ଜ୍ୟୋତିଷ
ଅଚ୍ୟୁତ ଗାଦିରେ ଦେଖିବାକୁ ମିଳିଲା ଅଶୁଭ ଲକ୍ଷଣ ଜାଣନ୍ତୁ କଣ ସତ ଜାଣିଲେ ଆଶ୍ଚର୍ୟ୍ଯ ହେଇଯିବେ

ବର୍ଷ ତମାମ ସବୁଜ,ସୁନ୍ଦର ଓ ସତେଜ ଦେଖା ଯାଉଥିବା କଳ୍ପ ବୃକ୍ଷ ବର୍ତ୍ତମାନ ଶୁଷ୍କ ଏବଂ ବିବର୍ଣ୍ଣ ଦେଖା ଯାଉଛି।ଏହି ଦୃଶ୍ୟ ଟି କଟକ ଜିଲ୍ଲା ରେ ଥିବା ମହାପୁରୁଷ ଅଚ୍ୟୁତାନନ୍ଦ ବିଦ୍ୟାପୀଠ ର ମହା କଳ୍ପ ବୃକ୍ଷ।ପୀଠକୁ ଆସୁଥିବା ଅଗଣିତ ଶ୍ରଦ୍ଧାଳୁ ଙ୍କ ର ଆସ୍ଥା,ବିଶ୍ୱାସ ଓ ଶ୍ରଦ୍ଧା ଭାବନାରେ ଗଭୀର ସଞ୍ଚୟ ଆଣିଦେଇଛି ଏହି ବିଶାଳକାୟ ବରଗଛ ର ଏଭଳି ପତ୍ର ଝଡ଼ା ରୂପ। ଏହି ପୀଠରେ ଯାହା ଆଗରୁ କେହି କେବେ ଦେଖି ନଥିଲେ କି କେବେ ଶୁଣି ନଥିଲେ ଏବେ ତାହା ହିଁ ଘଟିଛି।
୩ ରୁ ୪ ଦିନ ତଳେ ସବୁଜ ପତ୍ର ଗହଳରେ ଭରପୁର ଥିବା ଗଛଟି ହଠାତ୍ ସମ୍ପୂର୍ଣ୍ଣ ପତ୍ର ଶୂନ୍ୟ ହୋଇ ପଡିଥିବାର ଦେଖିବାକୁ ମିଳିଛି।ଏପଟେ ମହା କଳ୍ପ ବୃକ୍ଷ ର ଏଭଳି ଆକସ୍ମିକ ରୂପ ପରେ ଏହାକୁ ନେଇ ଲୋକମାନଙ୍କ ମନରେ ସୃଷ୍ଟି ହୋଇଛି ନାନାଦି ପ୍ରକାର ଆଶଙ୍କା।ଜଣେ ଶ୍ରଦ୍ଧାଳୁ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ସେ ପ୍ରଥମ ଥର ପାଇଁ ଏଭଳି ଦୃଶ୍ୟ ଦେଖିଲେ।ଏଭଳି ଦୃଶ୍ୟ ଦେଖି ତାଙ୍କୁ ବହୁତ କଷ୍ଟ ଲାଗୁଛି ବୋଲି ମଧ୍ୟ କହିଛନ୍ତି।
ଭଗବାନ ଏଭଳି କରି କିଛି ଇଙ୍ଗିତ କରୁଛନ୍ତି କି ଆଗକୁ କିଛି ଅସୁବିଧା ହେବ।ସେପଟେ ନିମାଣ ପୀଠରେ ବହୁ ପୁରୁଣା ବର ଗଛ ର ଏଭଳି ଅବସ୍ଥା ପାଇଁ ଏକ ସଂ ବାଳୁଆ ପ୍ରଜାତି ର ପୋକ ଦାୟୀ ବୋଲି ଉଦ୍ୟାନ ବିଭାଗର ଅଧିକାରୀ କହିଛନ୍ତି। ତେଣୁ ପୋକ ନିପାତ ଲାଗି ସ୍ଥାନୀୟ ପ୍ରଶାସନ ର ସହାୟତା ରେ ଉପଚାର ଆରମ୍ଭ କରାଯାଇଛି।ଗତକାଲି ଠାରୁ ଗଛରେ ଔଷଧ ସିଂଚନ ସହିତ ଶ୍ରଦ୍ଧାଳୁ ଙ୍କ ଆତଯାତ ଉପରେ ବାରଣ କରାଯାଇଛି।
ମହାପୁରୁଷ ଙ୍କ ଗାଦିରେ କେବଳ ନୀତି ବ୍ୟତୀତ ପ୍ରସାଦ ବ୍ୟବସ୍ଥା ମଧ୍ୟ ବନ୍ଦ କରାଯାଇଛି। ପୋକ ବଂଶ ନାଶ ହେଲେ ବରଗଛ ଟି ପୁଣି ସ୍ଵାଭାବିକ ଅବସ୍ଥାକୁ ଫେରି ଆସିବ ବୋଲି ଉଦ୍ୟାନ ବିଭାଗ ଅଧିକାରୀ କହିଛନ୍ତି।ବର୍ତ୍ତମାନ ଏହି ଦୃଶ୍ୟ ଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।




