ଭୁଲ ଢଙ୍ଗରେ ଅଟା ଚକଟିବା ଦ୍ଵାରା ଘରକୁ ମାଡି ଆସିଥାଏ ଦାରିଦ୍ର୍ୟତା,ତେଣୁ ଏମିତି ଭାବରେ …..

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଶାସ୍ତ୍ରରେ ବର୍ଣିତ ରହିଛି କି, ଯଦି ଘରର ସ୍ତ୍ରୀଲୋକମାନେ ଅଟା ଚକଟିବା ସମୟରେ କିଛି ଭୁଲ କରି ଦେଇଥାନ୍ତି, ତାହେଲେ ଏହାର ଅଶୁଭ ପ୍ରଭାବ ପତିଙ୍କ ଉପରେ ଓ ପରିବାର ଲୋକଙ୍କ ଉପରେ ଦେଖିବାକୁ ମିଳିଥାଏ। ଏହାସହିତ ଏହାର ଖରାପ ପ୍ରଭାବ ଦ୍ଵାରା ଘରକୁ ଦାରିଦ୍ର୍ୟତା ଗ୍ରାସ କରିଥାଏ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।
ଘରେ ଖାଦ୍ୟ ଗରମ ଗରମ ଖାଇବା ନିହାତି ଆବଶ୍ୟକ ଅଟେ।ଏହାଦ୍ବାରା ଶରୀରରେ ଓ ମନରେ ସକାରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ। କିନ୍ତୁ ବେଳେବେଳେ ଆମ ଦ୍ଵାରା କିଛି ଏଭଳି ଭୁଲ ହୋଇ ଯାଇଥାଏ, ଯାହାଦ୍ଵାରା ପରିବାର ସମସ୍ତ ଲୋକଙ୍କର ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ।

କେବେବି ପୂର୍ବରୁ ଚକଟା ହୋଇଥିବା ବା ବସି ଅଟାର ରୁଟି ଖାଆନ୍ତୁ ନାହିଁ। ଏହାର ଖରାପ ପ୍ରଭାବ ସ୍ବାସ୍ଥ୍ୟ ଉପରେ ପଡ଼ିବା ସହିତ ଜୀବନ ଉପରେ ମଧ୍ୟ ପଡ଼ିବ। ଏହାସହିତ ପରିବାର ଲୋକଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ ନାହିଁ ଏବଂ ଶାରୀରିକ ଅସୁସ୍ଥତା ଦେଖା ଦେବ।
ଆଉକିଛି ଲୋକେ ରାତିରେ ରୁଟି କରିବା ପାଇଁ ଦ୍ବିପ୍ରହର ସମୟରେ ଅଟା ଚକଟି ଫ୍ରିଜରେ ରଖି ଦେଇ ଥାଆନ୍ତି। ଏହାଦ୍ବାରା ସେହି ଅଟାରେ ପୋଷାକ ତତ୍ତ୍ଵ କମି ଯାଇଥାଏ ଏବଂ ଏହି ରୁଟି ଆମେ ଖାଇବା ଦ୍ବାରା ଏହାର ନକାରାତ୍ମକ ପ୍ରଭାବ ଆମ ଜୀବନ ଉପରେ ପଡ଼ିଥାଏ। ଆୟୁର୍ବେଦ ଅନୁସାରେ ବାସି ଅଟାର ରୁଟି କେବେବି ପ୍ରସ୍ତୁତ କରିବା ଉଚିତ ନୁହେଁ। ଅଟା ଚକଟି ସାରି ତୁରନ୍ତ ରୁଟି ପ୍ରସ୍ତୁତ କରି ଖାଇବା ସ୍ବାସ୍ଥ୍ୟ ପକ୍ଷେ ଲାଭଦାୟକ ହୋଇଥାଏ। ତେବେ ବନ୍ଧୁଗଣ ଏଭଳି ଭୁଲ ଉପରେ ବିଶେଷ ରୂପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି।




