ଦେଶ- ବିଦେଶ

ରାସ୍ତା ମଝିରେ, ଭୀଷଣ ବର୍ଷାରେ ଜିପ ବାହାରେ କାହିଁକି ଠିଆ ହୋଇ ରହିଥିଲେ ଏହି ସୈନିକ ? କାରଣ ଜାଣିଲେ ଆପଣ ବି କାନ୍ଦି ପକେଇବେ

ଦେଶ ପାଇଁ ନିଜ ଜୀବନକୁ ବି ବାଜି ଲଗେଇବାକୁ ପଛାନ୍ତିନୀ ସେହି ଦେଶର ବୀର ଯୋଦ୍ଧମାନେ । ସବୁ ଦେଶର ସୁରକ୍ଷା ପାଇଁ  ୩ ପ୍ରକାର ସେନା ଅଛନ୍ତି । କିନ୍ତୁ ସବୁଠୁ ଅଧିକ ପ୍ରଶଂସା ସ୍ଥଳ ଭାଗରେ ଥିବା ସୈନିକ ମାନଙ୍କର କରାଯାଏ । ଦେଶବାସୀ ମଧ୍ୟ ସେମାଙ୍କୁ ବହୁତ ସମ୍ମାନ କରନ୍ତି ଓ ସେମାନଙ୍କୁ ନେଇ ଗର୍ବ ଅଣୁଭା କରନ୍ତି । ସେମାନେ ହେଉଛନ୍ତି ଦେଶ ପାଇଁ ଏକ ରକ୍ଷାର କବଚ। ସେମାନେ ନିଜର କର୍ତ୍ତବ୍ୟରେ କେବେ ବି ହେଲା କରନ୍ତି ନାହିଁ ।  ତେବେ ଆଜି ଆମେ ଆପଣଙ୍କୁ ସେହିଭଳି ଏକ ମହାନ ସୈନିକଙ୍କ ବିଷୟରେ କହିବୁ ଯାହାଙ୍କୁ ଆଜି ସାରା ଦେଶ ପ୍ରଶଂସା କରୁଛି।

ଏହି କିଛି ଦିନ ତଳେ ଇଣ୍ଟରନେଟ୍ ରେ ଏକ ଫଟୋ ଭାଇରାଲ୍ ହୋଇଥିଲା ଯେଉଁଠି ଜଣେ ଜବାନ ରାସ୍ତା ମଝିରେ ଠିଆ ହୋଇ ଥିଲେ, ତାଙ୍କ ପାଖରେ ଏକ ଜିପ୍ ବି ଥିଲା । ସେହି ସମୟରେ ବହୁତ ବର୍ଷା ମଧ୍ୟ ହେଉଥିଲା, ତେବେ ସେହି ଜବାନ ଜଣକ ଏତେ ବର୍ଷାରେ ଠିଆ ହୋଇଥିବାର କାରଣ ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଘଟଣାର ସୂଚନା ଆମେରିକାରେ ରହୁଥିବା ଏରିନ୍ ହେଷ୍ଟର ନାମକ ଜଣେ ମହିଳା ନିଜ ଫେସବୁକ୍ ପୋଷ୍ଟ ମାଧ୍ୟମରେ ସେୟାର୍ କରିଥିଲେ ।

ଏରିନ୍ ଯେଉଁ ବାଟ ଦେଇ ଯାଉଥିଲା ସେଠାରେ ଏକ ଜିପ୍ ରାସ୍ତା ମଝିରେ ଠିଆ ହୋଇଥିବାର ଦେଖିଲେ। ଏହି ସମୟରେ ବହୁତ ବର୍ଷା ମଧ୍ୟ ହେଉଥିଲା ଓ ସେ ଦେଖିଲେ କି ବାହାରେ ଏକ ବ୍ୟକ୍ତି ଜିପ୍ ସମ୍ମୁଖରେ ଠିଆ ହୋଇଛି । ରାସ୍ତା ମଝିରେ ଜିପ୍ ରହିଥିବା ଦେଖି ଏରିନ୍ ଙ୍କୁ ବହୁତ ରାଗ ଆସିଥିଲା । ସେ ତାଙ୍କ କାର୍ ରୁ ବାହାରକୁ ଗଲେ ଓ ସେହି ବ୍ୟକ୍ତିଙ୍କୁ ଗାଳି କରିବାକୁ ଲାଗିଲେ । ଯେବେ ଏରିନ୍ ସେହି ବ୍ୟକ୍ତିକୁ ଏହାର କାରଣ ବିଷୟରେ ପଚାରିଲେ ତେବେ ସେ ଭାବୁକ ହୋଇଗଲେ ଓ ସେ ଗର୍ବିତ ଅନୁଭବ କରିଥିଲେ ଏହାର କାରଣ ପାଇଁ ।

ପ୍ରକୃତରେ ସେ ଜିପ୍ ଯେଉଁଠାରୁ ଯାଉଥିଲା ସେଠାରେ ଏକ ଅନ୍ତିମ ସଂସ୍କାର କରିବାକୁ ଯାଉଥିବା ବାହାନ ଦେଖିବାକୁ ମିଳିଥିଲା । ଏମିତିରେ ସେହି ଅନ୍ତିମ ସଂସ୍କାର ନେବାକୁ ଥିବା ବାହାନକୁ ସମ୍ମାନ ଦେବା ପାଇଁ ସେହି ଜବାନ ରାସ୍ତା ମଝିରେ ବର୍ଷା ହେଉଥିବା ସତ୍ତ୍ୱେ ବି ଠିଆ ହୋଇରହିଥିଲା ଓ ଶବକୁ ସାଲୁଟ୍ କରିଥିଲା । ଯେବେ ଏରିନ୍ ଙ୍କୁ ଏହି ବିଷୟରେ ଜଣା ପଡିଲା । ତେବେ ତାଙ୍କ ଆଖିରୁ ଲୁହ ଚାଲି ଆସିଥିଲା । ସେ ଫେସବୁକ୍ ରେ ଏହି ଘଟଣାର ସଂପୂର୍ଣ୍ଣ ବିବରଣୀ ଦେଇ ପୋଷ୍ଟ ମାଧ୍ୟମରେ ସମସ୍ତଙ୍କୁ ଜଣାଇଥିଲେ ।

ସେ ତାଙ୍କ ପୋଷ୍ଟରେ ଲେଖିଥିଲେ କି ଆଜି ମୁଁ ଏପରି ଦୃଶ୍ୟ ଦେଖିଲି ଯାହା ମୋ ହୃଦୟକୁ ଛୁଇଁ ଗଲା । ଗୋଟେ ଅନ୍ତିମ ସଂସ୍କାର ହେବାକୁ ଥିବା ଏକ ଶବ ଯାତ୍ରୀଙ୍କୁ ସମ୍ମାନ ଦେଉଥିବା ଜଣେ ଜବାନ ରାସ୍ତା ମଝିରେ ତାଙ୍କୁ ସାଲୁଟ୍ ଦେଇକରି ସମ୍ମାନ ଦେଇଥିଲା । ସେ ଆହୁରି କହିଥିଲେ କି ଆଜି କାଲିର ସମାଜରେ କାହାର କାହା ସହ କିଛି ନେବା ଦେବାରେ ମହତ୍ତ୍ୱ ରଖିନଥାଏ । କିନ୍ତୁ ଜଣେ ମାନବିକତା ଦୃଷ୍ଟିରୁ ଏକ ଅନ୍ତିମ ଯାତ୍ରା ସମୟରେ ଯେଉଁ ସମ୍ମାନ ଦେଇଥିଲେ । ତାହା ଦେଶର ପ୍ରତ୍ୟେକ ନାଗରିକଙ୍କୁ ଏହା ବିଷୟରେ ଭାବିବା ଉଚିତ୍ ।

ସେ ଜବାନଙ୍କ ନାଁ କୋଲ୍ ଜ୍ୟାକ୍ ଉସରି ଅଟେ । ସେ ୧୯୮୮ ରେ ଟେନସି ନ୍ୟାଶାନାଲ୍ ଗାର୍ଡ ରେ ହିସାବରେ ଯୋଗ ଦେଇଥିଲେ । ସେ ବହୁତ ପ୍ରକାର ଭୂମିକାରେ ଭାଗ ନେଇ ଦେଶକୁ ସେବା ଦେଇଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button