ଜ୍ୟୋତିଷ

ମଙ୍ଗଳବାର ଦିନ ଗାଧୋଇ ସାରିବା ପରେ କଣ କରିବା ଦ୍ଵାରା ଗୃହରେ ସୁଖ ସମୃଦ୍ଧି ଓ ଧନ ବୃଦ୍ଧି ହୋଇଥାଏ- Ajira Anuchinta

ନମସ୍କାର ବନ୍ଧୁଗଣ, ଯଦି ଆପଣମାନେ ଚିନ୍ତିତ ଓ ସମସ୍ୟାରେ ଘେରି ହୋଇ ରହିଛନ୍ତି କୌଣସି କାମ ଆପଣଙ୍କର ହେଉ ନାହିଁ, ପରିଶ୍ରମ କରୁଛନ୍ତି କିନ୍ତୁ ଫଳ ମିଳୁନାହିଁ, ଜୀବନରେ କେବଳ ନିରାଶ ହିଁ ବିରାଜମାନ କରୁଅଛି ଏବଂ କେହି ବି ଆପଣଙ୍କୁ ସାହାର୍ଯ୍ୟ ସହଯୋଗ ପାଇଁ ଆଗକୁ ଆସୁନାହାନ୍ତି ତେବେ ନିରାସ ହୁଅନ୍ତୁ ନାହିଁ । ମଙ୍ଗଳବାର ଦିନ ଆମେ ଜଣାଇବାକୁ ଯାଉଥିବା କିଛି ଉପାୟ କରନ୍ତୁ ଏବଂ ଦେଖନ୍ତୁ କିଭଳି ଆପଣଙ୍କ ଭାଗ୍ୟର ପରିବର୍ତ୍ତନ ହେଉଛି । ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ ।

ମଙ୍ଗଳବାରକୁ ହନୁମାନଙ୍କ ଦିନ ରୂପେ ବିଚାର କରାଯାଏ । କୁହଯାଏ ହନୁମାନ ସମସ୍ତ ମାନକାମାନ ପୁରା କରିଥାନ୍ତି । ପ୍ରଥମ ଉପାୟ: ମଙ୍ଗଳବାର ଦିନ ହନୁମାନଙ୍କ ମନ୍ଦିରକୁ ଯାଅନ୍ତୁ ଏବଂ ଗୋଲାପ ଫୁଲ ମାଳ ଅର୍ପଣ କରନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ମନ କାମନା ଶୀଘ୍ର ପୂରଣ ହୋଇଯାଏ । ଦିତୀୟ ଉପାୟ: ମଙ୍ଗଳବାର ଦିନ ସକାଳ ସମୟରେ ସ୍ନାନ କରିବା ପରେ ବର ଗଛରୁ ଗୋଟେ ପତ୍ର ଛିଡାନ୍ତୁ ଓ ତାକୁ ସ୍ବଚ୍ଛ ପାଣିରେ ଧୋଇ ଦିଅନ୍ତୁ ।

ଏବଂ ଏହି ପତ୍ରକୁ ନେଇ ହନୁମାନଙ୍କ ସାମ୍ନାରେ ରଖନ୍ତୁ ଓ ଏହି ପତ୍ର ଉପରେ ଶ୍ରୀ ରାମ ଲେଖନ୍ତୁ । କିଛି ସମୟ ପର୍ଯ୍ୟନ୍ତ ସେହି ପତ୍ର ଟିକୁ ହନୁମାନଙ୍କ ଚରଣ ପାଖରେ ରଖନ୍ତୁ ଏବଂ ସେହି ପତ୍ରଟିକୁ ଆଣି କିଛି ସମୟପରେ ନିଜ ପର୍ସରେ ରଖନ୍ତୁ ବା ନିଜର ଧନ ରଖିବା ସ୍ଥାନରେ ରଖିଦିଅନ୍ତୁ । ତେବେ ଆପଣଙ୍କର ଧନ ଜନିତ ସମସ୍ୟା ଦୂର ହୋଇଯିବ । ତୃତୀୟ ଉପାୟ: ମଙ୍ଗଳବାର ଦିନ ହନୁମାନ ଯନ୍ତ୍ର ନିଜ ଠାକୁର ଘରେ ସ୍ଥାପନ କରନ୍ତୁ ଓ ତା ସହିତ ଏହି ଯନ୍ତଟିର ବିଧି ବଦ୍ଧ ଭାବେ ପୂଜା କରନ୍ତୁ ।

ଏହାଦ୍ବାରା ଘରୁ ସମସ୍ତ ନକରାତ୍ମକ ଶକ୍ତିର ବିନାଶ ହୋଇଥାଏ । ଚତୁର୍ଥ ଉପାୟ: ମଙ୍ଗଳବାର ଦିନ ପାଖରେ ଥିବା କୌଣସି ହନୁମାନଙ୍କ ମନ୍ଦିରକୁ ଯାଅନ୍ତୁ । ହନୁମାନଙ୍କୁ ସିନ୍ଦୁର ଅର୍ପଣ କରି ନିଜର ମନକଥା ପ୍ରକାଶ କରନ୍ତୁ । ଏହାଦ୍ବାରା ହନୁମାନ ଶୀଘ୍ର ପ୍ରସନ୍ନ ହୋଇଯାନ୍ତି । ପଞ୍ଚମ ଉପାୟ: ମଙ୍ଗଳବାର ଦିନ କୌଣସି ହନୁମାନଙ୍କ ମନ୍ଦିରକୁ ଯାଅନ୍ତୁ ଏବଂ ସେଠାରେ ଶ୍ରୀ ରାମ କ୍ଷୟ ପ୍ରାଥନା କରନ୍ତୁ ।

ଭଗବାନ ହନୁମାନଙ୍କୁ ଗୁଡର ଭୋଗ ଅର୍ପଣ କରନ୍ତୁ । ଷଷ୍ଠ ଉପାୟ: ମଙ୍ଗଳବାର ଦିନ ଗାଧୋଇସାରିବା ପରେ ଅଶ୍ଵତଥ ବୃକ୍ଷ ମୂଳରେ ସୋରିଷ ତେଲର ଦୀପଟିଏ ଜଳାନ୍ତୁ । ଏହାପରେ ପୂର୍ବ ଦିଗ ଆଡକୁ ମୁହଁ କରି ତୁଲସୀ ମାଳ ନିଅନ୍ତୁ ଓ ଏଗାର ଥର ରାମ ନାମ ଜପ କରନ୍ତୁ । ଅର୍ଥାତ କୋଟିଏ ମାଳା ୧୦୮ ଥର ହିସାବରେ ଏଗାର ଥର ଜପ କରିବାକୁ ପଡିବ ।

ସପ୍ତମ ଉପାୟ: ମଙ୍ଗଳ ବାର ଦିନ ହନୁମାନ ମନ୍ଦିର ଯାଇ ୧୦୮ଥର ରାମ ନାମ ଜପ କରନ୍ତୁ ଓ ସନ୍ଧ୍ୟା ସମୟରେ ବୁନ୍ଦିଆ ଭୋଗ ଲଗାନ୍ତୁ । ଏହିସବୁ କାର୍ଯ୍ୟ କରନ୍ତୁ ନିଶ୍ଚୟ ଫଳପ୍ରାପ୍ତି ହେବ ହୁନମାନଙ୍କ କୃପାରୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button