ଜ୍ୟୋତିଷ

କରଜରୁ ମୁକ୍ତି ପାଇଁ ମଙ୍ଗଳବାର କରନ୍ତୁ ଗୁଡ଼ ଏବଂ ଚଣାର ମହାଉପାୟ, ହେବ ଧନର ବର୍ଷା

ବନ୍ଧୁଗଣ ମଙ୍ଗଳବାର ଦିନ ହନୁମାନ ମହାରାଜ ଙ୍କୁ ସମର୍ପିତ ଅଟେ । କୁହାଯାଏ ଯେ ମଙ୍ଗଳବାର ଦିନ କୌଣସି ପୂଜା ପାଠ କରିଲେ ପ୍ରଭୁ ହନୁମାନ ଙ୍କ କୃପା ପ୍ରାପ୍ତ ହୋଇଥାଏ । ଏହି ଦିନ ମଙ୍ଗଳ ଗ୍ରହକୁ ସମର୍ପିତ ଅଟେ । ମଙ୍ଗଳ ଗ୍ରହ ଆପଣଙ୍କ ଘରେ କଳହ, କଷ୍ଟ, ଦୁର୍ଘଟଣାର କାରଣ ବନିଥାନ୍ତି । ଏହି ମଙ୍ଗଳ ଗ୍ରହର ସ୍ଵାମୀ ହନୁମାନ ଜୀ ଅଟନ୍ତି ।

ଏହି ଦିନ କୌଣସି ଉପାୟ କରିବେ ତ ହନୁମାନ ଜୀ ଙ୍କ କୃପା ପ୍ରାପ୍ତ ହୋଇଥାଏ । ଆଜି ଆମେ ଆପଣଙ୍କୁ କହିବୁ ମଙ୍ଗଳବାର ଦିନ କେଉଁ କେଉଁ ଉପାୟ କରିଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ମଙ୍ଗଳବାର ଦିନ ଗୁଡ ଓ ଚଣା ର ଏହି ଖାସ ଉପାୟ ଟି କରିଲେ ଶୁଭ ହୋଇଥାଏ । ମାନାଯାଏ କି ଗୁଡ ରେ ଚମତ୍କାରୀ ଗୁଣ ରହିଥାଏ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ ।

ଯଦି ଆପଣ ଗୁଡର ସଠିକ ପ୍ରକାରର ପ୍ରୟୋଗ କରିବେ ତେବେ ଚାକିରି, କରଜ, ଧନ, ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିବ । ଚଣା ର ଏହି ଉପାୟ କରିଲେ ଜୀବନରେ ଯାହା ବି ଇଚ୍ଛା ଥିବା ତାହା ପୂରଣ ହୋଇପାରିବ । ଏବେ ଆସନ୍ତୁ ଜାଣିବା ଉପାୟ ବିଷୟରେ ।

1- ଯଦି ଆପଣ ଜୀବନରେ କିଛି କାର୍ଯ୍ୟ କରୁଛନ୍ତି କିନ୍ତୁ ସଫଳତା ମିଳୁ ନାହିଁ, ପଇସା ଆସିବା ବନ୍ଦ ହୋଇଯାଇଛି, ଝଗଡା ହେଉଛି ତେବେ ମଙ୍ଗଳ ଗ୍ରହର କୁ-ଦ୍ରୁଷ୍ଟି ପଡିଛି । ଏଥିରୁ ମୁକ୍ତି ପାଇବାକୁ 500 ଗ୍ରାମ ଓ ଗୁଡ ଓ ଜଉ ନେଇ ମଙ୍ଗଳବାର ଦିନ ହନୁମାନ ମନ୍ଦିରରେ ଦାନ କରନ୍ତୁ । ଏହାଦ୍ବାରା ମଙ୍ଗଳ ଗ୍ରହ ମଜବୁତ ହେବ ।

2- ଆପଣଙ୍କର ଯାହା ବି ଇଚ୍ଛା ଥାଉ ତାହା ପୂର୍ଣ୍ଣ କରିବା ପାଇଁ ମଙ୍ଗଳବାର ଦିନ ଏକ ଟଙ୍କିଆ କଏନ ନେଇ ନାଲି କପଡାରେ ବାନ୍ଧି ହନୁମାନ ମନ୍ଦିରରେ ଦାନ କରନ୍ତୁ । ଏହି ଉପାୟଟି କରିଲେ ଆପଣଙ୍କର ମନୋକାମନା ତତ୍କାଳ ପୂରଣ ହେବ ।

3- ଆପଣଙ୍କ ଘରେ ଝଗଡା ହେଉଛି, ଚିନ୍ତାରେ ଅଛନ୍ତି ଆଉ ଏଥିରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ମଙ୍ଗଳବାରରେ 500 ଗ୍ରାମ ଗୁଡ ଓ 200 ଗ୍ରାମ ଚଣା ହନୁମାନ ମନ୍ଦିରରେ ଦାନ କରନ୍ତୁ । ଏହାଦ୍ଵାରା ଘରର ଉନ୍ନତି ହେବା ସହ କଳହ ଦୂର ହେବ ।

4- ଯଦି ଆପଣ ଚାକିରି ପାଇଁ ଚିନ୍ତାରେ ଅଛନ୍ତି ତେବେ ମଙ୍ଗଳବାରରେ 11ଟି ରୁଟି ବନାଇ ତା ଉପରେ ଗୁଡ ରଖିକି ନାଲି ରଙ୍ଗର ଗାଈ କୁ ଖାଇବାକୁ ଦିଅନ୍ତୁ । ନିଶ୍ଚୟ ଚାକିରି ପ୍ରାପ୍ତ ହେବ । ଏହା ସହ ଅଯଥା ଖର୍ଚ୍ଚ କମିଯିବ ।

5- ଅଧିକ ଟଙ୍କା ବ୍ୟୟ ହେଉଥିଲେ 7 ଖଣ୍ଡ ଗୁଡ ଓ 500 ଗ୍ରାମ ଚଣା ନେଇ ହନୁମାନଙ୍କ ମନ୍ଦିରକୁ ଯାଇ ଗୋଟେ ଖଣ୍ଡ ଗୁଡ ଅର୍ପଣ କରନ୍ତୁ । ବାକି ଗୁଡ ଓ ଚଣାକୁ ମନ୍ଦିର ବାହାରେ ଥିବା ଭିକ୍ଷୁକଙ୍କୁ ଦାନ କରନ୍ତୁ । ଦେଖିବେ ଧନର ବୃଦ୍ଧି ହେବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button