ଜ୍ୟୋତିଷ
କାହା ସେବା କଲେ ପୁତ୍ର ସନ୍ତାନ ପ୍ରାପ୍ତି ହୁଏ ଜାଣନ୍ତୁ ଏହି ଗୁପ୍ତ କଥା

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ସମାଜରେ ରହୁଥିବା ସମସ୍ତ ବ୍ୟକ୍ତି ନିଜର ଏକ ସନ୍ତାନ ହେଉ ବୋଲି ଚାହିଁ ଥାଆନ୍ତି। ହେଲେ ସେମାନଙ୍କ ମଧ୍ୟରୁ କିଛି କିଛି ଥାଆନ୍ତି ଯାହାକୁ କି ସନ୍ତାନ ପ୍ରାପ୍ତି ହୋଇ ନଥାଏ ତେଣୁ ସେମାନେ ମଧ୍ଯ ଚିନ୍ତିତ ହୋଇ ପଡିଥାନ୍ତି। ତେବେ ଆପଣ ମାନେ ଜାଣିଥିବେ ବର୍ତ୍ତମାନ୍ ସମୟରେ ଗୋଟେ ପୁଅ ଓ ଝିଅ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ।
ହେଲେ ବର୍ତ୍ତମାନ୍ ମଧ୍ଯ ଲୋକ ମାନେ ଏକ ପୁତ୍ର ସନ୍ତାନ ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି। କାରଣ ତାଙ୍କ ମନରେ ରହି ଆସିଛି କି ଗୋଟେ ଝିଅ ବିବାହ କରି ଅନ୍ୟ ଗୋତ୍ର କୁ ଚାଲି ଯାଇଥାଏ ମାତ୍ର ପୁଅ ଟି ସାରା ଜୀବନ ନିଜ ବାପା ମାଆ ଙ୍କ ପାଖରେ ରହି ତାଙ୍କ ସେବା ଯତ୍ନ କରିଥାଏ। ସେଥି ପାଇଁ କିଛି ଲୋକେ ଗୋଟେ ଝିଅ ଥିଲେ ମଧ୍ୟ ଅନ୍ୟ ଏକ ପୁଅ ର ଆଶା ମଧ୍ଯ କରିଥାଆନ୍ତି। ହେଲେ ଆଜି ଆମେ ଏହି ସମ୍ପର୍କିତ ଏକ ଆଧ୍ୟାତ୍ମିକ କଥା ଆପଣଙ୍କୁ କହିବାକୁ ଯାଉଛୁ।
ତେବେ ଆପଣ ମାନେ ଜାଣିଛନ୍ତି କି ଏକ ପୁତ୍ର ସନ୍ତାନ ପ୍ରାପ୍ତି ପାଇଁ କଣ କଣ କରିବାକୁ ପଡ଼ିଥାଏ? ତେବେ ଶୁଣି ରଖନ୍ତୁ ଆପଣ ମାନେ ଜାଣିଥିବେ ନନ୍ଦ ରାଜା ଓ ଯଶୋଦା ଙ୍କ ଅନେକ ଦିନ ଧରି କୌଣସି ସନ୍ତାନ ହୋଇ ନଥିଲା। ସେମାନେ ସାଧୁ ସନ୍ଥ ଙ୍କ ସେବା କରୁଥିଲେ , ମାନବ ସେବା କରୁଥିଲେ , ଗୋ ସେବା କରୁଥିଲେ ଏଥି ସହ ଭଗବାନ ଙ୍କୁ ଅନେକ ପୂଜାର୍ଚ୍ଚନା ମଧ୍ୟ କରୁଥିଲେ।
ଖାସ୍ ଏହି ସେବା ପାଇଁ ହିଁ ତାଙ୍କର ବୃଦ୍ଧ ବୟସ ରେ ମଧ୍ୟ ସେମାନେ ମାତା ପିତା ହେବାର ସୌଭାଗ୍ୟ ଲାଭ କରିଥିଲେ। ହେଲେ ସେମାନଙ୍କ କୋଳ ରୁ ଏକ କନ୍ୟା ସନ୍ତାନ ଜାତ ହୋଇ ଥିଲା ଯାହାକୁ କି ବସୁ ଦେବ ନେଇ ଯାଇ ତାଙ୍କ ପୁତ୍ର ଶ୍ରୀକୃଷ୍ଣ ଙ୍କୁ କଂସ କବଳ ରୁ ବଞ୍ଚାଇବା ପାଇଁ ସେଠାରେ ଛାଡ଼ି ଦେଇ ଯାଇଥିଲେ। ଏଥିରୁ ଜଣା ପଡୁଛି କି ନନ୍ଦ ରାଜା ଓ ଯଶୋଦା ଙ୍କ ସେହି ନିଃସ୍ୱାର୍ଥପର ସେବା ଯୋଗୁଁ ଦୁହିଁଙ୍କୁ ପୁତ୍ର ସୁଖ ଲାଭ କରିବାର ସୁଯୋଗ ପ୍ରାପ୍ତି ହେଲା।




