ଜ୍ୟୋତିଷ
ଭଗବାନ୍ ଙ୍କ ନିଷ୍ଠୁରତା: ମଶା ଧୂପ ଲାଗି ଚାଲିଗଲା ଜୀବନ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ମାଶଧୂପ ଲଗାଇ ସୋଉଛନ୍ତି କି ତେବେ ହୋଇ ଯାଆନ୍ତୁ ସାବଧାନ। କାରଣ ଏହି ମଶା ଧୂପ ହେଇଛି ଜୀବନ ଯିବାର କାରଣ। ଏବଂ ଏବେ ମଧ୍ୟ ଏହି ମଶା ଧୂପ ଯୋଗୁଁ ଜୀବନ ଚାଲି ଯାଇଛି।
ମଶା ଧୂପ କୁ ନେଇ ଆସିଛି ଏକ ବଡ଼ ଖବର। ଦିଲ୍ଲୀରେ ମଶା ଧୂପ ଲଗାଇ ରାତିରେ ସୋଇଥିବା ସମୟରେ ଗୋଟିଏ ପରିବାରର ଛଅ ଜଣ ଲୋକଙ୍କ ଜୀବନ ମଧ୍ଯ ଚାଲି ଯାଇଛି।
ଦିଲ୍ଲୀ ଶାସ୍ତ୍ରୀ ଅଞ୍ଚଳର ଏହି ପରିବାର ମଶା ଦାଉ ରୁ ରକ୍ଷା ପାଇବା ପାଇଁ ରାତିରେ ସେମାନେ ମଶା ଧୂପ ମଧ୍ୟ ଲଗାଇ ସୋଇଥିଲେ। ମଶା ଧୂପରେ ନିର୍ଗତ କାର୍ବନ ମନୋକ୍ସାଇଡ ଗ୍ୟାସ କୁ ପ୍ରଶ୍ୱାସ ରେ ନେବା ଦ୍ବାରା ଏଭଳି ଘଟି ଥିବାର ଜଣା ପଡ଼ିଛି।
ପରିବାର ର ଦୁଇଜଣ ସଦସ୍ୟ ମାନେ ମଧ୍ୟ ଗୁରୁତର ଅବସ୍ଥାରେ ମେଡିକାଲ ରେ ଚିକିତ୍ସାଧୀନ ଅଛନ୍ତି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ତାହାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।
ମଶା ଧୂପ ରେ ଡିଡିଟି ଓ କ୍ଷତି କାରକ କାର୍ବନ ଓ ଅନ୍ୟାନ୍ୟ ବିଷାକ୍ତ ତତ୍ତ୍ଵ ରହୁଥିବା ମଧ୍ୟ ଶରୀର ପାଇଁ କ୍ଷତି କାରକ ଅଟେ। ଏବଂ ଏହା ବିଶେଷଜ୍ଞ ମଧ୍ଯ କହିଛନ୍ତି। ହେଲେ ଏହି ପରିବାର କ୍ଷେତ୍ରରେ ଘଟଣା କିଛି ଭିନ୍ନ ଥିଲା।
ଘରରେ ଥିବା ଏକ ମ୍ୟାଟ୍ରେସ ରେ ଏହି ମଶା ଧୂପ ନିଆ ସଂଯୋଗ ହୋଇ ଯିବାରୁ ଅଧିକ ବିଷାକ୍ତ ଗ୍ୟାସ ବାହାରିବାକୁ ଲାଗିଥିଲା। ଯାହାଦ୍ଵାରା ସମସ୍ତେ ମଧ୍ୟ ଅସୁସ୍ଥ ହୋଇ ପଡ଼ିଥିଲେ।
ଆପଣ ମାନେ ଜାଣିଥିବେ କି ମଶା ଧୂପ ବ୍ଯବହାର କରିବା ଏକ ସାଧାରଣ ଘଟଣା ହୋଇ ସାରିଲାଣି। ହେଲେ ଏହା ଯେ କେତେ ଭୟଙ୍କର ଅଟେ ସେହି ସମ୍ପର୍କରେ କେହି ହେଲେ ମଧ୍ୟ ଜାଣି ନାହାଁନ୍ତି।
ଆଉ ତାହା ଏବେ ମଧ୍ୟ ପ୍ରମାଣିତ ହୋଇଛି। ଏବେ ସେଥିପାଇଁ ମଶା ଧୂପ ଠାରୁ ଦୁରେଇ ରହିବା ହିଁ ଠିକ ଅଟେ। ସେଥିପାଇଁ ଆପଣ ମାନେ ମଧ୍ୟ ସଚେତନ ହୋଇ ଯାଆନ୍ତୁ।