ଜ୍ୟୋତିଷ

ରୋଷେଇ ଘରେ ବର୍ଷରୁ ଟଙ୍ଗା ହୋଇଥିଲା ଏହି ଦୁର୍ଲଭ ପେଣ୍ଟିଂ, ଦେଖୁ ଦେଖୁ ମହିଳା ହୋଇଗଲେ କୋଟିପତି

ବେଳେ ବେଳେ ଏମିତି ବି ହୁଏ କି ଆମ ଘରେ କେତୋଟି ଜିନିଷ ଥାଏ, ଯାହା ବହୁତ ମୂଲ୍ୟବାନ ଅଟେ କିନ୍ତୁ ତାଙ୍କ ବିଷୟ ରେ ଆମକୁ ଜଣା ନଥାଏ ଏବଂ ଯେତେବେଳେ ଜଣା ପଡେ ଆମେ ଆଶ୍ଚର୍ଯ୍ୟ ହୋଇଯାଉ । ଏମିତି ଏକ ଘଟଣା କାମ୍ପେନିୟନ ସହରର ଏକ ମହିଳା ସହ ହୋଇଛି, ଯାହାର ରୋଷେଇ ଘରେ ଅନେକ ବର୍ଷ ପୂର୍ବରୁ ଏକ ପେଣ୍ଟିଙ୍ଗ ଥିଲା । କିନ୍ତୁ ତାଙ୍କୁ ସେହି ଚିତ୍ର ର ମୂଲ୍ୟ ଜଣା ନଥିଲା ।

ଏବଂ ଯେତେବେଳେ ଜଣାପଡିଲା ଦେଖୁ ଦେଖୁ ମହିଳା ଜଣକ କୋଟିପତି ହୋଇଗଲେ । ଫିଲୋମେନ ବୋଲ୍ଫ ନାମକ ମହିଳା ଏହି ପେଣ୍ଟିଙ୍ଗ କୁ ନିଜ ରୋଷେଇ ଘରେ ଗ୍ୟାସ ଚୂଲା ଉପରେ ଟାଙ୍ଗୀ ରଖିଥିଲେ ।

ମହିଳା କହିଲେ କି ଏହି ପେଣ୍ଟିଙ୍ଗ ତାଙ୍କ ପାଇଁ ସାଧାରଣ ଥିଲା । ତାଙ୍କ ପରିବାର ଏହି ପେଣ୍ଟିଙ୍ଗକୁ ଧାର୍ମିକ ପ୍ରତୀକ ଭାବି ରଖିଥିଲେ । ମହିଳାଙ୍କୁ ଏହି ପେଣ୍ଟିଙ୍ଗ ର ମୂଲ୍ୟ ସେତେବେଳେ ଜଣାପଡିଲା ଯେତେବେଳେ ସେ ନିଜ ଘର ବିକୁଥିଲେ ।

ମିଡିୟା ରିପୋର୍ଟ ଅନୁଯାଇ, ମହିଳା ଏହି ବର୍ଷ ଜୁନ ରେ ନିଜ ପୁରୁଣା ଘର ବିକି ନୂଆ ଘର ନେବାପାଇଁ ଭାବୁଥିଲେ । ମହିଳାଙ୍କ ଘର ୧୯୬୦ ମସିହା ରେ ପ୍ରସ୍ତୁତ କରାଯାଇଥିଲା, ସେଥିପାଇଁ ସେ ତାଙ୍କ ଘରେ ଥିବା ଜିନିଷ ର ମୂଲ୍ୟ ଲଗାଇବାପାଇଁ ନିଲାମି ବିଶେଷଜ୍ଞଙ୍କୁ ଡକାଇଥିଲେ । ନିଲାମି ସମୟ ରେ ବିଶେଷଜ୍ଞଙ୍କ ଦ୍ଵାରା ପେଣ୍ଟିଙ୍ଗ ର ମୂଲ୍ୟ ଜାଣି, ମହିଳା ଆଶ୍ଚର୍ଯ୍ୟ ହୋଇଗଲେ । ନିଲାମି ବିଶେଷଜ୍ଞଙ୍କ ଅନୁଯାଇ ଏହି ପେଣ୍ଟିଙ୍ଗ ୧୩ତମ ଶତାବ୍ଦୀ ର ଅଟେ ।

କୁହାଯାଏ କି ଏହି ପେଣ୍ଟିଙ୍ଗ ୧୨୮୦ ମସିହାରେ ବନାଯାଇଥିଲା । ଏହି ପେଣ୍ଟିଙ୍ଗ କୁ ଇଟାଲୀ ର ପ୍ରକ୍ଷାତ ଚିତ୍ରକାର ଚିମାବୁଏଙ୍କର କୃତି ବୋଲି କୁହାଯାଏ । ଚିମାବୁଏଙ୍କୁ ସେନି-ଡି-ପେପୋ ନା ରେ ବି ଜଣାଯାଏ । ଏହି ପେଣ୍ଟିଙ୍ଗ ର ମୂଲ୍ୟ ୩୧ କୋଟି ରୁ ୪୬ କୋଟି ହେବ ବୋଲି କୁହାଯାଉଅଛି ।

ଏହି ପେଣ୍ଟିଙ୍ଗଟି ୨୬ ସେଣ୍ଟିମିଟର ଲମ୍ବା ଓ ୨୦ ସେଣ୍ଟିମିଟର ଚଉଡା ଅଟେ । ସୂଚନା ଅନୁସାରେ, ସେନି-ଡି-ପେପୋ ଏହି ପେଣ୍ଟିଙ୍ଗ ଈସାଈ ସମୁଦାୟ ର ଭାବନାକୁ ଦର୍ଶାଇ ଏହିଭଳି ୮ଟି ପେଣ୍ଟିଙ୍ଗ ବନାଇ ଥିଲେ । ଏହି ପେଣ୍ଟିଙ୍ଗ ତା ମଧ୍ୟରୁ ଗୋଟେ । ଏହି ଭଳି ଆହୁରି ଦୁଇଟି ପେଣ୍ଟିଙ୍ଗ ବର୍ତମାନ ଲଣ୍ଡନ ର ନ୍ୟାସନାଲ ଗ୍ୟାଲେରୀ ରେ ରଖା ଯାଇଛି । କୁହାଯାଉଛି କି ଏହି ପେଣ୍ଟିଙ୍ଗ ର ନିଲାମି ୨୭ ଅକ୍ଟୋବର ରେ କରାଯିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button