ଜ୍ୟୋତିଷ

ମାତ୍ର ମୁଠାଏ ସୋରିଷ ଆପଣଙ୍କୁ କରିବ କୋଟିପତି, ବାସ କରନ୍ତୁ ଏହି ଛୋଟିଆ ଉପାୟ- Vastu Tips

 

ପ୍ରତେକ ମଣିଷ ଜୀବନରେ ସୁଖ ଦୁଖ ଲାଗି ରହିଥାଏ । କିନ୍ତୁ ଏମିତି କିଛି ମଣିଷ ଅଛନ୍ତି ଯେଉଁ ମାନେ ଦାରିଦ୍ରତାରେ ସମୟ ବିତାଇଥାନ୍ତି । ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଜ୍ଯୋତିଷ ଶାସ୍ତ୍ରରେ ଅନେକ ଉପାୟମାନ ବିଷୟରେ କୁହାଯାଇଛି । ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଏହି ଜିନିଷଟି ଆପଣଙ୍କୁ ରୋଷେଇ ଘରୁ ସହଜରେ ମିଳିଯିବ ଯାହାର ନୀତିଦିନିଆ ବ୍ୟବହାର କରାଯାଇଥାଏ । ତେବେ ସେହି ଜିନିଷ ଟି ହେଉଛି ସୋରିଷ ଯାହା ତନ୍ତ୍ର ବିଦ୍ୟା, ପୂଜାରୀ ମାନେ ସୋରିସର ଉପାୟ କହିଥାନ୍ତି । କାରଣ ସୋରିଷ ଏପରିକି ଏକ ଚମତ୍କାରୀ ଓ ଦିବ୍ୟ ଶସ୍ୟ ଅଟେ ଯାହା କି ଘରର ବାସ୍ତୁ ଦୋଷ ଓ ମଣିଷର ଗ୍ରହ ଦୋଷ ଖଣ୍ଡନ କରି ଘରେ ସୁଖ ସମୃଦ୍ଧି ବୃଦ୍ଧି କରାଇଥାଏ ।

ଆସନ୍ତୁ ଜାଣିବା ସୋରିଷକୁ ନେଇ କିଛି ସରଳ ଉପାୟ ବିଷୟରେ ବିସ୍ତାର ଭାବେ । ୧- ଯେଉଁ ଘରେ ଛୋଟ ପିଲା ରହିଥାନ୍ତି ପ୍ରାୟତ ସ୍ୱାସ୍ଥ୍ୟ ଖରାପ ରହିଥାଏ ଓ ସେମାନେ ସର୍ବଦା କାନ୍ଦିଥାନ୍ତି ତେବେ ଜାଣିବେ କାହାର ଖରାପ ଦ୍ରୁଷ୍ଟି ରହିଛି । ଏଥିପାଇଁ ବାମ ହାତରେ ୭ଟି ସୋରିଷ ସହ ଚିମୁଟାଏ ଲୁଣ ଓ ଗୋଟିଏ ବା ଦୁଇଟି ଶୁଖିଲା ଲଙ୍କା ମୁଠା କରି ପିଲାର ମୁଣ୍ଡ ଉପରେ ସତ ଘେର ବୁଲାଇ ଜ୍ଵଳନ୍ତା ନିଆଁରେ ପକାଇ ଦିଅନ୍ତୁ । ଆମ୍ବ କାଠର ବ୍ୟବହାର ଏଥିପାଇଁ ଉପଯୁକ୍ତ ଅଟେ ।

୨- ଯଦି ପରିବାରରେ କେହି ସର୍ବଦା ବିରକ୍ତ ହେଉଥାନ୍ତି ବା ରାଗୁଥାନ୍ତି ତେବେ ଉପରେ କୁହା ଯାଇଥିବା ଉପାୟ କୁ କରି ଶାନ୍ତ କରି ପାରିବେ । ଯଦି କୌଣସି କାର୍ଯ୍ୟ ଅଟକି ରହିଛି ତେବେ ଗୁରୁବାର ଦିନ କାହାରିକୁ ସୋରିଷ ଦାନ କରନ୍ତୁ । ଦେଖିବେ ସେହି କାମ ପୁଣି ଥରେ ଚାଲୁ ହେବାରେ ଲାଗିବ ଆଉ ଜୀବନରେ ଉନ୍ନତି ହେବାରେ ଲାଗିବ ।

୩- ଯଦି ଶନି ମହାଦଶା ଚାଲିଥାଏ ବା ଆର୍ଥିକ ସଙ୍କଟ ରେ ଗତି କରୁଥାନ୍ତି ତେବେ ଶନିବାର ଦିନ ମୁଠାଏ ସୋରିଷ ନେଇ ନଦୀରେ ପ୍ରବାହିତ କରି ଦିଅନ୍ତୁ । ଦେଖିବେ ଶନି ଦଶାରୁ ମୁକ୍ତି ମିଳିବ ସହ ଧନ ଜନିତ ସମସ୍ଯା ଦୂର ହେବ ।

୪- ଯଦି କୌଣସି ବ୍ୟକ୍ତି ଦିନକୁ ଦିନ ଦାରିଦ୍ରତା ଆଡକୁ ଗତି କରୁଛନ୍ତି ବା ଧନର ଅଭାବ ବଢି ଚାଲୁଅଛି ବା ଦୁଖର ବୋଝ ଭାରି ହେଉଛି ବା କରାଜରେ ବୁଡି ରହିଛନ୍ତି ତେବେ ନାଲି କପଡାରେ ମୁଠାଏ ସୋରିଷ ସହ ଧାନ, ମୁଗ, ଗହମ, ମାଣ୍ଡିଆ, କଳା ରାଶି ରଖି ବାନ୍ଧି ଦିଅନ୍ତୁ । ଆପଣଙ୍କ ଘରେ ଯେତୋଟି ରୁମ ରହିଛି ସେତିକି ପୁଟୁଳି ପ୍ରସ୍ତୁତ କରନ୍ତୁ ଏହି ସବୁ ସାମଗ୍ରୀରେ । ଏହାକୁ ନେଇ ପ୍ରତି ରୁମରେ ଉତ୍ତର-ପୂର୍ବ, ପୂର୍ବ ବା ଐଶାନ୍ୟ କୋଣରେ ରଖି ଦିଅନ୍ତୁ । ଦେଖିବେ ସବୁ ଧନ ଜନିତ ସମସ୍ଯା ଦୂର ହେବ ସହ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ । ଏହା ସହ କରଜରୁ ମୁକ୍ତି ପାଇବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button