ଜ୍ୟୋତିଷ

କେଉଁ ମାସରେ ଜନ୍ମ ହୋଇଥିବା କନ୍ୟା ଲକ୍ଷ୍ମୀ ସ୍ଵରୁପା ଅଟନ୍ତି ? Ajira Anuchinta

ବନ୍ଧୁଗଣ ଦୁନିଆରେ ଯେତେ ଦାନ ଅଛି ସବୁ ଦାନ ମଧ୍ୟରୁ ଏମିତି ୫ଟି ଦାନ ରହିଛି ଯାହା ସବୁଠାରୁ ମହାନ ଦାନ ଅଟେ । ସେହି ୫ଟି ଦାନ ହେଉଛି ଅର୍ଣ୍ଣ ଦାନ, କନ୍ୟା ଦାନ, ଭୂମି ଦାନ, ବିଦ୍ୟା ଦାନ ଓ ଗୋ-ଦାନ । ଏହି ୫ଟି ଦାନ ସବୁ ଦାନ ମଧ୍ୟରୁ ମହାନ ଅଟେ । ଏ ଦୁନିଆରେ ଏମିତି ଅନେକ ବାପା ମା ଅଛନ୍ତି ଯେଉଁ ମାନଙ୍କର କୋଳରେ ଯେବେ କନ୍ୟା ସନ୍ତାନ ଜନ୍ମ ଲାଭ କରେ ସେ କନ୍ୟା ସନ୍ତାନ ତାଙ୍କ ଘରକୁ ଆସିବା କ୍ଷଣି ଧନ ସମ୍ପତି ରେ ଭରପୁର ହୋଇଯାଏ । ଏମିତିକି ମା ଲକ୍ଷ୍ମୀ ଙ୍କ କୃପା ଦ୍ରୁଷ୍ଟି ସେହି ଘର ଉପରେ ରହିଥାଏ । ଆଜି ଆମେ ଆପଣଙ୍କୁ କେଉଁ ମାସରେ କନ୍ୟା ସନ୍ତାନ ଜନ୍ମ ହେଲେ ଲକ୍ଷ୍ମୀ ସ୍ଵରୁପା ହୋଇଥାନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

ହିନ୍ଦୁ ଶାସ୍ତ୍ର ବା ଧର୍ମ ଅନୁଯାୟୀ ନାରୀ ହେଉଛି ଦେବୀ ସଦୃଶା । କନ୍ୟା ମାନଙ୍କୁ ମହାଶକ୍ତି ର ସ୍ୱରୂପ ବୋଲି କୁହା ଯାଇଥାଏ । କିନ୍ତୁ ଗ୍ରହ, ନକ୍ଷତ୍ର ଓ ରାଶି ମାନଙ୍କର ପ୍ରଭାବକୁ ବିଚାର କରିଲେ ଏମିତିକି କିଛି ମାସ ଅଛି ଯେଉଁ ମାସରେ ଯଦି କନ୍ୟା ଜନ୍ମ ହୁଅନ୍ତି ତେବେ ସେମାନେ ଲକ୍ଷ୍ମୀ ସ୍ଵରୁପା ହୋଇଥାନ୍ତି । କଥା ରେ ଅଛି ଦୁଇ କୁଳକୁ ହିତା ଦୁହିତା ଯାହାର ଅର୍ଥ ହେଉଛି ଯେ ଦୁଇ କୁଳକୁ ହିତ ସାଧନ କରେ ସେ ହେଉଛି ଦୁହିତା ବା କନ୍ୟା ।

ଓଡିଆ ମାସ ହିସାବରେ ମକର ମାସର ଆରମ୍ଭରୁ କୁମ୍ଭ ମାସର ୧୫ ଦିନ ଯାଏଁ ଅର୍ଥାତ ମାଘ ମାସର ଶୁକ୍ଳ ପକ୍ଷରୁ ଫାଲ୍ଗୁନ ମାସର କୃଷ୍ଣ ପକ୍ଷ ଯାଏଁ ଯେଉଁ ସମୟ ରହିଥାଏ ବା ଫେବୃଆରୀ ମାସରେ କନ୍ୟା ଜନ୍ମ ନେଲେ ଲକ୍ଷ୍ମୀ ସ୍ଵରୁପା ହୋଇଥାଏ । ଇଂରାଜୀ ମାସରେ ଦେଖିବାକୁ ଗଲେ ପ୍ରାୟତ ଏହି ମାସରେ ଜନ୍ମଗ୍ରହଣ କରିଥିବା କନ୍ୟା ରାଜଯୋଗ ଭୋଗ, ଶାନ୍ତ ସ୍ଵଭାବ, ସାହସୀ, ମନୋଲୋଭା ବ୍ଯକ୍ତିତ୍ଵର ଅଧିକାରିଣୀ ହୋଇଥାନ୍ତି । ଦ୍ଵିତୀୟ ମାସଟି ହେଉଛି ଚୈତ୍ର ମାସର ଶୁକ୍ଳ ପକ୍ଷରୁ ବୈଶାଖ ମାସ କୃଷ୍ଣ ପକ୍ଷ ଯାଏଁ ବା ଏପ୍ରିଲ ମାସରେ ଜନ୍ମଗ୍ରହଣ କରିଥିବା କନ୍ୟା ଲକ୍ଷ୍ମୀ ସ୍ଵରୁପା ହୋଇଥାନ୍ତି ।

ଏମାନେ ଧୀର ଚିତ୍ତ, ଶାନ୍ତ ସ୍ଵଭାବ, ଗୁରୁ ଭକ୍ତ ହେବ ସହ ବୁଦ୍ଧିମତୀ ହେବ ସହ ଜନ୍ମସ୍ଥାନରେ ଉନ୍ନତି କରିବା ସହ ଶାଶୁଘରେ ବି ଉନ୍ନତି କରିଥାନ୍ତି । ତୃତୀୟ ମାସଟି ହେଉଛି ଜ୍ୟଷ୍ଠ ମାସ କୃଷ୍ଣ ପକ୍ଷରୁ ଆଷାଢ ମାସ ଶୁକ୍ଲ ପକ୍ଷ ଯାଏଁ ବା ଜୁନ ମାସରେ ଜନ୍ମଗ୍ରହଣ କରିଥିବା କନ୍ୟାମାନେ ବହୁତ ଧନୀ ଅଟନ୍ତି । ଏଭଳି କନ୍ୟା କ୍ଷମତାଶୀଳ, ଉତ୍ତମକର୍ମୀ, ଶାନ୍ତ ସରଳ ସ୍ଵଭାବ ହୋଇଥାନ୍ତି ।

ଚତୁର୍ଥ ମାସଟି ହେଉଛି ଭାଦ୍ରବ ମାସ ଶୁକ୍ଲ ପକ୍ଷରୁ ଆରମ୍ଭ ହୋଇ ଆଶ୍ଵିନ ମାସ କୃଷ୍ଣ ପକ୍ଷ ବା ସେପ୍ଟେମ୍ବର ମାସରେ ଜନ୍ମଗ୍ରହଣ କରିଥିବା କନ୍ୟାମାନେ ଲକ୍ଷ୍ମୀ ସ୍ଵରୁପା ହୋଇଥାନ୍ତି । ଏମାନେ ଯେଉଁ ଘରେ ଜନ୍ମ ହୋଇଥାନ୍ତି ଓ ଯେଉଁ ଘରକୁ ବିବାହ କରି ଯାଇଥାନ୍ତି ସେଠାରେ ମା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button