ଜ୍ୟୋତିଷ

ଆଜି ପବିତ୍ର ସାବିତ୍ରୀ ଓଷା ରେ ଏମିତି ଯଦି କରିବେ ପୂଜା ତାହାଲେ ସ୍ଵାମୀ ର ଆୟୁଷ କମିଯିବ, ଭୁଲ ରେ ବି କରନ୍ତୁନି ଏମିତି

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆପଣ ସମସ୍ତେ ନିଶ୍ଚୟ ଜାଣିଥିବେ ସାବିତ୍ର ଓଷା ଓଡିଆ ଘରର ସଧବା ନାରୀଙ୍କ ପାଇଁ ଏକ ବିଶିଷ୍ଟ ପର୍ବ ଅଟେ। ଏହିଦିନ ଓଡିଆ ନାରୀମାନେ ପତିଙ୍କ ଶୁଭ ମନାସିବା ପାଇଁ ଦୀର୍ଘ ଆୟୁର କାମନା କରି ବ୍ରତ ରଖିଥାନ୍ତି।
ସାବିତ୍ରୀଙ୍କ ଭଳି ସଦାସର୍ବଦା ସଧବା ହୋଇ ରହିବା ପାଇଁ ସବୁ ନାରୀଙ୍କର ଇଚ୍ଛା ଥାଏ। ଏହି ବ୍ରତରେ ବ୍ୟବହାର କରା ଯାଉଥିବା ସାମଗ୍ରୀ ଗୁଡିକର ଅନେକ ମାହାତ୍ମ୍ଯ ରହିଛି। ତେଣୁ ଆସନ୍ତୁ ଜାଣିବା ଏହିଦିନ କେଉଁ ସବୁ ଜିନିଷ ବ୍ୟବହାର କରାଯାଏ ଓ କେଉଁ ସବୁ ଭୁଲ ପ୍ରତି ସାବଧାନ ରହିବା ଉଚିତ।
Special Report
ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଅମାବାସ୍ୟା ଦିନ ସାବିତ୍ରୀ ଓଷା ପାଳନ କରା ଯାଇଥାଏ। ଏହିଦିନ ସତ୍ୟବାନ, ସାବିତ୍ରୀ ଓ ଯମରାଜଙ୍କ ପୂଜା କରାଯାଏ। ପୌରାଣିକ କଥା ଅନୁସାରେ ସାବିତ୍ରୀ ଏହି ଓଷା ପାଳନ କରି ମୃତ ସତ୍ୟବାନଙ୍କୁ ଯମରାଜଙ୍କ ଠାରୁ ଫେରାଇ ଆଣିଥିଲେ।
ସେବେଠାରୁ ଏହି ସାବିତ୍ରୀ ବ୍ରତ ପାଳନ କରାଯାଉଛି। ଏହିଦିନ ମହିଳାମାନେ ସକାଳୁ ଉଠି ସମସ୍ତ ନିତ୍ୟକର୍ମ ସାରି ନୂଆ ଶାଢୀ ପିନ୍ଧି ଓ ଶୃଙ୍ଗାର କରି ମା ସାବିତ୍ରୀଙ୍କୁ ପୂଜିବା ପାଇଁ ବାହାରିଥାନ୍ତି।
ପୂଜାରେ ବ୍ୟବହାର କରା ଯାଉଥିବା ସାମଗ୍ରୀ ଗୁଡିକ ହେଉଛି ବ୍ରତ, ଲାଲ ଶାଢୀ ଓ ଶଙ୍ଖା, ଅଳତା, ସିନ୍ଦୂର, ପଣିଆ, ଦର୍ପଣ, ଦୁବ ଘାସ, ବରକୋଳି ପତ୍ର ଓ ଫୁଲ ଇତ୍ୟାଦି। ଭୋଗ ପାଇଁ ମଧ୍ୟ ବିଭିନ୍ନ ପ୍ରକାରର ଫଳ ବ୍ୟବହାର କରାଯାଏ।
Special Report
ଲାଲ ରଙ୍ଗ ହେଉଛି ବୈବାହିକ ଜୀବନରେ ଶୁଭତାର ପ୍ରତୀକ। ସେଥିପାଇଁ ସଧବା ନାରୀମାନେ ସର୍ବଦା ଲଳ ଶାଢୀ, ସିନ୍ଦୂର ଓ ଶଙ୍ଖା ପିନ୍ଧି ସ୍ଵାମୀଙ୍କ ରକ୍ଷା କରିବା ପାଇଁ ବ୍ରତ ରଖିଥାନ୍ତି। ତେଣୁ ଏହିଭଳି ପୂଜା ଓ ବ୍ରତ ଦିନ ମାନଙ୍କରେ କେବେବି କଳା ରଙ୍ଗର ଶାଢୀ ପିନ୍ଧିବା ଉଚିତ ନୁହେଁ।
ନଚେତ ଏହା ଅଶୁଭ ପ୍ରଭାବ କାରଣରୁ ସ୍ଵାମୀଙ୍କ ପାଇଁ ବିପଦ ଆସିଥାଏ। ଅମାବାସ୍ୟା ଦିନ ବା କେଉଁ ରାତିରେ ମଧ୍ୟ ବାହାରେ ଲୁଗାପଟା ଶୁଖାନ୍ତୁ ନାହିଁ। ଏହିପରି ଓଷା ବ୍ରତ ଦିନ ସ୍ଵାମୀ-ସ୍ତ୍ରୀ କେବେବି ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ । ଏହାଦ୍ବାରା ମଧ୍ୟ ସ୍ବାମୀଙ୍କ ଆୟୁଷ କ୍ଷୀଣ ହୋଇଥାଏ।
ଏହିଦିନ ନିଜେ କିମ୍ବା ସ୍ଵାମୀ କୌଣସି ଜିନିଷ କାଟିବା ବା ହାଣିବା ଅନୁଚିତ। ସାବିତ୍ରୀ ଓଷା ଦିନ କେବେବି ରନ୍ଧା ଖାଦ୍ଯ ଖାଇବା ଉଚିତ ନୁହେଁ। ସ୍ବାମୀଙ୍କ ମଙ୍ଗଳ ଓ ଆୟୁଷ ବୃଦ୍ଧି ପାଇଁ କାଷ୍ଠା ଉପବାସ କରିବା ଆବଶ୍ୟକ ଅଟେ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button