ସକାଳୁ ଉଠିବା ପରେ ଯେଉଁ ବ୍ୟକ୍ତି ଏହି କାମ କରିଥାଏ ସେ ସାରା ଜୀବନ ଗରିବୀ ଭୋଗ କରିଥାଏ ।

ବନ୍ଧୁଗଣ କଥାରେ ଅଛି ଯଦି ଆପଣ ଜୀବନରେ ସଫଳତା ପାଇବାକୁ ଚାହୁଁଛନ୍ତି ତେବେ ଦିନରେ କେବେ ବି ଶୋଇବା ଉଚିତ ନୁହେଁ । ଆଉ ରାତିରେ କେବେ ବି ଅନିଦ୍ରା ରହିବେ ନାହିଁ । ନଚେତ ଜୀବନରେ କେବେ ବି ଆଗକୁ ବଢି ପାରିବେ ନାହିଁ । ତେବେ ସକାଳ ହେବା ମାତ୍ରେ ପ୍ରତେକ ମଣିଷ ଜୀବନରେ କିଛି ନା କିଛି କାମ ରହିଥାଏ । ବ୍ୟସ୍ତ ବହୁଳ ଜୀବନରେ ମଣିଷ ସକାଳୁ ଉଠିବା ପରେ ଏମିତି କିଛି ଭୁଲ କରି ଦେଇଥାଏ ଯାହା ପାଇଁ ତାକୁ ଅନୁତାପ କରିବାକୁ ପଡିଥାଏ । ତେବେ ଆଜି ଆମେ ଜାଣିବା ସକାଳୁ ଉଠିବା କଣ କଣ ଦେଖିବା ଉଚିତ ନୁହେଁ ।
୧- ସକାଳୁ ଉଠିବା ପରେ ଭୁଲରେ ବି ନିଜ ମୁହଁ ଆଇନାରେ ଦେଖିବେ ନାହିଁ । କାରଣ ଆଇନା ରେ ନେଗେଟିଭ ଶକ୍ତି ରହିଥାଏ । ଆଇନା ସକାଳୁ ଉଠି ଦେଖିବା ପରେ ଦିନ ସାରା କିଛି ନା କିଛି ସମସ୍ଯା ସୃଷ୍ଟି ହୋଇଥାଏ ।
୨- ସକାଳୁ ଉଠିବା ପରେ କେବେ ବି ହିଂସ୍ର ଜୀବ ଜନ୍ତୁ ଙ୍କ ଫୋଟୋ ଦେଖନ୍ତୁ ନାହିଁ । ଏହା ଦ୍ଵାରା ଦିନ ତମାମ କାହା ସହ ନା କାହା ସହ ବିବାଦ ଲାଗି ରହିବ । ଏହା ସହ ନିଜର ଶୋଇବା ଘରେ ବା ଅନ୍ୟ କେଉଁ ଘରେ ବନ୍ୟ ଜୀବ ଜନ୍ତୁ ଙ୍କ ଫୋଟୋ ରଖନ୍ତୁ ନାହିଁ । ଏହା ଦ୍ଵାରା ଗୃହକୁ ନେଗେଟିଭ ଶକ୍ତି ଆସିଥାଏ ।
୩- ସକାଳୁ ସୋଇକି ଉଠିବା ପରେ କାହା ସହ ଝଗଡା କରିବା ଉଚିତ ନୁହେଁ । ଏହା ସହ କାହାକୁ ଅପଶବ୍ଦ କରିବା ଉଚିତ ନୁହେଁ । ଏମିତି କରୁଥିବା ବ୍ୟକ୍ତି ଦିନ ତମାମ ଭଲରେ ରହିପାରେ ନାହିଁ । ତାର ସବୁ କାମ ବିଗିଡି ଯାଇଥାଏ ।
୪- ସକାଳୁ ଉଠିବା ପରେ ଅଇଁଠା ବାସନ ବା ଭାଙ୍ଗି ଯାଇଥିବା କିଛି ଜିନିଷ ଦେଖନ୍ତୁ ନାହିଁ । ଯଦି ଏଭଳି କିଛି ଜିନିଷ ଘରେ ଅଛି ତେବେ ତାହାକୁ ତୁରନ୍ତ ହଟାଇ ଦିଅନ୍ତୁ । ଏହା ଘରେ ନେଗେଟିଭ ଶକ୍ତି ଆସିବାର କାରଣ ହୋଇଥାଏ । ତେଣୁ ଏଥିପ୍ରତି ଧ୍ୟାନ ଦେବା ଉଚିତ ।
୫- ସକାଳୁ ଉଠିବା ପରେ କେବେ ବି ବ୍ୟବହାର କରୁଥିବା ମୋବାଇଲ ବା ଟିଭି ଦେଖନ୍ତୁ ନାହିଁ । ଏହା ଦ୍ଵାରା ଖରାପ ପ୍ରଭାବ ପଡିଥାଏ ।
ସକାଳୁ ଉଠିବା ପରେ ପ୍ରଥମେ ଭଗବାନ ନାମ ଜପ କରିବା ଉଚିତ । ଏହା ପରେ ନିଜର ଦୁଇ ହାତ ର ପାପୁଲି ର ଦର୍ଶନ କରିବା ଉଚିତ । ଏହା ଦ୍ଵାରା ପଜେଟିଭ ଶକ୍ତି ର ସଂଚାର ହୋଇଥାଏ । ସକାଳ ସମୟରେ ଶଙ୍ଖ ବା ଘଣ୍ଟି ର ଶବ୍ଦ ଶୁଣାଗଲେ ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ଦ୍ଵାରା ଦିନ ଯାକ ସାକାରାତ୍ମକତା ବୃଦ୍ଧି ପାଇଥାଏ ।
ଯଦି ସକାଳୁ ଉଠିବା ପରେ ପକ୍ଷୀ ମାନଙ୍କର ରାବ ଶୁଣିବେ ତେବେ ବହୁତ ଭଲ ହୋଇଥାଏ । ଏହା ଅତ୍ୟନ୍ତ ଶୁଭ ସଂକେତ ହୋଇଥାଏ ।