ଜ୍ୟୋତିଷ

ସାମ୍ନାକୁ ଆସିଲା ପ୍ରଭୁ ଗୁପ୍ତେଶ୍ୱରଙ୍କ ଜୀବନ୍ତ ଥିବାର ପ୍ରମାଣ ଘଟିଲା ଅଲୌକିକ ଘଟଣା

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟର ସୀମାନ୍ତରେ ଥିବା ଏହି ଗୁପ୍ତେଶ୍ୱର ପୀଠଟି ଅବସ୍ଥିତ। କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ନିକଟରେ ଅବସ୍ଥିତ ଏକ ଶୈବପୀଠ ହେଉଛି ଗୁପ୍ତେଶ୍ୱର।
Special report
ସ୍ଥାନଟି କୋରାପୁଟଠାରୁ ୮୦ କି.ମି ଓ ଜୟପୁର ଠାରୁ ୬୦ କି.ମି. ଦୂରରେ ରହିଛି ଏହି ମନୋରମ ସ୍ଥଳ। ଗୁପ୍ତେଶ୍ୱର ପାହାଡ଼ର ଶୀର୍ଷ ଦେଶରେ ଏକ ଗୁମ୍ଫା ମଧ୍ୟରେ ଗୁପ୍ତେଶ୍ୱର ଲିଙ୍ଗ ଅବସ୍ଥିତ। ଛତିଶଗଡ଼ର ଲୋକମାନେ ଏହାଙ୍କୁ ଗୁପ୍ତକେଦାର ବୋଲି କହିଥାନ୍ତି।
ଗୁମ୍ଫା ଭିତରେ ୧୦ ଫୁଟ ଗୋଲେଇ ଓ ୩ ଫୁଟ ଉଚ୍ଚତାର ଶିବଲିଙ୍ଗ ରହିଛି। ସାବେରି ନଦୀ ୨ ରାଜ୍ୟକୁ ସଯୋଂଗ କରୁଥିବା ବେଳେ ପାହାଡ଼ ଉପରେ ରହିଥିବା ବାବା ଗୁପ୍ତେଶ୍ୱରଙ୍କ ପୀଠର ରହିଛି ସ୍ୱତନ୍ତ୍ର ମାହାତ୍ମ୍ୟ।
ତେବେ ବନ୍ଧୁଗଣ ଗୁପ୍ତେଶ୍ୱର ରାଜ୍ୟର ପ୍ରସିଦ୍ଧ ଶୈବପୀଠ ମାନଙ୍କଠାରୁ ଅନ୍ୟତମ। ଓଡ଼ିଶା ଓ ଛତିଶଗଡ଼ର ରାଜ୍ୟର ସୀମାନ୍ତରେ ଥିବା ଏହିପୀଠରେ ପ୍ରତିଦିନ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥାଏ। ସାବେରି ନଦୀ ୨ ରାଜ୍ୟକୁ ସଯୋଂଗ କରୁଥିବା ବେଳେ ପାହାଡ଼ ଉପରେ ରହିଥିବା ବାବା ଗୁପ୍ତେଶ୍ୱରଙ୍କ ଗୁପ୍ତ କଥା ଅନେକ।
Special report
ସମସ୍ତେ ବାବାଙ୍କ ଦର୍ଶନ କରି ଫେରନ୍ତି କିନ୍ତୁ ଯେଉଁଠି ବାବା ଗୁପ୍ତେଶ୍ୱରଙ୍କ ଲିଙ୍ଗ ରହିଛି ତାହା ତଳେ ଯେ ୮ ଟି ଗୁମ୍ପା ରହିଛି ତାହା କେହି ଜାଣି ନାହାନ୍ତି। ଏହି ପୀଠର ଅନେକ ପୌରାଣିକ କାହାଣୀ ରହିଥିବା ବେଳେ ରାମାୟଣ ସହ ଜଡ଼ିତ ଥିବା ଇତିହାସ ପୃଷ୍ଠାରେ ବର୍ଣ୍ଣନା ରହିଥିବା ଏଠିକାର ପୂଜକ କହୁଛନ୍ତି।
ରାମଙ୍କ ବନବାସ ସମୟରେ ଏହି ପୀଠରେ ରାମ ସୀତା ଓ ଲକ୍ଷ୍ମଣ କିଛି ସମୟ ବିତାଇଥିବା ଦର୍ଶାଉଛନ୍ତି ପୂଜକ। ଗୁମ୍ପାର ପ୍ରଥମ ଦ୍ୱାର ଭିତରେ ରହିଛି ଗୁପ୍ତ ଲିଙ୍ଗ ଆଉ ତା ଭିତରକୁ ରହିଛି ଅନେକ ଦେବାଦେବୀଙ୍କ ପୂଜାସ୍ଥଳୀ।
ଏପରି ୮ରୁ ଅଧିକ ଗୁମ୍ପା ଗୁଡିକ ପ୍ରାୟ ୪ କିମି ପର୍ଯ୍ୟନ୍ତ ଲମ୍ବିଥିବା କହିଛନ୍ତି ଗୁମ୍ପା ଭିତରେ ପୂଜା କରୁଥିବା ପୁଜକ। ତେବେ ରାମାୟଣ ବର୍ଣ୍ଣିତ କାହାଣୀକୁ ନେଇ ଏଠାରେ ରହିଥିବା ବହୁ ଦେବାଦେବୀଙ୍କ ମୂର୍ତ୍ତୀ ଯାହାକୁ ଦୁରୁଆ ସମ୍ପ୍ରଦାୟର ଲୋକମାନେ ନିୟମିତ ପୂଜା କରିଆସୁଥିବା ବେଳେ
କିଛି ଗୁମ୍ପାରେ କେଉଁଠି ଝରଣା ରହିଛି ତ କେଉଁଠି ଶିିବ ଲିଙ୍ଗ ପୂଜା ପାଉଛନ୍ତି। ତେବେ ଏଠାକୁ ଆସୁଥିବା ମାନସିକଧାରୀଙ୍କର ସମସ୍ତ ମନସ୍କାମନା ପୁରଣ ହୋଇଥାଏ ବୋଲି ସ୍ଥାନୀୟ ବାସିନ୍ଦା କୁହନ୍ତି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button