ଟଙ୍କା ବର୍ଷା କରୁଥିବା ଏମିତି ଏକ ଗଛ, ଘର ପାଖରେ ଅଛି ତ କରନ୍ତୁ ଏହି ଉପାୟ…

ବନ୍ଧୁଗଣ ଅନେକ ଲୋକ ଓସ୍ତ ଗଛ କୁ ଭୟ କରିଥାନ୍ତି । କାରଣ ଏମିତି ମାନାଯାଏ କି ଓସ୍ତ ଗଛରେ ଭୁତ ପ୍ରେତର ବାସ ରହିଥାଏ । ଏହି ଗଛ ମୂଳକୁ ଯିବା କ୍ଷତିକାରକ ହୋଇଥାଏ । ଅନ୍ୟ ପଟେ କିଛି ଲୋକ ଓସ୍ତ ଗଛର ପୂଜା କରିଥାନ୍ତି । ଓସ୍ତ ଗଛର ପରିକ୍ରମା ମଧ୍ୟ କରାଯାଏ । ଓସ୍ତ ଗଛକୁ କାହିଁକି ପୂଜା କରାଯାଏ ଓ ଏହାର ଫଳ କଣ ମିଳିଥାଏ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।
ଓସ୍ତ ଗଛକୁ କେବେ ବି ଶନିବାର ବ୍ଯତୀତ ଅନ୍ୟ ଦିନରେ ଛୁଇଁବା ଉଚିତ ନୁହେଁ । କାରଣ ଏହି ଗଛରେ ଅଲକ୍ଷ୍ମୀ ବାସ କରିଥାନ୍ତି । ତେଣୁ ରବିବାର ଦିନ ବା ରାତିରେ ଓସ୍ତ ଗଛ ସ୍ପର୍ଶ କରିବା ଅନୁଚିତ । ଏହାଦ୍ବାରା ଅନେକ କ୍ଷତି ହୋଇଥାଏ । ଧର୍ମ ଶାସ୍ତ୍ର ଓ ଭଗବତ ଗୀତାରେ ବର୍ଣ୍ଣିତ ଅଛି କି ଓସ୍ତ ଗଛର ମୂଳରେ ବ୍ରମ୍ହା, ଦେହରେ ବିଶୁଣୁ ଓ ଶାଖା ମାନଙ୍କରେ ମହାଦେବ ବାସ କରିଥାନ୍ତି ।
ଏବଂ ପତ୍ରରେ ସବୁ ଦେବାଦେବୀ ବାସ କରିଥାନ୍ତି । ଶନିବାର ଦିନ ସୂର୍ଯ୍ୟ ଉଦୟ ଠାରୁ ସୂର୍ଯ୍ୟାସ୍ତ ଯାଏଁ ଲକ୍ଷ୍ମୀ ନାରାୟଣ ଏହି ଗଛରେ ବାସ କରିଥାନ୍ତି । ଶନିବାର ଦିନ ଓସ୍ତ ଗଛକୁ ପୂଜା କରିବା ଉଚିତ ହୋଇଥାଏ । ପ୍ରତିଦିନ ଏହି ଗଛ ପୂଜା କରିଲେ ଦେବାଦେବୀଙ୍କ କୃପା ମିଳିଥାଏ । ଓସ୍ତ ଗଛକୁ କାଟିବା ଦ୍ଵାରା ମହାପାପ ଲାଗିଥାଏ ।
ଓସ୍ତ ଗଛ ମୂଳରେ ପ୍ରତିଦିନ ଜଳ ଅର୍ପଣ କରି ପରିକ୍ରମା କରିଲେ ଆର୍ଥିକ ସମସ୍ଯା, ରୋଗ, ରୁଣ, ଶତ୍ରୁ ନାସ ହୋଇଥାଏ । ଜୀବନରେ ଉନ୍ନତି ଓ ଧନର ବୃଦ୍ଧି ହୋଇଥାଏ । ଶନିବାର ଦିନ ଅମାବାସ୍ୟା ପଡିଥିଲେ ଓସ୍ତ ଗଛରେ ପୂଜା କରିଲେ ଶନିଦେବଙ୍କ କୃପା ମିଳିଥାଏ । ଶନି ଦଶା ଚାଲୁଥିଲେ ଶନିବାର ଦିନ ଓସ୍ତ ଗଛ ମୂଳରେ ସୋରିଷ ତେଲର ଦୀପ ଜଳାଇବା ସହ ରାଶି ଅର୍ପଣ କରିବା ଉଚିତ ।
କାର୍ତ୍ତିକ ମାସରେ ଓସ୍ତ ଗଛ ମୂଳରେ ଘିଅର ଦୀପ ଜାଲିଲେ ଶ୍ରୀ ବିଶୁଣୁଙ୍କ କୃପା ଲାଭ ହୁଏ । ଧନ ସମ୍ପତି ପ୍ରାପ୍ତ ହୁଏ । ଅମାବାସ୍ୟାରେ ଓସ୍ତ ଗଛ ମୂଳରେ ୧୦୮ ଥର ପରିକ୍ରମା କରିଲେ ଅନେକ ପ୍ରକାରର କୃପା ମିଳିଥାଏ ଓ ସମସ୍ୟମାନ ଦୂର ହୋଇଥାଏ । ପୁର୍ଣ୍ଣିମା ଦିନ ଓସ୍ତ ଗଛ ମୁଳରେ ଫୁଲ, ଫଳ, ନୈବେଦ୍ୟ ସହ ଜଳ ଅର୍ପଣ କରିଲେ ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ । ସୂର୍ଯ୍ୟାସ୍ତ ପରେ ଓସ୍ତ ଗଛ ପାଖକୁ ଯିବା ଅନୁଚିତ ।
ଶନିବାର ଦିନ ଲୋଟା ରେ ଚିନୀ, ଗୁଡ, କିଛି ବୁନ୍ଦା ସୋରିଷ ତେଲ ଓ ରାଶି ଓସ୍ତ ଗଛ ମୂଳରେ ଅର୍ପଣ କରାଯାଏ ଏବଂ ଅର୍ପଣ କରିବା ପରେ ସେହି ଗଛର ପତ୍ର ଆଣି ଧନ ରହୁଥିବା ଜାଗାରେ ରଖି ଦିଅନ୍ତି ତେବେ ଧନର ବର୍ଷା ହୋଇଥାଏ । ଯେଉଁ ମାନଙ୍କର ଚାକିରି ହେଉ ନାହିଁ ସେମାନେ ଓସ୍ତ ଗଛ ମୂଳରେ ଦୀପ ଲଗାଇ ଧଳା ରଙ୍ଗର ପତାକା ଲଗାଇଲେ ଶୁଭ ଫଳ ମିଳିଥାଏ ।