କେମିତି କମିବ ପେଟରୁ ଚର୍ବି ? ଆଜିକାଲି ବହୁତ ଲୋକ ନିଜର ମୋଟାପଣକୁ ନେଇ ଚିନ୍ତିତ ଅଛନ୍ତି । ଏପରିକି ବହୁତ ଅଳ୍ପ ବୟସର ପିଲା ମାନେ ମଧ୍ୟ ବହୁତ ଶୀଘ୍ର ମୋଟାପଣର ଶିକାର ହେଇଯାଉଛନ୍ତି । ତେବେ ଦିନକୁ ଦିନ ମୋଟାପଣ ସମସ୍ଯା ବଢିବାରେ ଲାଗିଛି । ଶରୀରରେ ମୋଟାପଣ ବଢିବାର ଅନେକ ଗୁଡିଏ କାରଣ ରହିଛି । ଯେପରିକି ଶାରୀରିକ କାର୍ଯ୍ୟର ଅଭାବ, ଅତ୍ୟଧିକ ମିଠା ଓ ତେଲଯୁକ୍ତ ଖାଦ୍ୟ ଖାଇବା ଏହି 2 ପ୍ରମୁଖ କାରଣ ଯୋଗୁ ଶରୀରରେ ମୋଟାପା ଅଧିକ ବଢିଯାଇଥାଏ । by TaboolaSponsored Links You May Like The Killer New Toyota 4Runner Is Utter Perfection (Take A Look) MorninJoy ବଂଶଗତ କାରଣରୁ ମଧ୍ୟ ଲୋକ ଅଧିକ ମୋଟା ହୋଇଯାଇଥାନ୍ତି । ତେବେ ଶରୀରରେ ଅତ୍ୟଧିକ ମୋଟାପଣ ଯୋଗୁ ବିଭିନ୍ନ ପ୍ରକାର ରୋଗ ମଧ୍ୟ ଶରୀରକୁ ମାଡି ବସିଥାଏ । ବ୍ରେନ ଟ୍ଯୁମର, ଡାଇବେଟିସ, ବ୍ଲଡ଼ ସୁଗାର, ପେଟରେ କ୍ୟାନ୍ସର ଆଦି ସମସ୍ଯା ଏହି ଅଧିକ ମୋଟାପଣ ଯୋଗୁ ଆସିଥାଏ । ତେବେ ମୋଟାପଣକୁ କମାଇବା ପାଇଁ ପ୍ରଥମେ ନିଜର ଲାଇଫଷ୍ଟାଇଲକୁ ପରିବର୍ତ୍ତନ କରିବାକୁ ପଡିବ । ତେବେ ମୋଟାପଣ ଶରୀରରେ ହେବାକୁ ଚାହୁଁନଥିଲେ । ବା ମୋଟାପଣକୁ କମାଇବାକୁ ଚାହୁଁଥିଲେ । ନିଜର ଜୀବନଶୈଳୀରେ ପରିବର୍ତ୍ତନ ଆଣିବାର ବିଶେଷ ଭାବେ ଆବଶ୍ୟକତା ରହିଛି । ବ୍ୟକ୍ତି ନିଜର ଶାରୀରିକ କାର୍ଯ୍ୟ କରିବା ପ୍ରତି ଅଧିକ ଧ୍ୟାନ ଦେବାର ଅଛି । ଏଥିସହ ପ୍ରତିଦିନ ଏକ୍ସରସାଇଜ ମଧ୍ୟ କରିବା ଉଚିତ । କାରଣ ବିଭିନ୍ନ ପ୍ରକାର ଏକ୍ସରସାଇଜ କରି ବ୍ୟକ୍ତି ନିଜର ଅତ୍ୟଧିକ ମୋଟାପଣକୁ ଧୀରେ ଧୀରେ କରି କମାଇପାରିବେ । ଦିତୀୟରେ ତେଲ ମସଲା ଯୁକ୍ତ ଖାଦ୍ୟ ଠାରୁ ନିଜକୁ ଦୂରେଇ ରଖି ଯଥା ପରିମାଣରେ ସୁଷମ ଖାଦ୍ୟ ଖାଇବା ଉଚିତ । ଯେପରି ଶରୀରରେ ଅଯଥା ଫ୍ୟାଟ ସୃଷ୍ଟି ହୋଇପାରିବ ନାହିଁ । ବାହାରର ପ୍ରୋସେସ କି ପ୍ଯାକେଜ ଫୁଡ୍ ଯେତେ ସମ୍ଭବ କମାଇ ଦିଅନ୍ତୁ । କାରଣ ଏହିଭଳି ଖାଦ୍ୟ ବହୁତ ଶୀଘ୍ର ଶରୀରରେ ଚର୍ବି ବଢାଇ ଶରୀରକୁ ବହୁତ ଶୀଘ୍ର ମୋଟା କରିଦେଇଥାଏ । ଯେଉଁ ମାନଙ୍କର ପିଲା ଛୋଟ ବେଳୁ ଅଧିକ ମୋଟା ଥାନ୍ତି । ସେମାନେ ତାହାକୁ ସାଧାରଣ ଅର୍ଥରେ ନେବା ଉଚିତ ନୁହେଁ । କାରଣ ଓବେସିଟି ବା ମୋଟାପା ଏକ ରୋଗ କହିଲେ ଚଳେ । ଯାହା ଥରେ ବଢିବା ଆରମ୍ଭ ହୋଇଗଲେ । ସମୟ କ୍ରମେ ପିଲା ଧୀରେ ଧୀରେ କରି ବହୁତ ଅଧିକ ମୋଟାପଣର ଶିକାର ହୋଇଯାଇଥାନ୍ତି । ତେଣୁ ପ୍ରଥମରୁ ପିଲା ମାନଙ୍କୁ ପ୍ରତିଦିନ କିଛି ନ କିଛି ଏକ୍ସରସାଇଜ କରିବା ପାଇଁ କହିବା ଦରକାର । ଏଥିସହ ପ୍ରତିଦିନ ପିଲା ଖାଉଥିବା ଖାଦ୍ୟ ଉପରେ ମଧ୍ୟ ଅଧିକ ଧ୍ୟାନ ଦେବାକୁ ପଡିବ। ଯାହା ଦ୍ଵାରା ପ୍ରଥମରୁ ହିଁ ମୋଟାପଣକୁ କମାଇ ପାରିବେ ।

ବନ୍ଧୁଗଣ ଶୋଇଥିବା ଅବସ୍ଥାରେ ସମସ୍ତେ ଅନେକ ସମୟରେ ସ୍ଵପ୍ନ ଦେଖିଥାନ୍ତି । ସ୍ଵପ୍ନରେ ଆମେ ବହୁତ କିଛି ଦେଖିବାକୁ ପାଇଥାଉ । କିଛି ସ୍ଵପ୍ନ ଆମର ସତ ହେଉଥିବା ବେଳେ କିଛି ସ୍ଵପ୍ନ ଆମର ସେହି ସ୍ଵପ୍ନ ହୋଇ ହିଁ ରହିଜାଇଥାଏ । ତେବେ ବନ୍ଧୁଗଣ ଆପଣ କ’ଣ ଜାଣିଛନ୍ତି ! ଯେ ସ୍ଵପ୍ନ କେଉଁ ସମୟରେ ଦେଖିଲେ ତାହା ସତ ହୋଇଯାଇଥାଏ । ତେବେ କେତେବେଳେ ସ୍ଵପ୍ନ ଦେଖିଲେ । ସେହି ସ୍ଵପ୍ନଟି ସତ ହୋଇଯାଇଥାଏ ଆସନ୍ତୁ ସେ ସମ୍ପର୍କରେ ଏଠାରେ ଜାଣିବା ।
1- ବନ୍ଧୁଗଣ ରାତ୍ରୀର ଦିତୀୟ ପ୍ରହର ଠାରୁ ଚତୁର୍ଥ ପ୍ରହର ପର୍ଯ୍ୟନ୍ତ ସମୟରେ ବ୍ୟକ୍ତି ଯେଉଁ ସବୁ ସ୍ଵପ୍ନ ଦେଖିଥାଏ । ସେହି ସ୍ଵପ୍ନ ବ୍ୟକ୍ତିର ସତ ହେବାର ଶତ ପ୍ରତିଶତ ସମ୍ଭାବନା ରହିଥାଏ ।
2- ଦକ୍ଷିଣ କଣ ମାଡି ରାତ୍ରୀରେ ଶୋଇଥିବା ବେଳେ ଯଦି କୌଣସି ବ୍ୟକ୍ତି ସ୍ଵପ୍ନ ଦେଖିଥାଏ । ତେବେ ସେହି ସ୍ଵପ୍ନଟି ମଧ୍ୟ ଶତ ହେବାର ଅନେକ ସମ୍ଭାବନା ରହିଥାଏ ।
3- ଗୁରୁପାକ ଭୋଜନ ଗ୍ରହଣ କରି ବିଳମ୍ବିତ ରାତିରେ ଶୋଇବା ଦ୍ଵାରା ଯେଉଁ ନିଦ ଆସିଥାଏ । ସେହି ନିଦ୍ରାରେ ଆମେ ଯେଉଁ ସ୍ଵପ୍ନ ଦେଖିଥାଉ । ସେହି ସ୍ଵପ୍ନଟି ମଧ୍ୟ ସତ ହେବାର ବହୁତ ସମ୍ଭାବନା ରହିଥାଏ ।
ବନ୍ଧୁଗଣ ପ୍ରାଚୀନ ମୁନିରୁଷି ମାନେ ନିଜ ଯୋଗସାଧନା ବଳରେ ସେମାନେ ଦେଖୁଥିବା ଅସ୍ଵପ୍ନର ସତ୍ୟତା ଓ ମିଥ୍ୟା ସ୍ଵପ୍ନ ସମ୍ପର୍କରେ ସବୁ କିଛି ଜାଣିପାରୁଥିଲେ । ବନ୍ଧୁଗଣ ସ୍ଵପ୍ନର ଦେବତା କିଏ ଆପଣ ଜାଣିଛନ୍ତି କି ? ତେବେ ଏଠାରେ ଆମେ ଆପଣଙ୍କୁ କହି ରଖିବା ପାଇଁ ଚାହିଁବୁ । ଯେ ସ୍ଵପ୍ନର ମୂଳ ଦେବୀ ହେଉଛନ୍ତି ମାତା ପାର୍ବତୀ । ସେ ପ୍ରତ୍ଯେକ ରାତ୍ରୀରେ ଶୂନ୍ଯ ଆକାଶରେ ଉଡି ଉଡି ରାଜ୍ୟ ଭ୍ରମଣ କରିଥାନ୍ତି ।
ତାଙ୍କ ଅଙ୍ଗରୁ ହିଁ ସ୍ଵପ୍ନ କୁମାରୀ ଜାତ ହୋଇଥାନ୍ତି । ଯିଏ ହିଁ ପ୍ରତ୍ଯେକ ବ୍ୟକ୍ତିର ନିଦ୍ରାରେ ଆସି ସ୍ଵପ୍ନ ଦେଖାଇଥାନ୍ତି । ତେବେ ଧାର୍ମିକ ବ୍ୟକ୍ତି ଈଶ୍ବରୀୟ ଚେତନା ସହ ଜଡିତ ଯେଉଁ ମହତ୍ଵପୂର୍ଣ୍ଣ ସ୍ଵପ୍ନ ଦେଖିଥାନ୍ତି । ତାହା ଅନେକ ସମୟରେ ସତ୍ୟ ହୋଇଥାଏ । ହେଲେ ଅନ୍ୟ ଏପରି ବହୁତ ସ୍ଵପ୍ନ ଅଛି । ଯାହା କେବଳ ନିଦ୍ରା ଅବସ୍ଥାରେ ସ୍ଵପ୍ନ ଭାବେ ଦେଖିଥାଉ । ହେଲେ ସେହି ସ୍ଵପ୍ନ ବାସ୍ତବକୁ ଆସି ସତ୍ୟ ହୋଇନଥାଏ ।