Ganesh Chaturthi: ଘରକୁ ଆଣନ୍ତୁ ଏହି ଜିନିଷ, ଧନ ସୌଭାଗ୍ୟ ପ୍ରାପ୍ତ ହେବ… ଏହି କାମ କଲେ ହେବ ସର୍ବନାଶ ?

ହିନ୍ଦୁ ଧର୍ମରେ ପ୍ରଥମ ପୂଜ୍ୟ ବ ବୁଦ୍ଧିର ଦେବତା ଶ୍ରୀ ଗଣେଶ ଭଗବାନ ପୂଜା ବର୍ଷକୁ ଥରେ ଆସିଥାଏ । ଯାହା ଗଣେଶ ଚତୁର୍ଥୀ ନାମରେ ନମିତା ଅଟେ । ଏହି ପର୍ବ ପୁରା ଭାରତ ବର୍ଷରେ ବେଶ ଧୂମଧାମରେ ପାଳନ କରାଯାଏ । ଏହି ଦିନ ଶ୍ରୀ ଗଣେଶଙ୍କୁ ବାଜା ବଜାଇ ଖୁବ ଆଡମ୍ବରରେ ଘରକୁ ଅଣାଯାଇଥାଏ । ଯାହା ଦ୍ଵାରା ପୁରା ବାତାବରଣ ଗଣପତିଙ୍କ ସ୍ଵରରେ ପ୍ରସାର ହୋଇଥାଏ । ଚଳିତ ବର୍ଷ ୩୧ ଅଗଷ୍ଟ ବୁଧର ଦିନ ପଡିବାକୁ ଯାଉଛି ଗଣେଶ ଚତୁର୍ଥୀ । ଆଜି ଆମେ ଜାଣିବା ଗଣେଶ ପୂଜା ଦିନ କେଉଁ କାମ କରିବା ଅନୁଚିତ, କେଉଁ ଜିନିଷ ଘରକୁ ଆଣିଲେ ଶୁଭ ଫଳ ମିଳିଥାଏ, ସବୁ ସମସ୍ୟାର ଅନ୍ତ ହୋଇଥାଏ ।
୧- ଗଣେଶ ପୂଜା ଦିନ ଭଗବାନ ଗଣେଶଙ୍କ ମୂର୍ତ୍ତିର ଅଭିଷେକ କରନ୍ତୁ । ଏହା ଆପଣ କୌଣସି ମନ୍ଦିରକୁ ଯାଇ ପରିପାରିବେ । ଭଗବାନ ଗଣେଶଙ୍କ ନିକଟରେ ଲଡୁ ଭୋଗ ଲଗାଇ ଭକ୍ତଙ୍କ ମଧ୍ୟରେ ବଣ୍ଟନ କରନ୍ତୁ ।
୨- ପବିତ୍ର ଗଣେଶ ପୂଜା ଦିନ ଗଣେଶ ଯନ୍ତ୍ର ଘରେ ସ୍ଥାପନ କରିଲେ ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ଯନ୍ତ୍ର ଘରେ ରହିଲେ ନେଗେଟିଭ ଶକ୍ତି ଦୂର ହେବା ସହ ଧନ ଜନିତ ସମସ୍ଯା ଦୂର ହୋଇଥାଏ , ।
୩- ଗଣେଶ ପୂଜା ଦିନ ହାତିକୁ ଘାସ ଖାଇବାକୁ ଦେଲେ ଶୁଭ ଫଳ ମିଳିଥାଏ । ଗଣେଶ ପୂଜା ଦିନ ଗଣେଶ ମନ୍ଦିରକୁ ଯାଇ ଭଗବାନଙ୍କୁ ପ୍ରାର୍ଥନା କରିଲେ ସବୁ ଦୁଖ ଦୂର ହୋଇଥାଏ ।
୪- ଗଣେଶ ପୂଜା ଦିନ ଦେଶୀ ଘିଅ ଓ ଗୁଡ ଭୋଗ ଲଗାଇ ଧଳା ରଙ୍ଗର ଗାଇକୁ ଖାଇବାକୁ ଦେଲେ ଆର୍ଥିକ ସମସ୍ଯା ଦୂର ହୋଇଥାଏ । ଏହି ଦିନ ଖଣ୍ଡ ଗୁଡ ଓ ୫ଟି କଦଳୀ ଭୋଗ ଲଗାଇ ନିଜେ ପାଇବା ସହ ଅନ୍ୟଙ୍କୁ ବାନ୍ତି ଦିଅନ୍ତୁ ।
୫- ଗଣେଶ ପୂଜା ଦିନ ଗଣେଶ ମନ୍ଦିରକୁ ଯାଇ ଦର୍ଶକ କରିବା ସହ ଭିକାରୀଙ୍କୁ କିଛି ଦାନ କରିବା ସହ ଦକ୍ଷିଣା ଦିଅନ୍ତୁ । ବିବାହରେ ବିଳମ୍ବ ହେଉଥିଲେ ଯେଉଁ ବ୍ୟକ୍ତି ବିବାହ କରିବାକୁ ଚାହୁଁଛନ୍ତି ଭଗବାନ ଗଣେଶଙ୍କୁ ମାଲପୁଆ ବା ଲଡୁ ଅର୍ପଣ କରନ୍ତୁ ।
ଏବେ ଆସନ୍ତୁ ଜାଣିବା ଗଣେଶ ପୂଜା ଦିନ କେଉଁ କାମ କରିବା ଅନୁଚିତ ଯଥା-
୧- ଗଣେଶ ପୂଜା ଦିନ ଗଣପତିଙ୍କ ପୂଜାରେ ତୁଳସୀ ପତ୍ରର ବ୍ୟବହାର କରିବା ଅନୁଚିତ । ଏପରି କରିଲେ ଆପଣଙ୍କୁ ପାପ ଲାଗିଥାଏ ।
୨- ଏହି ଦିନ ଜନ୍ହ ଦେଖିବା ଅଶୁଭ ହୋଇଥାଏ । ଏପରି କରିଲେ ବ୍ୟକ୍ତି ଉପରେ ମିଥ୍ୟା ଅଭିଯୋଗ ଲାଗିଥାଏ ।
୩- ଗଣେଶ ପୂଜା ଦିଅ ମୂଳା ଖାଇବା ନିଷେଧ ହୋଇଥାଏ । ଏମିତି କରିଲେ ଜୀବନରେ ନାନା ରୋଗ ଦେଖାଯାଇଥାଏ ।
୪- ଗଣେଶ ପୂଜା ଦିନ କଳା ରଙ୍ଗର ବସ୍ତ୍ର ଧାରଣ କରିବା ଅନୁଚିତ । ଗଣେଶ ପୂଜା ଦିନ ପୁଷ୍ପାଞ୍ଜଳି ଦେବା ସମୟରେ କୀଟ ଦ୍ଵାରା ଦଂଶିତ ହୋଇଥିବା ଫୁଲ, ବାସୀ ଫୁଲ ଗଣେଶଙ୍କୁ ଅର୍ପଣ କରିବା ଅନୁଚିତ ।