ଜ୍ୟୋତିଷ

କଳିଯୁଗ ଶେଷ ହେବା ସମୟ ଆସିଗଲାଣି, ଗୁପ୍ତ ବେଶ୍ ରେ ବୁଲୁଛନ୍ତି କଳ୍କୀ

ବର୍ତ୍ତମାନ କଳିଯୁଗ ଚାଲିଛି।ଯାହାର ସମୟ ବର୍ତ୍ତମାନ ସରି ସରି ଆସୁଛି।କିନ୍ତୁ କଳିଯୁଗ ପରେ ହେବ କଣ ଏଭଳି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି।ପୁରାଣ ଶାସ୍ତ୍ରରେ ଚାରୋଟି ଯୁଗର ବର୍ଣ୍ଣନା କରାଯାଇଛି।
ସେହି ଯୁଗ ଗୁଡ଼ିକ ହେଉଛନ୍ତି ସତ୍ୟ,ତ୍ରେତୟା,ଦ୍ଵାପର ଏବଂ କଳି।ସତ୍ୟ ଯୁଗ ରୁ ଆରମ୍ଭ ହୋଇ ଏବେ କଳିଯୁଗରେ ଶେଷ ହେବାକୁ ଯାଉଛି।ଭଗବାନ ଶ୍ରୀ କୃଷ୍ଣ ଦେବସ୍ରି ନାରଦ ଙ୍କୁ କହିଥିବା କଥା ଅନୁସାରେ କଳିଯୁଗ ର ଶେଷ ବେଳକୁ ଅନ୍ୟାୟ ଅନୀତି ବଢ଼ି ଯିବ।
ପୁଅ ଝିଅ ମାନେ ବାପା ମା ଙ୍କ କଥାକୁ ମାନିବେ ନାହିଁ।ଗୁରୁଜନ ମାନଙ୍କୁ ଆଉ ସମ୍ମାନ ମିଳିବ ନାହିଁ।ଭାଇ ଭଉଣୀ ର ସ୍ନେହ ର ସମ୍ପର୍କ ରେ ଦାଗ ଲାଗିଯିବ।ଯିଏ ବଳୁଆ ହେବେ ସେ କଳିଯୁଗ ରେ ରାଜ୍ କରିବେ।
ସ୍ବାମୀ ସ୍ତ୍ରୀ ର ପବିତ୍ର ସମ୍ପର୍କ ରେ ଫିକା ପଡ଼ିଯିବ।ପରିବାର ମଧ୍ୟରେ ଆଉ ବିଶ୍ୱାସ ରହିବ ନାହିଁ।ବନ୍ଧୁତା ରେ ମଧ୍ୟ ଫାଟ ସୃଷ୍ଟି ହେବ।କେହି କାହାକୁ ମାନିବେ ନାହିଁ କି କେହି କାହା କଥା ଶୁଣିବେ ନାହିଁ।ଭଗବାନ ଙ୍କ କଥା ମଧ୍ୟ କଳିଯୁଗର ମଣିଷ ମାନେ ହସରେ ଉଡ଼ାଇ ଦେବେ।
ରକ୍ଷକ ମାନେ ଭକ୍ଷକ ସାଜିବେ।ଗ୍ରାମ ଗ୍ରାମ ମଧ୍ୟରେ କଳହ ଦେଖା ଦେବ।ଦେଶ ଦେଶ ମଧ୍ୟରେ ଯୁଦ୍ଧ ଲାଗି ରହିବ।ଆକାଶରୁ ନିଆଁ ବର୍ଷା ହେବ।ଆଉ ପାଣି ଟିକେ ପାଇଁ ପୃଥିବୀ ଡହଳ ବିକଳ ହେବେ।
କଳିଯୁଗ ସରିଲା ବେଳକୁ ଲୋକଙ୍କର ଆୟୁ ଥିବ ମାତ୍ର ୨୦ ବର୍ଷ।ମାଳିକା ଅନୁଯାୟୀ ଯୁଗ ପରିବର୍ତ୍ତନ ର ଏହା ୨୨ ତମ ଚକ୍ର ଚାଲିଛି।ଭଗବାନ ବିଷ୍ଣୁ ଙ୍କ କହିବା ଅନୁସାରେ ମହିଳା ମାନେ ଆଉ ଲମ୍ବା କେଶ୍ ରଖିବାକୁ ପସନ୍ଦ କରିବେ ନାହିଁ।
ମହିଳା ମାନଙ୍କୁ ନିଜକୁ ସଜାଇବା ପାଇଁ ଛୋଟ ଛୋଟ କରି କେଶ କାଟିବେ।ଆଉ ଖୋଲା ମଧ୍ୟ ରଖିବେ।ପୁରୁଷ ମାନେ ସୁନ୍ଦର ଦେଖା ଯିବାପାଇଁ କେସ କୁ ରଙ୍ଗ ବେରଙ୍ଗ କରି ସଜେଇ ହେବେ।କାହାର କେସ କଳା ଆଉ ଲମ୍ବା ରହିବ ନାହିଁ।
ଏହାପରେ ଆରମ୍ଭ ହେବ କଳିଯୁଗ।ଶାସ୍ତ୍ର ଅନୁସାରେ ସତ୍ୟଯୁଗ ର ସମୟ କାଳ ୨୭ ଲକ୍ଷ ୧୮ ହଜାର ବର୍ଷ ହେବ।ଏହି ସତ୍ୟଯୁଗରେ ମଣିଷ ର ବୟସ ୪ ହଜାର ରୁ ୨୦ ହଜାର ବର୍ଷ ହୋଇଯିବ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button