ସ୍ୱାସ୍ଥ୍ୟ

ମାତିଛି ଆଖି ଧରା ଶୀଘ୍ର ଦେଖନ୍ତୁ କେମିତି ରହିବେ ବର୍ତ୍ତମାନଠାରୁ ସାବଧାନ ଏବଂ ସଚେତନ – Health tips

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ, ରାଜ୍ୟରେ ଏବେ ଆଖି ଧାରା ରୋଗ ବଢ଼ିବାରେ ଲାଗିଛି। ଅଧିକାଂଶ ଜିଲ୍ଲାରେ ଏହି ରୋଗର ରୋଗୀ ସଂଖ୍ୟା ଅଧିକରୁ ଅଧିକ ନଜର ଆସୁଛନ୍ତି। ବିଶେଷ କରି ରାଜଧାନୀ ଭୁବନେଶ୍ବର, କଟକ ସମେତ ଯାଜପୁର,
ବାଲେଶ୍ବର ସମେତ ଅନେକ ଜିଲ୍ଲାରେ ଏହି ସଂକ୍ରମଣ ବଢିବାରେ ଲାଗିଛି। ବିଶେଷକରି ବହୁସଂଖ୍ୟାରେ ଶିଶୁ ସଂକ୍ରମିତ ହେଉଛନ୍ତି। କ୍ୟାପିଟାଲ୍‌ ହସ୍ପିଟାଲରେ ସପ୍ତାହ ପୂର୍ବେ ଦୈନିକ ୧୦ ରୁ ୧୫ ରୋଗୀ ଆସୁଥିଲେ।
Special Report
ହେଲେ ଆଜି ୪୦ ରୁ ୫୦ ପାଖାପାଖି ସଂକ୍ରମିତ ଚିକିତ୍ସା ପାଇଁ ଆସିଛନ୍ତି। ଆଗକୁ ସଂକ୍ରମଣ ଅଧିକ ବଢ଼ିପାରେ ବୋଲି ବିଶେଷଜ୍ଞ ଅନୁମାନ କରୁଛନ୍ତି। ଏଥିପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।
Special Report
ବିଶେଷଜ୍ଞଙ୍କର କହିବା କଥା ହେଉଛି, ଋତୁ ପରିବର୍ତ୍ତନ ହେଲେ ଆଖି‌ ଧରା ରୋଗ ଦେଖିବାକୁ ମିଳିଥାଏ। ଏଡିନୋ ଭୂତାଣୁ ଏହି ରୋଗର କାରଣ। ଏହି ଭୂତାଣୁ କେବଳ ଆଖି ଧରା ନୁହେଁ, ଅନ୍ୟ ରୋଗ ଯଥା ନିଶ୍ବାସ ପ୍ରଶ୍ବାସ ଜନିତ ସମସ୍ୟା ଓ ନିମୋନିଆ ଆଦି ରୋଗ ସୃଷ୍ଟି କରିଥାଏ।
ଏବେ ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହୋଇଛି। ପ୍ରତିବର୍ଷ ଋତୁ ପରିବର୍ତ୍ତନ ହେବା ପରେ ଆଖି ଧରା ରୋଗ ହୋଇଥାଏ। ଚଳିତବର୍ଷ ଏହାର ମାତ୍ରା ଅଧିକ ରହିଛି। ଏହା ଏକ ସଂକ୍ରାମକ ରୋଗ ହୋଇଥିବାରୁ ଖୁବଶୀଘ୍ର ଏକାଧିକ ଲୋକଙ୍କୁ ସଂକ୍ରମିତ କରିପାରୁଛି।
Special Report
ଭୁବନେଶ୍ବରର ସାଲିଆସାହି ଅଞ୍ଚଳରେ ୩୦-୪୦ % ଲୋକ ଏହାର ଶିକାର ‌ଥିବା ଜଣାପଡ଼ିଛି। କ୍ୟାପିଟଲ ଚକ୍ଷୁ ବିଭାଗ ଡାକ୍ତର ବିଭୂତି ଭୂଷଣ ପାଢ଼ୀ କହିଛନ୍ତି, ସାଧାରତଣଃ ବର୍ଷା ଦିନେ ଆଖିଧରା ରୋଗ ଆସିଥାଏ। ଏହା ଏକ ସଂକ୍ରମଣଜନିତ ରୋଗ।
Special Report
ଅର୍ଥାତ୍‌ ଜଣଙ୍କ ପାଖରୁ ଆଉ ଜଣକୁ ଅତି ସହଜରେ ଡେଇଥାଏ। ଏହା ଉଭୟ ବାୟୁ ଓ ସଂସ୍ପର୍ଶରେ ଅନ୍ୟ ଜଣକୁ ସଂକ୍ରମିତ କରିଥାଏ। ପାଣି ଦ୍ଵାରା ମଧ୍ଯ ସଂକ୍ରମିତ କରିଥାଏ। ଏହା ଏକ ବ୍ୟାକ୍ତଟେରିଆ ଜନିତ ରୋଗ।
ଆଖି ଫୁଲିବା ସହିତ ଲାଲ ପଡ଼ି, ଲେଞ୍ଚରା ବାହାରିବ। ଆଖିରୁ ବାହାରୁ ଥୁବା ଲେଞ୍ଚରା ଓ ବ୍ୟବହାର କରିଥବା କପଡ଼ା। ଆଦିରୁ ସଂକ୍ରମଣ କରିଥାଏ। ଏହା ଏକ ସାଂଘାତିକ ଡିଆଁରୋଗ। କିନ୍ତୁ ଡରିବାର କିଛି ନାହଁ, ଏହା ଖୁବଶୀଘ୍ର ଭଲ ମଧ୍ଯ ହୋଇଥାଏ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button