ଜ୍ୟୋତିଷ

ଭୟଙ୍କର ରୁ ଭୟଙ୍କର ଥଣ୍ଡା-କାଶ ଦୂର ହୋଇ ଗଲା ସଂକ୍ରମଣ ମଧ୍ୟ ଭଲ ହୋଇଯିବ, ବାସ କରନ୍ତୁ ଏହି ଘରୋଇ ଉପଚାର- Heathy Tips

ନମସ୍କାର ବନ୍ଧୁଗଣ, ଅନେକ ଲୋକଙ୍କୁ ଗଳା ସଂକ୍ରମଣର ସମସ୍ୟା ହୋଇଥାଏ । ଗଳାରେ ଇନଫେକସନ ହୋଇଗଲେ ଗଳା ଫୁଲିଯାଏ । ଏବଂ ଗଳା କର୍କଶ ଭଳି ସମସ୍ୟା ଉପୁଜି ଥାଏ । କେବଳ 2ମିନିଟରେ ଆପଣ ଏଥିରୁ ମୁକ୍ତି ପାଇପାରିବେ । କାମ ଦେଲା ଭଳି ଗୋଟିଏ ଘରୋଇ ଉପଚାର ବିଷୟରେ ଆଜି ଆମେ ଜଣାଇବୁ । ତେବେ ଆସନ୍ତୁ ବନ୍ଧୁଗଣ ଆଜି ଆମେ ଜାଣିବା ଏହା ବିଷୟରେ ।

ଯଦି ଗଳାରେ ଇନଫେକ୍ସନ ହେଉଛି ତେବେ ଏହାର ପ୍ରୟୋଗ କରି ଦେଖନ୍ତୁ ଏଥିରୁ ଆପଣଙ୍କୁ ଚମତ୍କାରୀ ଫାଇଦା ଦେଖିବାକୁ ମିଳିବ । ତେବେ ଆସନ୍ତୁ ଆମେ ଏବେ ସେହି ଉପାୟଟିକୁ କେମିତି ବନେଇବା ତାହା ଜାଣିବା । ଏଥିପାଇଁ ଆପଣଙ୍କୁ ସର୍ବପ୍ରଥମେ ହଲଦିଗୁଣ୍ଡର ଅବଶ୍ୟକତା ରହିଛି, ଦିତୀୟରେ ଆପଣଙ୍କୁ ଅଦାର ଆବଶ୍ୟକତା ପଡିବ ।

ଅଦାକୁ ଭଲ ଭାବେ ଧୋଇ ତାହାକୁ ବ୍ୟବହାର କରନ୍ତୁ । ତୃତୀୟରେ ଆପଣଙ୍କୁ ଆବଶ୍ୟକ ପଡିବ ସଇଁନ୍ଧବ୍ୟ ଲୁଣ, ଯାହାକୁ ଆମେ ଓଷା ଉପବାସରେ ବ୍ୟବହାର କରିଥାଉ । ଏହା ଆପଣଙ୍କୁ ଯେକୌଣସି ସଉଦା ଦୋକାନରେ ମିଳିଯିବ । ଯଦି ଆପଣଙ୍କୁ ଏହି ଲୁଣ ମିଳୁନାହିଁ ତେବେ ଘରେ ବ୍ୟବହାର ହେଉଥିବା ଲୁଣ କୁ ମଧ୍ୟ ବ୍ୟବହାର କରିବେ । ପ୍ରଥମେ ଆପଣ ଏକ ଇଞ୍ଚ ଲମ୍ବର ଏକ ଅଦା ନିଅନ୍ତୁ ଏବଂ ତାହାର ଚୋପା କାଢି ଦିଅନ୍ତୁ ।

ତାପରେ ଆପଣ ତାହାକୁ ପତଳା ପତଳା କରି କାଟିଦିଅନ୍ତୁ । ଏହିଭଳି ୩ଟି ପିସ ନିଅନ୍ତୁ । ଏବେ ଆମେ ଜାଣିବା ଏହାର ପ୍ରୟୋଗ ଆମେ କିପରି କରିବା । ଅଦାର ଗୋଟିଏ ପିସକୁ ଲୁଣ ଲଗାନ୍ତୁ ଏବଂ ଆଉ ଏକ ପିସରେ ହଲଦି ଲଗାନ୍ତୁ । ହଳଦୀ ବେସୀ ଲାଗିଲେ ଚାଲିବ କିନ୍ତୁ ଲୁଣର ପ୍ରୟୋଗ ଅଧିକ ମାତ୍ରାରେ କରନ୍ତୁ ନାହିଁ । ଏବଂ ତୃତୀୟ ଅଦା ପିସ ରେ କିଛି ଲଗାନ୍ତୁ ନାହିଁ ସେମିତି ହିଁ ତାର ପ୍ରୟୋଗ ହେବ ।

ପ୍ରଥମେ ଆପଣ ଲୁଣା ଲାଗିଥିବା ଅଦାଟିକୁ ଧୀରେ ଧୀରେ ଚୋବେଇ ଖାନ୍ତୁ । ଏବଂ ତାପରେ ହଳଦୀ ଲାଗିଥିବା ଅଦା ଖଣ୍ଡକୁ ଧୀରେ ଧୀରେ ଚୋବେଇ ଖାନ୍ତୁ । ମନେ ରଖନ୍ତୁ ଆଦାର ଗୋଟେ ପିସକୁ ୫ମିନିଟରେ ଚୋବେଇ ଖାଇବେ । ତେଣୁ ୩ଟି ପିସ କୁ ୧୦ ରୁ ୧୫ ମିନିଟରେ ଚୋବେଇ ଖାଇବା ଆବଶ୍ୟକ । ଏହାକୁ ଚୋବେଇ ଏହାର ରସକୁ ଢୋକନ୍ତୁ ଯେମିତି ଏହାର ରସ ଯାଇ ଗଳାରେ ଲାଗିବ ।

ଏହାଦ୍ୱାରା ଆପଣଙ୍କ ଗଳା ସଂକ୍ରମଣ ନିଶ୍ଚିନ୍ତ ଭଲ ହେବ ।  ଏବଂ ସଂକ୍ରମଣ କାରଣରୁ ଯେଉଁ କାଶ ହୋଇଥାଏ ତାହା ମଧ୍ୟ ଠିକ ହୋଇଯିବ । ଆଉ ଗୋଟିଏ ଉପାୟ ମଧ୍ୟ ଜାଣନ୍ତୁ, ଏଥିପାଇଁ ଗୋଟିଏ  ପାତ୍ର ଗ୍ୟାସ ରେ ବସନ୍ତୁ ଓ କିଛି ଅଳ୍ପ ଉଷୁମ ଗରମ ପାଣି କରନ୍ତୁ ଏବଂ ସେଥିରେ ଏକ ଚାମଚ ହଳଦୀ ଗୁଣ୍ଡ ପକାନ୍ତୁ ଏବେ ଏହାକୁ ୨ ରୁ ୩ ମିନିଟ ସିଝାନ୍ତୁ ଓ ଛାଣିଦିନ୍ତୁ ।

ଏବଂ ଏଥିରେ କିଛି ସଇଁନ୍ଧବ୍ୟ ଲୁଣା ପକାନ୍ତୁ । ଏହାପରେ ଏହାକୁ ଗରମ ଗରମ ଚା ପିଇଲା ପରି ପିଅନ୍ତୁ । ନିଶ୍ଚିନ୍ତ ଆପଣଙ୍କ ଥଣ୍ଡା କାଶ ବନ୍ଦ ହୋଇଯିବ । ଏହି ଉପାୟକୁ ନିଶ୍ଚୟ କରନ୍ତୁ ଓ ଫାଇଦା ପାନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button