିବାକୁ ସୁପାରିସ୍ ହୋଇଛି ।

ଅଭିଜ୍ଞତା ଥିବା କର୍ମଚାରୀଙ୍କୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ଷ୍ଟାଣ୍ଡିଂ କମିଟି ପକ୍ଷରୁ ଦିଆଯାଇଥିବା ସୁପାରିସରେ କୁହାଯାଇଛି । ଏସପ୍ରିଏନ୍ସ ଏବଂ ଫ୍ରେସର୍ସ ଉଭୟଙ୍କ ପାଇଁ ସମାନ ପାରିଶ୍ରମିକ ରହିବ ନାହିଁ ।ସେହିଭଳି କୌଣସି ବି ସେକ୍ଟରର କର୍ମଚାରୀଙ୍କୁ ୮ ଘଂଟାରୁ ଅଧିକ ସମୟ ପର୍ଯ୍ୟନ୍ତ କାମ କରାଇପାରିବେ ନାହିଁ ସଂସ୍ଥା କିମ୍ବା କଂପାନୀ । ତେବେ ସେଭଳି କୌଣସି ଜରୁରୀ କାମ କହି ବି କର୍ମଚାରୀଙ୍କୁ କୌଣସି ବି ମାଲିକ ଅଫିସରେ ଅଧିକ ସମୟ ଅଟକାଇପାରିବେ ନାହିଁ ।

ଏଥିସହିତ ହିଁ ପ୍ରତି ପାଂଚ ବର୍ଷରେ କର୍ମଚାରୀଙ୍କ ଏହି ସର୍ବନିମ୍ନ ପାରିଶ୍ରମିକକୁ ରିୱାଇଜ୍ କରାଯିବ । ଏକ ନ୍ୟାସନାଲ ମିନିମମ ୱେଜ୍ ଧାର୍ଯ୍ୟ କରାଯିବ । ଯାହାକୁ ଆଧାର କରି ସମସ୍ତ ରାଜ୍ୟ ନିଜ ନିଜ ରାଜ୍ୟ ପାଇଁ ସର୍ବନିମ୍ନ ପାରିଶ୍ରମିକ ନିର୍ଧାରଣ କରିବେ । ଯାହାକି ବାଧ୍ୟତାମୂଳକ ରହିବ । ସଂସଦୀୟ ସମିତି ନିଜ ରିପୋର୍ଟ ଲୋକସଭାରେ ହସ୍ତାନ୍ତର କରିଛି । ଗତବର୍ଷ କୋଡ ଅଫ ୱେଜ୍ ବିଲକୁ ଲୋକସଭାରେ ଉପସ୍ଥାପନା କରାଯାଇଥିଲା, ଯାହାକୁ ହସ୍ତାନ୍ତର କରାଯାଇଥିଲା । ଏବେ କମିଟି ନିଜ ରିପୋର୍ଟ ଲୋକସଭାକୁ ନ୍ୟସ୍ତ କରିଛି ।

ଏଠାରେ ଆମେ କହି ରଖୁଛୁ କି, କୌଣସି ବି ନିୟମକୁ ଚୂଡାନ୍ତ ରୂପ ଦେବାରେ ଷ୍ଟାଣ୍ଡିଂ କମିଟିର ସୁପିରାସ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏପରିକି ଷ୍ଟାଣ୍ଡିଂ କମିଟି ମିନି ପାର୍ଲିଆମେଂଟ ରୂପରେ ବି ଜଣାଯାଏ । କମିଟିର ରିପୋର୍ଟ ମୁତାବକ, ସର୍ବନିମ୍ନ ପାରଶ୍ରମିକ ଲାଗୁ ହେବା ଦ୍ୱାରା ସାରା ଦେଶରେ କାମ କରୁଥିବା ପାଖାପାଖି ୪୮ କୋଟି ଲୋକଙ୍କୁ ଫାଇଦା ମିଳିବ । କମିଟି ମୁତାବକ, ଏହି ୪୮ କୋଟି କର୍ମଚାରୀଙ୍କ ମଧ୍ୟରୁ ୮୨.୭ ପ୍ରତିଶତ ଲୋକ ଅସଂଗଠିତ କ୍ଷେତ୍ରରେ କାମ କରନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button