କୋଟିପତି ହେବାର ଅଛି ତ ବେଶ୍ୟାଠାରୁ ଶିଖନ୍ତୁ ଏହି 1 କଥା- Shukra Niti

ନମସ୍କାର ବନ୍ଧୁଗଣ, ଦୁନିଆରେ ସମସ୍ତଙ୍କଠୁ କିଛି ନା କିଛି ଶିକ୍ଷା ମିଳିଥାଏ । ସେ ଭଲ ଲୋକ ହେଉ ବା ଖରାପ ଲୋକ ସମସ୍ତଙ୍କର ନିଶ୍ଚୟ କିଛି ନା କିଛି ଭଲ ଗୁଣ ଥାଏ । ଗୋଟେ ଖରାପ କାମ କରୁଥିବା ଲୋକ ଖରାପ ଏବଂ ତା ପାଖରୁ ଶିକ୍ଷଣୀୟ କିଛି ନଥାଏ ବୋଲି ସମସ୍ତେ ଏହା ଭାବନ୍ତି । କିନ୍ତୁ ସେହି ଖରାପ ଲୋକର କିଛି କଥା ଆମକୁ ଆମ ଜୀବନର ଲକ୍ଷ ସ୍ତଳରେ ପହଞ୍ଚାଇ ଦିଏ । ସେହିଭଳି ବେଶ୍ୟା ଠାରୁ ମଧ୍ୟ କିଛି କଥା ଶିଖିବା ଦରକାର । ତେବେ ଆସନ୍ତୁ ଜାଣିବା ସେହିସବୁ କଥା ଗୁଡିକ କଣ କଣ ।
ବେଶ୍ୟାଙ୍କୁ ସମାଜରେ କେହି ସମ୍ମାନ ଦିଅନ୍ତି ନାହିଁ । ବେଶ୍ୟାକୁ ଗୋଟେ ପାପୀ ରୂପେ ବିବେଚିତ କରାଯାଏ । କିନ୍ତୁ ତାଙ୍କ ଠାରୁମଧ୍ୟା କିଛି ଶିଖିବା କଥା ରହିଅଛି । ପୁରୁଷମାନେ ବେଶ୍ୟାଙ୍କଠୁ ନିଶ୍ଚୟ ଜାଣନ୍ତୁ ଏହିସବୁ କଥା । ଯାହାଦ୍ୱାରା ନିଜ ଜୀବନର ମାର୍ଗ ଦର୍ଶନ କରିପାରିବେ । ଶୁକ୍ରଦେବ କହିଛନ୍ତି କି ବେଶ୍ୟା ଗୋଟେ ପୁରୁଷଠାରୁ ଧନ ନେଇ ସେହି ପୁରୁଷର ବଶ ହୁଏ ନାହିଁ ବଂର ସେହି ପୁରୁଷକୁ ନିଜ ବଶରେ କରିଥାଏ ।
ବେଶ୍ୟା ପୁରୁଷର ଅଧୀନରେ ରୁହେ ନାହିଁ କିନ୍ତୁ ପୁରୁଷକୁ ନିଜ ଅଧୀନରେ ରଖିବାରେ ସକ୍ଷମ ହୋଇଥାଏ । ତେଣୁ ଗୋଟେ ପୁରୁଷକୁ ଏହି ଧ୍ୟାନ ରଖିବା ଉଚିତ କି ନିଜେ କାହା ଅଧୀନରେ ନ ରହି ସାରା ସଂସାରକୁ ନିଜ ଅଧୀନରେ ରଖିବା ପାଇଁ ନିଜକୁ ସକ୍ଷମ କରିବା ଉଚିତ । ଗୋଟିଏ ବେଶ୍ୟା ସମସ୍ତ ପୁରୁଷଙ୍କ ଠାରୁ ପଇସା ନେଇ ସେମାନଙ୍କ ସହ ସମ୍ବନ୍ଧ ରଖିଥାଏ ।
କିନ୍ତୁ କେବେ ସିଏ ଗୋଟିଏ ପୁରୁଷର ଦାସୀ ହୋଇ ରୁହେ ନାହିଁ । କିନ୍ତୁ ସେ ପୁରୁଷକୁ ଦାସ ବନେଇ ରଖିବାରେ ସକ୍ଷମ ହୋଇଥାଏ । କାରଣ ପୁରୁଷ ଗୋଟିଏ ମୂର୍ଖ, ନୀଚ ସ୍ଵାଭାବର ହୋଇଥିଲେ ବେଶ୍ୟା ତାଠାରୁ ଧନ ଲୁଟି ତାକୁ କାଙ୍ଗାଳ କରିଦେଇଥାଏ । ଏହିଭଳି ଗୋଟେ ପୁରୁଷକୁ କେବେ ବି କାହାର ଦାସ ହୋଇ ଜୀବନ କଟାଇବା ଉଚିତ ନୁହେଁ । ଏବଂ ନିଜକୁ ଏତେ ସାମର୍ଥ୍ୟ କରନ୍ତୁ ଯାହାଦ୍ୱାରା ଅନ୍ୟମାନଙ୍କୁ ନିଜ ଅଧୀନରେ କରିପାରିବେ ।
ଅନ୍ୟ କାହା ସାମ୍ନାରେ ଆପଣଙ୍କୁ ହାତ ପତେଇବାକୁ ନ ପଡେ ବଂର ଅନ୍ୟ ଲୋକ ଆସି ଆପଣଙ୍କ ସାମ୍ନାରେ ହାତ ପତେଇବେ ସେହିଭଳି ନିଜକୁ ତିଆରି କରନ୍ତୁ । ଅନ୍ୟ କାହା ପାଦତଳେ ରହି ଜୀବନ କଟାଇବା ଦାସ ସମାନ ହୋଇଥାଏ ନୀଚ ହୋଇଥାଏ । ଏଭଳି ପୁରୁଷ କେବେ ଉନ୍ନତି କରିପାରନ୍ତି ନାହିଁ ।
ଏହାଥିଲା ଶୁକ୍ରଦେବଙ୍କର ସେହି ନୀତି ଯେଉଁଥିରୁ ପୁରୁଷ ମାନେ ବେଶ୍ୟା ଠାରୁ କିଛି ଶିଖିବା ଦରକାର । ତେବେ ବନ୍ଧୁଗଣ ଆଶା କରୁଛୁ ଏହା ଆପଣଙ୍କ ନିଶ୍ଚୟ ଫଳପ୍ରଦ ହେବ ।