ଜ୍ୟୋତିଷ

ଜାଣନ୍ତୁ ଆଜି ର ରାଶିଫଳ ୨୦/୦୧/୨୦୨୩ , ଦେଖନ୍ତୁ ଆପଣ ଙ୍କ ରାଶି ରେ ରହିଛି କି ଘାତବାର

ଆଜି ହେଉଛି ୨୦ ଜାନୁଆରୀ।ଶୁକ୍ରବାର।୨୦୨୩।ତ୍ରୟୋଦଶୀ ତିଥି ସୂର୍ଯ୍ୟୋଦୟ ପରଠାରୁ ଦିନ ୯ ଘଣ୍ଟା ୫୨ ମିନିଟ ପର୍ଯ୍ୟନ୍ତ ରହିବ।ଆପଣମାନେ ବାଇଗଣ ଏବଂ ବିରିକୁ ଖାଦ୍ୟ ହିସାବରେ ଗ୍ରହଣ କରନ୍ତୁ ନାହିଁ।ଦିନଟି କିପରି ବିତିବ ମେଷ ଠାରୁ ମୀନ ପର୍ଯ୍ୟନ୍ତ ୧୨ ଗୋଟି ରାଶିର ଫଳ ସମ୍ପର୍କ ରେ ଜାଣନ୍ତୁ।
ମେଷ:-
ପର ଉପକାର ମନରେ ରଖି ଅନ୍ୟଙ୍କୁ ସାହାର୍ଯ୍ୟ କରିବେ କିନ୍ତୁ ପରେ ଅସୁବିଧାରେ ପଡି ପାରନ୍ତି।ଚିଡି ଚିଡି ସ୍ୱଭାବର ହେବେ।ପାରିବାରିକ ଜୀବନ ରେ ଛୋଟ ଛୋଟ ସମସ୍ୟା ଦେଖା ଦେବ।ପୂର୍ବରୁ ଦେଇଥିବା ଟଙ୍କା ପାଇବାକୁ ଅସୁବିଧା ମଧ୍ୟ ହୋଇପାରେ।କୌଣସି ଦ୍ରବ୍ୟ କୁ ହଜାଇ ଦେବେ।
ବୃଷ:-
ଆୟ ଅପେକ୍ଷା ଅଧିକ ଖର୍ଚ୍ଚ ବଢ଼ିପାରେ।ପାରିବାରିକ ଜୀବନ ସୁଖମୟ ରହିବ।କର୍ମ କ୍ଷେତ୍ରରେ କୌଣସି ବିବାଦ ଲାଗି ରହିଥିଲେ ତାହା ଦୂରେଇ ଯିବ।ସନ୍ତାନ ମାନଙ୍କ ପାଇଁ ଶୁଭ ସମ୍ବାଦ ଶୁଣିବାକୁ ପାଇବେ।ଦାମ୍ପତ୍ୟ ଜୀବନରେ ଯାହା ବି ଅସୁବିଧା ଥିବ ତାହା ଦୂରେଇ ଯିବ।
ମିଥୁନ:-
ଭଲ ଯିବ ନାହିଁ।ସତର୍କତା ଅବଲମ୍ବନ କରିବା ଉଚିତ।ସ୍ଵାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ।ପେଟ ଜନିତ ସମସ୍ୟା ଦେଖା ଦେଇପାରେ। ପାଦରେ ମଧ୍ୟ ସମସ୍ୟା ଦେଖା ଦେଇପାରେ।ଅଧିକ ଶୁଭ ଫଳ ପ୍ରାପ୍ତି ପାଇଁ ସବୁଜ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ।
କର୍କଟ:-
ଉତ୍ସାହ ବଢିଯିବ।ପାରିବାରିକ ଜୀବନ ରେ କୌଣସି ବାଧା ବିଘ୍ନ କିଛି ସମସ୍ୟା ଥିଲେ ତାହା ଦୂରୀଭୂତ ହେବ।କର୍ମ କ୍ଷେତ୍ରକୁ ନେଇ ଦୂର ଯାତ୍ରା କରିବେ। ମାନସିକ ଚିନ୍ତା ଦେଖା ଦେଇପାରେ। ଦୂର ଯାତ୍ରା କରିବା ପୂର୍ବରୁ ପକେଟ୍ ରେ ଧଳା ରୁମାଲ୍ ରଖିବେ।
ସିଂହ:-
ଦେହ ମନ ସମ୍ପୂର୍ଣ୍ଣ ରୂପରେ ସୁସ୍ଥ ରହିବ।ପାରିବାରିକ ଜୀବନ ସୁଖମୟ ରହିବ। ବନ୍ଧୁ ଙ୍କୁ ଭେଟିବେ।ତାଙ୍କ ସହିତ ଅନେକ ସମୟ ଅତିବାହିତ କରିବେ।ଯାତ୍ରା କରିବାର ସୁଯୋଗ ରହିଛି।ପୂର୍ବରୁ କୌଣସି ସମ୍ବାଦ ଶୁଣିବାକୁ ଚାହୁଁଥିବେ ତାହା ଶୁଣିବାକୁ ପାଇବେ।
କନ୍ୟା:-
ପାରିବାରିକ ଜୀବନ ସୁଖମୟ ରହିବ। ଆୟ ଅପେକ୍ଷା ଖର୍ଚ୍ଚ ଅଧିକ କରିବେ।କର୍ମ କ୍ଷେତ୍ରରେ କୌଣସି ବିବାଦ ଲାଗି ରହିଥିଲେ ତାହା ଦୂରୀଭୂତ ହେବ।ସନ୍ତାନ ମାନଙ୍କ ପାଇଁ ଭଲ ରହିଛି।ଶୁଭ ଫଳ ପାଇବେ।
ତୁଳା:-
ପୁରୁଷ ଓ ମହିଳା ଙ୍କ ପାଇଁ ଶୁଭ ପ୍ରଦ ରହିଛି।ବିଦ୍ୟାର୍ଥୀ ମାନଙ୍କ ପାଇଁ ଶୁଭ ପ୍ରଦ ରହିଥିବାରୁ ଦୂର ଯାତ୍ରା କରିପାରିବେ।ଏବଂ ସଫଳତା ଅର୍ଜନ କରିବେ।ପାରିବାରିକ ଜୀବନ ସୁଖମୟ ରହିବ।ନୂତନ କାର୍ଯ୍ୟ କରିବା ପାଇଁ ଚେଷ୍ଟା କରିଥିଲେ ନବ ନିଯୁକ୍ତି ପାଇବେ।
ବିଛା:-
ଦେହ ମନ ସମ୍ପୂର୍ଣ୍ଣ ରୂପରେ ସୁସ୍ଥ ରହିବ।ଅନ୍ୟ ଙ୍କ ଠାରୁ କିଛି ଆଶା କରୁଥିଲେ ସେହି ଆଶା କରିଥିବା ଦ୍ରବ୍ୟ କୁ ପ୍ରାପ୍ତି କରିବେ।ପାରିବାରିକ ଜୀବନ ସୁଖମୟ ହେବ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ସାଧାରଣ ସମସ୍ୟା ବା ମତଭେଦ ଦେଖା ଦେଇପାରେ। ସୁ ସ୍ଵାଦ ଖାଦ୍ୟ ଗ୍ରହଣ କରିବେ।
ଧନୁ:-
ଅନୁକୂଳ ରହିବ।ସ୍ଵାସ୍ଥ୍ୟଗତ ସମସ୍ୟା ଥିଲେ ତାହା ଦୂରେଇ ଯିବ।ମା ଙ୍କ ପାଖରୁ କିଛି ଅର୍ଥ ଗ୍ରହଣ କରିବେ।ମା ଙ୍କ ସ୍ଵାସ୍ଥ୍ୟଗତ ସମସ୍ୟା ଥିଲେ ତାହା ଦୂରେଇ ଯିବ।ପିତା ପୁତ୍ର ଙ୍କ ସମ୍ପର୍କ ମଧ୍ୟରେ ଉତ୍ତମ ରହିବ।ପାରିବାରିକ ଜୀବନ ସୁଖମୟ ହେବ।
ମକର:-
ଋଣ ଗ୍ରହଣ କରିବାକୁ ଚାହୁଁ ଥିଲେ ଋଣ ମଞ୍ଜୁର ହୋଇଯିବ।ଅନ୍ୟ ଙ୍କ ଠାରୁ ଟଙ୍କା ପାଇବାର ଥିଲେ ତାହା ମଧ୍ୟ ପାଇବେ।ଦୂର ଯାତ୍ରା କରିବେ।ପାରିବାରିକ ଜୀବନ ସୁଖମୟ ରହିବ।ମନରେ ସାମାନ୍ୟ ବ୍ୟାକୁଳତା ବଢ଼ି ଯାଇପାରେ।ଦାମ୍ପତ୍ୟ ଜୀବନରେ ଯାହା ବି ଅସୁବିଧା ଥିବ ତାହା ଦୂରେଇ ଯିବ।
କୁମ୍ଭ:-
ପୂର୍ବରୁ କୌଣସି ମାନସିକ ଚାପ ଥିଲେ ତାହା ଦୂରେଇ ଯିବ।ଆର୍ଥିକ ସଙ୍କଟ ମଧ୍ୟ ଦୂର ହେବ।ଅର୍ଥ ପ୍ରାପ୍ତି କରିବେ।ପାରିବାରିକ ଜୀବନ ସୁଖମୟ ହେବ।ସନ୍ତାନ ମାନଙ୍କ କାର୍ଯ୍ୟ କୁ ଦେଖି ଆନନ୍ଦିତ ହେବେ।ଦାମ୍ପତ୍ୟ ଜୀବନରେ କିଛି ଝଗଡ଼ା ହୋଇଥିଲେ ତାହା ଦୂର ହେବ।
ମୀନ:-
ମିଶ୍ରିତ ଫଳାଫଳ ରହିବ।ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ।ପାରିବାରିକ ଜୀବନ ସୁଖମୟ ରହିବ।ଥଣ୍ଡା,ଜ୍ଵର ହୋଇପାରେ।ଖାଦ୍ୟପେୟ ରେ ନିୟନ୍ତ୍ରଣ ରଖନ୍ତୁ। ଦୂର ଯାତ୍ରା କରିବା ପାଇଁ ଆଗ୍ରହ କରିଥିଲେ ଅପରାହ୍ନ ରେ ଯାଆନ୍ତୁ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button