ଜ୍ୟୋତିଷ
ଏହି ୪ ଟି ଲକ୍ଷଣ ଥିଲେ ଜଣା ପଡ଼େ ଆପଣଙ୍କ ପାଖରେ ଅଛନ୍ତି ମା ସରସ୍ଵତୀ ଜାଣନ୍ତୁ ଆପଣଙ୍କ ପାଖରେ ଅଛି କି ନାହିଁ ଏହି ୪ ଟି ଲକ୍ଷଣ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଏବେ ଆପଣଙ୍କୁ ଏଭଳି ଚାରୋଟି ଲକ୍ଷଣ ସମ୍ପର୍କ ରେ କହିବାକୁ ଯାଉଛୁ ଯାହାଦ୍ଵାରା ଆପଣ ମାନେ ଜାଣିପାରିବେ କି କେଉଁ ଚାରୋଟି ଲକ୍ଷଣ ଦ୍ବାରା ଆପଣଙ୍କ ଉପରେ ମାଆ ସରସ୍ଵତୀ ଙ୍କ କୃପା ହୋଇଥାଏ।
ମାଆ ସରସ୍ଵତୀ ହେଉଛନ୍ତି ବିଦ୍ୟା, ବୁଦ୍ଧି ଦାୟିନୀ। ସେ ହେଉଛନ୍ତି ଜ୍ଞାନର ଏକ ମହା ଦେବୀ ତାଙ୍କର ଏହି ମହିମାମନ୍ତ ଦିନକୁ ଆମେ ଶ୍ରୀପଞ୍ଚମୀ ଭାବରେ ପାଳନ କରିଥାଉ। ଏବଂ ଏହାକୁ ଆମେ ବସନ୍ତ ପଞ୍ଚମୀ ଭାବରେ ଜାଣି ଥାଉ।
୧- ପ୍ରଥମ ଲକ୍ଷଣ ହେଉଛି ଶୀତ ହେଉ ଅବା ଗ୍ରୀଷ୍ମ ଏଥିରେ ପ୍ରଭାବିତ ନହୋଇ ଯେଉଁ ବିଦ୍ୟାର୍ଥୀ ନିଜର ପାଠରେ ମନ ଦେଇଥାଏ ବା ନିଜ ଏକାଗ୍ରତା ରଖିଥାଏ ଅର୍ଥାତ ,ଯେତେ ଥଣ୍ଡା ହେଉ ଅବା ଗରମ ନିଜ ବିଦ୍ୟା ଅଧ୍ୟୟନ ରେ ଏକାଗ୍ରତା ଥାଏ ତେବେ ନିଶ୍ଚିତ ଭାବରେ ମାଆ ସରସ୍ଵତୀ ଙ୍କ କୃପା ପ୍ରାପ୍ତି ହେବ।
୨- ଯେଉଁ ବ୍ୟକ୍ତି ଅଥବା ବିଦ୍ୟାର୍ଥୀ ଗରୀବ ହେଲେ ମଧ୍ଯ ଲଜ୍ୟା କରେନି କି କୁଣ୍ଠାବୋଧ କରେନି , ଦୁଃଖ କରେନି ଏବଂ ଧନୀ ହେଲେ ମଧ୍ୟ ଅହଙ୍କାର କରେନି କି ଗର୍ବ କରେନି ସର୍ବଦା ସଭିଙ୍କୁ ସମାନ ଭାବରେ ଦେଖି ଥାଏ ଓ ଜ୍ଞାନର ସାଧନା କରିଥାଏ। ତାଙ୍କୁ ବିଦ୍ୟାଦେବି ସରସ୍ଵତୀ ନିଜ କୃପା ଦୃଷ୍ଟି ରେ ନିଶ୍ଚିତ ଭାବରେ ଚାହିଁ ଥାଆନ୍ତି।
୩- ଯେଉଁ ବ୍ୟକ୍ତି ଅବା ବିଦ୍ୟାର୍ଥୀ ଅଧିକ ସ୍ନେହଶ୍ରଦ୍ଧା ମିଳିଲେ ମଧ୍ୟ ଯଦି ନ ବିଗିଡ଼ି ଯାଏ ଓ ପଥ ଭ୍ରଷ୍ଟ ନହୁଏ ଅଥବା ଅଧିକ ଘୃଣା ଅପମାନ ମିଳିଲେ ସେଥିରେ ଲଜ୍ଜିତ ନହୋଇ ନିରାଶ ନହୋଇ ବିଦ୍ୟା ଅଧ୍ୟୟନ ରେ ଜ୍ଞାନର ସାଧନା ରେ ବ୍ୟବଧାନ ଆଣି ନଥାଏ ତାହା ପ୍ରତି ମାଆ ସରସ୍ଵତୀ ସର୍ବଦା ସଦୟ ହୋଇ ଥାଆନ୍ତି।
୪- ଯେଉଁ ବିଦ୍ୟାର୍ଥୀ ସ୍ୱାର୍ଥି ନୁହେଁ ଓ ଉଦଣ୍ଡ ନୁହେଁ ଏଥି ସହ ସିଷ୍ଠାଚାର ଯୁକ୍ତ ହୋଇଥାଏ ଏବଂ ନିଜ ଭାବନାରେ ସର୍ବଦା ନିଶ୍ୱାର୍ଥପର ଭାବନା ରଖିଥାଏ ସେମାନଙ୍କୁ ଭଗବତୀ ସରସ୍ଵତୀ ନିଶ୍ଚିତ ଭାବରେ ପ୍ରସନ୍ନ ହୋଇ ଥାଆନ୍ତି।
ଏହା ହେଉଛି ସେହି ଚାରୋଟି ଲକ୍ଷଣ ଯାହା ଦ୍ୱାରା ଆପଣ ମାନେ ଜାଣି ପାରିବେ କି ଆପଣଙ୍କ ଉପରେ ମାଆ ସରସ୍ଵତୀ ଙ୍କ କୃପା ଅଛି।