ଦେଶ- ବିଦେଶ
ଆଗାମୀ ବିଶ୍ଵକପ ପାଇଁ ଆସିଲା ବଡ ଖବର ୨୦୧୬ ହୋଇ ସାରିଛି ଭବିଶ୍ୱତ ବାଣୀ ଦେଖନ୍ତୁ ୨୦୨୭ ବିଶ୍ଵକପ ନେବେ ବିରାଟ କୋହଲି

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବିରାଟଙ୍କ କୋଟି କୋଟି ଫ୍ୟାନଙ୍କ ପାଇଁ ଆସିଛି ଖୁସି ଖବର। ଯାହାକି ୨୦୨୭ ଦିନିକିଆ ବିଶ୍ୱକପ୍ ବେଳକୁ ବିରାଟ କୋହଲି ଦଳରେ ଥିବେ। ଏବଂ ସେ ଦେଶ ପାଇଁ ତୃତୀୟ ବିଶ୍ୱକପ୍ ମଧ୍ୟ ଜିତିବେ।
ତେବେ ଏକଥା କହୁଛି ବିରାଟ କୋହଲିଙ୍କ ଗ୍ରହ ନକ୍ଷତ୍ର। ତେବେ ବନ୍ଧୁଗଣ ବିରାଟଙ୍କ ଜାତକ ଦେଖି ଜଣେ ଜ୍ୟୋତିଷ ୨୦୧୬ ରେ ଏଭଳି ଭବିଷ୍ୟବାଣୀ କରିଥିଲେ। ଯାହା ବର୍ତ୍ତମାନ ସାମ୍ନାକୁ ଆସିଛି। ତେବେ ବିରାଟଙ୍କ ଜାତକ କଣ ସବୁ କହୁଛି ଆସନ୍ତୁ ଜାଣିବା।୧- ୨୦୧୬ ଆଉ ୨୦୧୭ ରେ ବିରାଟ ଏକ ତାରକା ମାନ୍ୟତା ପାଇବେ। ଯେହେତୁ ୨୦୧୭ ଜାନୁୟାରୀ ରେ ଶନି ବିଛା ରାଶିରୁ ବାହାରି ଯିବେ। ତେଣୁ ୨୦୧୬ ଅପେକ୍ଷା ୨୦୧୭ ରେ ତାଙ୍କୁ ଆହୁରି ଅଧିକ ସଫଳତା ମିଳିବ।

୨- ୨୦୧୭ ମାର୍ଚ୍ଚ ଏପ୍ରିଲ୍ ବେଳକୁ ତାଙ୍କର ବିବାହ ପ୍ରସଙ୍ଗ ଆଲୋଚନା ପରିସରକୁ ଆସିବ। ଆଉ ସେହି ବର୍ଷ ଶେଷ ଏବଂ ୨୦୧୮ ଆରମ୍ଭ ବେଳକୁ ସେ ବିବାହ ବନ୍ଧନରେ ବାନ୍ଧିହେବେ।

୩- ବିବାହ ପରେ ତାଙ୍କର ବାହ୍ୟ ସୂତ୍ରରୁ ଆୟ ଯଥେଷ୍ଟ ଅଧିକ ହେବ। ଫେବୃୟାରୀ ୨୦୧୮ ରୁ ସେପ୍ଟେମ୍ବର ୨୦୨୦ ମଧ୍ୟରେ ସେ ଏକ ସନ୍ତାନ ଲାଭ କରିବେ। ସେହି ପିଲାଟି ତା ବାପାଙ୍କ ପାଇଁ ଖୁବ୍ ସୌଭାଗ୍ୟ ଓ ସମୃଦ୍ଧି ଆଣିବ।
୪- ସେପ୍ଟେମ୍ବର ୨୦୨୦ ରୁ ୨୦୨୧ ମଧ୍ୟରେ ସେ ସାମାନ୍ୟ ଖରାପ ସମୟ ଦେଇ ଗତି କରିବେ।

୫- ସେପ୍ଟେମ୍ବର ୨୦୨୧ ରୁ ୨୦୨୫ ମଧ୍ୟରେ ସେ ପୁନର୍ବାର ପେସାଗତ ଏବଂ ଅର୍ଥନୈତିକ ଦିଗରୁ ଅଧିକ ସଫଳତା ଲାଭ କରିବେ।
୬- ସେପ୍ଟେମ୍ବର ୨୦୨୧ ରୁ ୨୦୨୪ ମଧ୍ୟରେ ତାଙ୍କର ଦ୍ୱିତୀୟ ସନ୍ତାନ ଲାଭ ର ଯୋଗ ଅଛି।
୭- ଅଗଷ୍ଟ ୨୦୨୫ ରୁ ଫେବୃୟାରୀ ୨୦୨୭ ମଧ୍ୟରେ ତାଙ୍କର କ୍ୟାରିୟର ଆଂଶିକ କ୍ଷତିଗ୍ରସ୍ତ ହେବ।
୮- ୨୦୨୭ ରେ ତାଙ୍କର କ୍ୟାରିୟର ପୁଣିଥରେ ଉର୍ଦ୍ଧମୁଖି ହେବ। ସଫଳତାର ଶୀର୍ଷରେ ଥାଇ ମାର୍ଚ୍ଚ ୨୦୨୮ ପୂର୍ବରୁ ସେ ଅବସର ଗ୍ରହଣ କରିବେ।




