ଜ୍ୟୋତିଷ

2023 ବର୍ଷ ରେ ହରିୟାଲି ତିଜ କେବେ ପଡୁଅଛି ? ପୂଜା ର ଶୁଭ ମୂହୁର୍ତ୍ତ, ପୂଜା ବିଧି ବିଷୟରେ ଜାଣନ୍ତୁ

ବନ୍ଧୁଗଣ ପ୍ରତି ବର୍ଷ ହରିୟାଲି ତିଜ ପର୍ବ ଶ୍ରବଣ ମାସର ଶୁକ୍ଳ ପକ୍ଷର ତୃତୀୟା ତିଥିରେ ପାଳନ କରାଯାଇଥାଏ । ଏହି ଦିନ ବିବାହିତା ନାରୀ ଏମାନେ ଅଖଣ୍ଡ ସୌଭାଗ୍ୟବତୀ ହେବା ପାଇଁ ବ୍ରତ ଉପବାସ ରଖିକି ଭଗବାନ ଶିବ ଓ ଗୌରୀ ମା ଙ୍କ ପୂଜା କରିଥାନ୍ତି । ଏହି ଦିନ ନାରୀ ମାନେ ଷୋହଳ ଶ୍ରୀଙ୍ଗାର ସହ ସବୁଜ ଚୁଡି ଇଓ ବସ୍ତ୍ର ଧାରଣ କରିଥାନ୍ତି । ଏହି ଥର ହରିୟାଲି ତିଜ ପର୍ବ ରେ ଅନେକ ଶୁଭ ସଂଯୋଗ କାରଣରୁ ଏହାର ମହତ୍ଵ ବହୁତ ଅଧିକ ରହିବ । ଆଜି ଆମେ ଜାଣିବା ବର୍ଷ 2023ରେ ହରିୟାଲି ତିଜ ପର୍ବ କେବେ ପଡିବ, ପୂଜାର ବିଧି, ଶୁଭ ମୂହୁର୍ତ୍ତ ବିଷୟରେ ।

ବର୍ଷ 2023 ରେ ହରିୟାଲି ତିଜ ପର୍ବ ଅଗଷ୍ଟ 19 ଶନିବାର ଦିନ ପଡୁଛି । ଅଗଷ୍ଟ 18 ରାତି 8:01 ମିନିଟରେ ତୃତୀୟା ତିଥି ଆରମ୍ଭ ହେବ ଓ ଅଗଷ୍ଟ 19 ରାତି 10:19 ମିନିଟରେ ସେସ ହେବ । ପୂଜାର ଶୁଭ ମୂହୁର୍ତ୍ତ ସକାଳ 7:47 ମିନିଟରୁ 9:22 ମିନିଟ ଯାଏଁ ରହିବ । ଦ୍ଵିପହରରେ ପୂଜାର ଶୁଭ ମୂହୁର୍ତ୍ତ 12:32 ମିନିଟରୁ 2:07 ମିନିଟ ଯାଏଁ ରହିବ ।

ସନ୍ଧ୍ୟାରେ ପୂଜାର ଶୁଭ ମୂହୁର୍ତ୍ତ 6:52 ମିନିଟରୁ 7:15 ମିନିଟ ଏବଂ ରାତିରେ ପୂଜାର ଶୁଭ ମୂହୁର୍ତ୍ତ 12:10 ମିନିଟରୁ 12:55 ମିନିଟ ଯାଏଁ ରହିବ । ଏଇ ବର୍ଷ ହରିୟାଲି ତିଜ ପର୍ବ ରେ ସିଦ୍ଧି ଯୋଗ ବନୁଅଛି । ଯାହା କି ବହୁତ ଶୁଭ ହୋଇଥାଏ । ମାନ୍ୟତା ଅନୁଯାୟୀ ସିଦ୍ଧି ଯୋଗ ରେ କରାଯାଇଥିବା କାର୍ଯ୍ୟ ସିଦ୍ଧି ହୋଇଥାଏ ।

ଏହି ଦିନ ସକାଳ 10:26 ମିନିଟ ରୁ ସିଦ୍ଧି ଯୋଗର ଆରମ୍ଭ ହେବ । ଏହି ଯୋଗ ପୂର୍ଣ୍ଣ ରାତ୍ରି ଯାଏଁ ରହିବ । ଏହି ଯୋଗ ସମୟରେ ପୂଜା ପାଠ କରିବା ବହୁତ ଫଳଦାୟକ ରହିବ । ହରିୟାଲି ତିଜ ପର୍ବ ରେ ସକାଳୁ ସ୍ନାନ ଆଦି ସାରି ନାରୀ ମାନେ ଷୋହଳ ଶ୍ରୀଙ୍ଗାର କରିବା ଉଚିତ । ଏହା ପରେ ପୂଜା ସ୍ଥାନରେ ଭଗବାନ ଶିବ ଓ ମାତା ଗୌରୀ ଙ୍କ ପ୍ରତିମା ସ୍ଥାପନ କରନ୍ତୁ ।

ଏହାପରେ ଦୀପ ଧୂପ ଜଳାଇ ସବୁ ସାମଗ୍ରୀ ରଖନ୍ତୁ । ମା ପାର୍ବତୀ ଙ୍କୁ ସବୁ ସୁହାଗ ଜିନିଷ ଅର୍ପଣ କରନ୍ତୁ । ଏହା ପରେ ତିଜ ବ୍ରତ କଥା ପଧିବେ ବା ଶୁଣିବେ । ଅନ୍ତରେ ଅଖଣ୍ଡର ସୌଭାଗ୍ୟବତୀ ପାଇଁ ପ୍ରାର୍ଥନା କରିବା ଉଚିତ । ଏହି ଦିନ ସକାଳୁ ସ୍ନାନ କରିବା ପରେ ବ୍ରତ ସଂକଳ୍ପ ନିଅନ୍ତୁ । ଏହି ଦିନ ମା ଗୌରୀଙ୍କୁ ସିନ୍ଦୁର ନିଶ୍ଚୟ ଅର୍ପଣ କରନ୍ତୁ ।

ଏହି ଦିନ ଭଗବାନ ଶିବ ଙ୍କ ପରିବାରଙ୍କୁ ପଞ୍ଚାମୃତରେ ଅଭିଷେକ କରାଇବା ସହ ଖିରୀ ଭୋଗ ଲଗାନ୍ତୁ । ଏହି ବ୍ରତ କରୁଥିବା ନାରୀମାନେ ନିର୍ଜଳା ରହିବା ଉଚିତ । ଏହି ଦିନ ସବୁଜ ରଙ୍ଗର ଚୁଡି, ବିନ୍ଦି, ଶାଢୀ ଧାରଣ କରିବା ଉଚିତ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button