ଜ୍ୟୋତିଷ

ନିଜ ପାପୁଲିରେ ଏହି 8ଟି ଚିଂହ ରୁ ଯଦି ଗୋଟିଏ ଅଛି ତ, ଚମକି ଉଠିବ ଆପଣଙ୍କ ଭାଗ୍ୟ ! Hastarekha Shastra

ସାଧାରଣତ ଲୋକ ମାନେ କହିଥାନ୍ତି ନିଜ ସଫଳତା ନିଜ ହାତରେ ଅଛି । ଆପଣଙ୍କ ପରିଶ୍ରମ, ନିମନ କ୍ଷମତା ଉପରେ ନିଜର ଭବିଷ୍ୟତ ନିର୍ଭର କରିଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ହସ୍ତ ରେଖା ଚିହ୍ନକୁ ବିଶ୍ଳେଷଣ କରିଲେ ବ୍ୟକ୍ତିର ସ୍ଵଭାବ, କ୍ଯାରିୟର, ଜୀବନ ଶୈଳୀ ଓ ଭବିଷ୍ୟତ ବ୍ୟକ୍ତ କରାଯାଏ । ବୈଜ୍ଞାନିକ ମତ ଅନୁଯାୟୀ ହାତର ଆଙ୍ଗୁଠି, ନଖ ଆଦି ସହ ରେଖା ଚିହ୍ନ ଗୁଡିକ ଅଲଗା ମହତ୍ଵ ରହିଥାଏ । ଏହି ଚିହ୍ନ ଦ୍ଵାରା ସୌଭାଗ୍ଯ ଓ ଭବିଷ୍ୟ ବିଷୟରେ ଜାଣିହୁଏ । ଆଜି ଆମେ ଆପଣଙ୍କୁ ହାତ ପାପୁଲିରେ କେଉଁ ଚିହ୍ନ ରହିଲେ ଭାଗ୍ୟ ଚମକି ଉଠିଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

୧- ମନ୍ଦିର ଚିହ୍ନ : ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ କୌଣସି ବ୍ଯକ୍ତିର ହାତରେ ମନ୍ଦିର ପରି ଚିହ୍ନ ଥାଏ ତେବେ ବୁଝିବାକୁ ହେବ ସେହି ବ୍ୟକ୍ତି ସର୍ବ ଶ୍ରେଷ୍ଠ ଓ ପଦ ପ୍ରାପ୍ତ କରେ ଓ ଭୋଗ ବିଳାସରେ ରହିଥାନ୍ତି । ଏମାନେ ଭାଗ୍ୟଶାଳୀ ହେବ ସହ ସ୍ଵସ୍ତିକ ପ୍ରବୃତ୍ତିର ହୋଇଥାନ୍ତି । ଏମାନେ ନିଜ ଜୀବନରେ କୌଣସି ଭୁଲ କାର୍ଯ୍ୟ କରନ୍ତି ନାହି ।

୨- ତ୍ରିଶୂଳ ଚିହ୍ନ : ଏହି ଚିହ୍ନ ସୌଭାଗ୍ୟର ପ୍ରତୀକ ଅଟେ ଯାହା ଭାଗ୍ୟଶାଳୀ ବ୍ୟକ୍ତିଙ୍କ ହାତରେ ରହିଥାଏ । ଏହି ବ୍ୟକ୍ତି ଜୀବନର ସବୁ ସୁଖ, ସୁବିଧା, ମାନ ସମାନ ପାଇଥାନ୍ତି । ସବୁ କାର୍ଯ୍ୟ ଓ ଇଚ୍ଛା ପୂରଣ କରିଥାନ୍ତି ।

୩- ରଥ ଚିହ୍ନ : ଯେଉଁ ବ୍ଯକ୍ତିର ହାତରେ ରଥ ଚିହ୍ନ ଥାଏ ସେମାନେ ରାଜଭୋଗ କରିଥାନ୍ତି । ଏମାନେ ରାଜାଙ୍କ ଭଳି ଜୀବନ ବିତାଇଥାନ୍ତି ।

୪- ସ୍ଵସ୍ତିକ ଚିହ୍ନ : ଏହି ଚିହ୍ନକୁ ବହୁତ ପବିତ୍ର ମାନାଯାଏ । ଯେଉଁ ବ୍ଯକ୍ତିର ହାତରେ ଏହି ଚିହ୍ନ ଥାଏ ତାଙ୍କୁ ସବୁ କାର୍ଯ୍ୟରେ ସୁଫଳ ମିଳିଥାଏ । ସେମାନେ ଧର୍ମ କ୍ଷେତ୍ରରେ କାର୍ଯ୍ୟ କରନ୍ତି ଓ ସମାଜରେ ମାନ ସମାନ ପ୍ରାପ୍ତି ହୋଇଥାଏ ।

୫- ହାତୀ ଚିହ୍ନ : ଏହି ଚିହ୍ନ ସୌଭଜ୍ଞର ପ୍ରତୀକ ଅଟେ । ଯେଉଁ ବ୍ଯକ୍ତିର ହାତର ପାପୁଲିର ରେଖାରେ ହାତୀ ଚିହ୍ନ ଥାଏ ସେମାନଙ୍କୁ ଗଣେଶ ଭଗବାନଙ୍କ କୃପା ପ୍ରାପ୍ତି ହୋଇଥାଏ । ସମସ୍ତ ରାଜକୀୟ ସୁବିଧା ମିଳିଥାଏ । ଶତ୍ରୁ କିଛି କ୍ଷତି କରନ୍ତି ନାହି ।

୬- ମାଛ ଚିହ୍ନ : ମଶ୍ଚ୍ୟ ଚିହ୍ନର ଚମତ୍କାରିତା ହସ୍ତ ରେଖାରେ ଜାଣିବାକୁ ମିଳେ । ଯେଉଁ ବ୍ୟକ୍ତିଙ୍କ ପାପୁଲିରେ ଏହି ଚିହ୍ନ ଥାଏ ସେମାନଙ୍କ ଜୀବନରେ ସ୍ମରଣୀୟ ଘଟଣା ଘଟେ । ଅଚାନକ ଭାଗ୍ୟ ପରିବର୍ତ୍ତନ ଓ ଧନ ଲାଭ, ଚାକିରି ମିଳିଥାଏ ।

୭- ପତକା ଚିହ୍ନ : ହସ୍ତ ରେଖାରେ ଏହି ଚିହ୍ନ ଭାଗ୍ୟଶାଳୀ ବୋଲି କୁହାଜେ । ଯେଉଁ ବ୍ୟକ୍ତିଙ୍କ ହାତ ପାପୁଲିରେ ଏହି ଚିହ୍ନ ଥାଏ ସବୁ କ୍ଷେତ୍ରରେ ବିଜୟ ପ୍ରାପ୍ତି ହୁଅନ୍ତି । କୋର୍ଟ କଚେରୀ, ମୋକଦ୍ଦମା କ୍ଷେତ୍ରରେ ଜୟଯୁକ୍ତ ହୋଇଥାନ୍ତି ।

୮- ବୃକ୍ଷ ଚିହ୍ନ : ଏହି ଚିହ୍ନ ଶୁଭ ଫଳଦାୟକ ହୋଇଥାଏ । ଯେଉଁ ବ୍ୟକ୍ତିଙ୍କ ପାପୁଲିରେ ଏହି ଚିହ୍ନ ଥାଏ ଅଚାନକ ଭାଗ୍ୟ ବଦଳିବା ସହ ଶୁଭ ଫଳ ପ୍ରାପ୍ତ ହୋଇଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button