କୁମ୍ଭ (Aquarius) ରାଶି ବ୍ୟକ୍ତିଙ୍କ 2023 ମସିହା କେମିତି କଟିବ, ଦେଖନ୍ତୁ ମହାଭବିଷ୍ୟବାଣୀ

ନମସ୍କାର ବନ୍ଧୁଗଣ, ଆମ ଜୀବନର ସବୁକିଛି ଆମ ରାଶି ଉପରେ ନିର୍ଭର କରେ ତେଣୁ ସମସ୍ତ ବ୍ୟକ୍ତି ଚାହାନ୍ତି ତାଙ୍କ ଜିବନରେ ଘଟିବାକୁ ଯାଉଥିବା ସମସ୍ତ ଘଟଣା ସେ ଆଗରୁ ହିଁ ଜାଣିଯାଅନ୍ତୁ ବୋଲି । ଏହା ନିଶ୍ଚୟ ସମ୍ଭବ ହେବ ରାଶିଫଳ ମାଧ୍ୟମରେ । ତେବେ ଆସନ୍ତୁ ଆଜି ଜାଣିବା କୁମ୍ଭ ରାଶି ବିଷୟରେ ଏବଂ କଣ ଘଟିବାକୁ ଯାଉଛି ତାଙ୍କ ସହ ଆସୁଥିବା ୨୦୨୩ ନୂତନ ବର୍ଷରେ ।
ଗ୍ରହ ମାନଙ୍କ ପରିବର୍ତ୍ତନ ହେତୁ ଆପଣଙ୍କ ଜୀବନରେ ୬ଟି ଘଟଣା ଘଟିବାକୁ ଯାଉଛି ଆଗାମୀ ନୂତନ ବର୍ଷରେ ଯାହା ବିଷୟରେ ଜାଣିବା ନିତ୍ୟାନ୍ତ ଆବଶ୍ୟକ ରହିଛି । ପ୍ରଥମ ଘଟଣାଟି ହେଉଛି, ଆପଣଙ୍କ ରାଶିରେ ସସ ନାମକ ରାଜଯୋଗ ରହିବ । ଶାନିଦେବା ପ୍ରଥମ ଗୃହରେ ଗୋଚର କରିବେ । ଅଯଥାରେ ଆପଣଙ୍କର ଯେଉଁ ଖର୍ଚ ହେଉଥିଲା,
ବିଦେଶ ଯାତ୍ରା କରିବାରେ ଯେଉଁ ବାଧା ଆସୁଥିଲା ଯେବେ ମକର ରାଶି ରୁ ଶନି ଦେବ ବାହାରି କୁମ୍ଭା ରଶିରେ ପ୍ରବେଶ କରିବେ ତ ଦୂର ଯାତ୍ରା କରିବାକୁ ସୁଯୋଗ ପାଇବେ । ଧାର୍ମିକ ଯାତ୍ରା ଆପଣଙ୍କ ପାଇଁ ଭଲ ରହିବ । ଅଯଥା ଖର୍ଚ ଉପରେ ନିୟନ୍ତ୍ରଣ ଆସିବ । ଯେଉ ମାନଙ୍କର ବିବାହ ହେବାରେ ବାଧା ଆସୁଥିଲା ସେମାନଙ୍କର ବିବାହାର ଯୋଗ ବନୁଅଛି ।
ଦିତୀୟ ଘଟଣାଟି ହେଉଛି, ଆପଣ ନୂତନ ବର୍ଷରେ କୌଣସି ଦାମୀ ଜିନିଷ କିଣିପାରନ୍ତି, ଯେମିତି ମୋବାଇଲ ଫୋନ କିମ୍ବା ଗାଡି । ଜମିବାଡି କିଣିବାର ଯୋଗ ମଧ୍ୟ ରହିଛି । କୌଣସି ବଡ ସଫଳତା ମଧ୍ୟ ଆପଣ ହାସଲ କରିବେ ଏହି ନୂତନ ବର୍ଷରେ । କୌଣସି ଧାର୍ମିକ ଯାତ୍ରା ଆପଣ ନିଶ୍ଚିନ୍ତ କରିବେ । ତୃତୀୟ ଘଟଣାଟି ହେଉଛି, ରାହୁ ଦେବ ଗୋଚର କରିବେ ।
ଏବଂ ରାହୁଦେବଙ୍କ ଗୋଚର ସାମାନ୍ଯ ଭଲ ନୁହେଁ । ଆପଣଙ୍କ ସହ ଯୁକ୍ତିତର୍କ ବଢିଥାଏ ଯେମିତିକି ପରିବାର ସହ ହେଉ ବା ନିଜ ପ୍ରେମ ସମ୍ପର୍କରେ ହେଉ କିମ୍ବା ସାଙ୍ଗ ସାଥିଙ୍କ ସହ ହେଉ ବହୁତ ଯୁକ୍ତିତର୍କ ହୋଇପାରେ । ଆପଣ ଆପଣଙ୍କ ବାଣୀ ଉପରେ ନିୟନ୍ତ୍ରଣ ରଖିପାରିବେ ନାହିଁ । ଦାନ୍ତକୁ ନେଇ କିଛି ସମସ୍ୟା ମଧ୍ୟ ଦେଖାଦେଇପାରେ । ଲିଭର ଏବଂ ଡାଇଜେସନ ଉପରେ ଟିକେ ଧ୍ୟାନ ରଖନ୍ତୁ ।
କାନ୍ଧରେଯନ୍ତ୍ରଣା ହୋଇପାରେ, ଥକା ପଣ ଅନୁଭବ କରିପାରନ୍ତି ଏହିସବୁ ଘଟଣା ୩୦ ଅକ୍ଟୋବର ପରେ ହେବ । ଚତୁର୍ଥ ଘଟଣାଟି ହେଉଛି: ଡିସେମ୍ବର ୨୦୨୩ ରେ ଶୁକ୍ର ଦେବ ଆପଣଙ୍କ ଭାଗ୍ୟ ସ୍ଥାନରେ ଗୋଚର କରିବେ ତେଣୁ ଏହା ଆପଣଙ୍କ ପାଇଁ ବହୁତ ଭଲ ସମୟ ରହିବ । ଆପଣଙ୍କ ଚାକିରିରେ ବହୁତ ବଡ ପ୍ରମୋଶନ ହୋଇପାରେ ଏବଂ ବହୁତ ବଡ ସଫଳତା ମଧ୍ୟ ମିଳିପାରେ ।
ପଞ୍ଚମ ଘଟଣାଟି ହେଉଛି: ଆପଣଙ୍କ କ୍ଯାରିୟର ରେ ବହୁତ ବଡ ପରିବର୍ତ୍ତନ ଆସିପାରେ । ଆପଣ ନୂଆ ଜମିବାଡି କିଣିପାରନ୍ତି । କୋଟ କଚେରୀ ମାମଲା କିଛି ଥିଲେ ସେଥିରୁ ମୁକ୍ତି ମିଳିବ । ଷଷ୍ଠ ଘଟଣାଟି ହେଉଛି, ଏପ୍ରିଲ ମାସ ପରେ କୌଣସି ହାଇୟର ଏଜୁକେସନ ପାଇଁ ଆପଣ ଚେଷ୍ଟା କରିବେ ତ ବହୁତ ଭଲ ଫଳ ପ୍ରାପ୍ତି ହେବ ।
କ୍ଯାରିଅରର ଯେଉଁ କାମ ଅଟକି ରହିଥିଲା ତାହା ଆରମ୍ଭ ହେବାକୁ ଲାଗିବ । କୃଷକ ମାନଙ୍କ ପାଇଁ ଭଲ ରହିବ ଏହି ନୂତନ ବର୍ଷଟି । ଟ୍ରାନ୍ସପୋଟ କାମ କରୁଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ଏହି ନୂତନ ବର୍ଷଟି ଭଲ ରହିବ । ଏପ୍ରିଲ ପରେ କୌଣସି ବ୍ୟାପାର ଆରମ୍ଭ କରିପାରନ୍ତି ।