ଘର ସାମ୍ନାରେ ଏହି ଗଛ ଥିଲେ ଆସିଥାଏ ଅକାଳ ମୃତ୍ୟୁ ଏବଂ ଘୋର ଦରିଦ୍ରତା- Vaastu Tips

ବନ୍ଧୁଗଣ କଥାରେ ଅଛି ବୃକ୍ଷ ହିଁ ଜୀବନ । ଗଛ ଆମର ବନ୍ଧୁ ଅଟେ । ବାସ୍ତୁ ଅନୁଯାୟୀ ଗଛ ଗୁଡିକ ଘରେ ନ ରହିଥାଏ ତେବେ ଆମ ପାଇଁ ସବୁଠାରୁ ବଡ ଶତ୍ରୁ ପାଲଟିଯାଏ । ଦୁଖ, ଦାରିଦ୍ରତା, ବିପଦ ଘରକୁ ଟାଣି ଆଣେ । କିନ୍ତୁ ସବୁ ଗଛ ଏମିତି ନୁହେଁ । କିଛି ଗଛ ଏମିତି ଅଛି ଯାହା ଭଗବାନଙ୍କ ସଦୃଶ ଶୁଭ ଫଳ ଦେଇଥାନ୍ତି । ବସ୍ତୁ ଅନୁଯାୟୀ କିଛି ଗଛକୁ ଅଶୁଭ ଓ ଅପବିତ୍ର ବୋଲି ବର୍ଣ୍ଣନା କରାଯାଇଛି । ସେହି ଗଛ ଘରେ ରହିଲେ ନେଗେଟିଭ ବଢିଥାଏ । ଆଜି ଆମେ ଜାଣିବା କେଉଁ ଗଛ ଦୁଖ ଦାରିଦ୍ରତାର କାରଣ ହୋଇଥାଏ ।
୧- କଣ୍ଟା ଜାତୀୟ ଗଛ : ଏହି ଗଛ ଘର ପାଖରେ ବା ଆଗରେ ରହିଲେ ଦୁଖ ଦାରିଦ୍ରତା ବଢିଥାଏ । ଏହା ଦ୍ଵାରା ଘରର ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ଏହି ଗଛ ଘର ପାଖରେ ରହିଲେ ଝଗଡା ଲାଗି ରହିଥାଏ ।
୨- ବାବୁଲ କଣ୍ଟା ଗଛ : ଏହା ଘର ପାଇଁ ଅତ୍ୟନ୍ତ ହାନିକାରକ ଅଟେ । ଏହା ଘରର ଆଖପାଖରେ ବା ସମୁଖରେ ରହିଲେ ରୋଗ, ଶୋକ, ଦୁଖ ଦେଖା ଦେଇଥାଏ ।
୩- ଖଜୁରୀ ଗଛ : ଏହି ଗଛ ଦେଖିବାକୁ ସୁନ୍ଦର ହେବା ସହ ଏହା ଫଳ ମଧୁର ହୋଇଥାଏ । କିନ୍ତୁ ଏହା ଘର ପାଖରେ ବ ସାମନାରେ ରହିଲେ ହାନିକାରକ ହୋଇଥାଏ । ଏହି ଗଛ ରହିଲେ ଦାରିଦ୍ରତା ଲାଗି ରହିଥାଏ । ଯେତେ ରୋଜଗାର କରିଲେ ବି ସଞ୍ଚୟ ହୋଇପାରେ ନାହିଁ ।
୪- ବାଉଁଶ ଗଛ : ବାଉଁଶ ଗଛ ଅନେକ ଶୁଭ କାମରେ ଲାଗିଥାଏ । ଚଉଁରାରେ, ଆକାଶ ଦୀପ ବା ଦେବାଦେବୀଙ୍କ ପତାକା ଉତ୍ତୋଳନ ପାଇଁ, ଯଜ୍ଞଶାଳ ପାଇଁ ହେଉ ବାଉଁଶ ଗଛଗର ଆବଶ୍ୟକତା ଅନେକ କ୍ଷେତ୍ରରେ ହୋଇଥାଏ । କିନ୍ତୁ ଏହି ଗଛ ଘରର ସାମ୍ନାରେ ରହିବା ଅଶୁଭ ହୋଇଥାଏ । କାରଣ ଏଥିରେ ନେଗେଟିଭ ଶକ୍ତିର ବାସ ଥାଏ । ଘର ଆଗରେ ବାଉଁଶ ଗଛ ରହିଲେ ବିପଦ ମାଡି ଆସେ ।
୫- ତେନ୍ତୁଳୀ ଗଛ : ଏହି ଗଛର ଫଳ ସମସ୍ତଙ୍କୁ ପସନ୍ଦ ଆସିଥାଏ । କିନ୍ତୁ ଏହି ଗଛ ଘରର ଆଖପାଖରେ ବା ସାମନାରେ ରହିବା ଭଲ ନୁହେଁ । ଏହି ଗଛରେ ଖରାପ ଶକ୍ତି ବାସ ଥାଏ । ଏହି ଗଛ ରହିଥିଲେ ଦାରିଦ୍ରତା ଓ କଳହ ଲାଗି ରହିଥାଏ ।
୬- ବରଗଛ : ଏହି ଗଛ ଘରର ପୂର୍ବ ଦିଗରେ ବା ଆଖପାଖରେ ରହିବା ଅଶୁଭ ହୋଇଥାଏ । ଏହାର ଛାଇ ଘରେ ପଡିଲେ ବାସ୍ତୁ ଦୋଷ ଆସିଥାଏ । ଘରେ ରୋଗ, ଶୋକ, ଦାରିଦ୍ରତା ବଢିଥାଏ । ଘରର କିଛି ଦୂରରେ ଏହାକୁ ରଖିପାରିବେ । ତେବେ ଏହା ଥିଲା ସେହି ସବୁ ଗଛ ଯାହାକୁ ଘରର ଆଖ ପାଖରେ ବା ସମାନ ରେ ଲଗାଇବା ଉଚିତ ନୁହେଁ । ନ ହେଲେ ଘରର ଉନ୍ନତି ରେ ବାଧା ଆସିଥାଏ ।