ଜ୍ୟୋତିଷ

ବୃଷ ରାଶି 2023 ମହା ଭବିଷ୍ୟ ବାଣୀ, ଆପଣଙ୍କ ସହ ଘଟିବ 6ଟି ବଡ ଘଟଣା

ବନ୍ଧୁଗଣ ଗ୍ରହ ମାନଙ୍କର ଗୋଚର, ରାଶି ପରିବର୍ତ୍ତନ କାରଣରୁ ବର୍ଷ ୨୦୨୩ ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ କେମିତି ରହିବ ସମୟ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଏମାନଙ୍କ ଜୀବନରେ କଣ ସବୁ ନୂତନ ପରିବର୍ତ୍ତନ ଆଣିକରି ଆସୁଛି ତାହା ମଧ୍ୟ ଜାଣିବା । ବୃଷ ରାଶିର ଦାଂପତ୍ଯ ଜୀବନ, ପ୍ରେମ ବିବାହ, ଚାକିରି, ବ୍ୟାପାର, ଆର୍ଥିକ ସ୍ଥିତି, ବିଦ୍ୟାର୍ଥୀଙ୍କ ପାଇଁ ସମୟ କିପରି ରହିବ ଆସନ୍ତୁ ଜାଣିବା ।

ଏମାନଙ୍କର ଶୁଭ ଅଙ୍କ ହେଉଛି ୫, ୬ ଏବଂ ଶୁଭ ଦିନ ସୋମବାର, ଶୁକ୍ରବାର, ଶନିବାର, ଲକି ରଙ୍ଗ ଧଳା ଓ ସବୁଜ । ବୃଷ ରାଶିରର ସ୍ଵାମୀ ଗ୍ରହ ଶୁକ୍ର ଅଟନ୍ତି । ଏମାନେ ସ୍ଵଭାବରେ ପରିଶ୍ରମୀ ଓ ସଚ୍ଚୋଟ ହୋଇଥାନ୍ତି । ଲୋକଙ୍କର ଭଲ ପାଇବା ମିଳିବ ସହ ଜୀବନକୁ ହସ ଖୁସିରେ କାଟିବାକୁ ପସନ୍ଦ କରନ୍ତି ।

ଏମାନଙ୍କୁ ଅଲଗା ଅଲଗା ଜାଗାରେ ରହିବାକୁ ପସନ୍ଦ ନୁହେଁ । ସାହସର ସହ ସ୍ପଷ୍ଟ ଭାବେ କହିବା ଏମାନଙ୍କର ବିଶେଷ ଗୁଣ ହୋଇଥାଏ । ଧନ ରୋଜଗାର ଓ ସଞ୍ଚୟ କରିବା ଏମାନଙ୍କୁ ଜୀବନରେ ବହୁତ ଆଗକୁ ନେଇଥାଏ । ଲଭ ଲାଇଫ ବିଷୟରେ କହିଲେ ଏମାନେ ଜୀବନସାଥିଙ୍କ ପ୍ରତି ବିଶ୍ଵାସ ହେବା ସହ ସେମାନଙ୍କର ଆବଶ୍ୟକତାକୁ ଅଧିକ ଗୁରୁତ୍ଵ ଦେଇଥାନ୍ତି ।

ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ ଶିକ୍ଷା କ୍ଷେତ୍ରଟି ବହୁତ ଲାଭକାରୀ ସାବ୍ୟସ୍ତ ହେବ । ଅଧ୍ୟୟନ ଓ ପରିଶ୍ରମ ବଳରେ ଲାଭବାନ ହେବେ । ବର୍ଷର ଆରମ୍ଭରେ ଅଧିକ ମେହନତ କରିଲେ ସୁହା ପରିଣାମ ପାଇବେ । ବିଦ୍ୟାର୍ଥୀଙ୍କୁ ଆଶା ଠାରୁ ଅଧିକ ପରିଣାମ ମିଳିବ । ପ୍ରତିଯୋଗୀତା ପାଇଁ ରେଡି ହେଉଥିଲେ ସଫଳ ହେବେ ।

ଚାକିରି ଓ ବ୍ୟାପାର କ୍ଷେତ୍ରରେ ଉନ୍ନତିମାନର ରହିବ । କ୍ୟାରିୟରକୁ ଆଗକୁ ନେବା ପାଇଁ ଭାଗ୍ଯର ସଂପୂର୍ଣ୍ଣ ସହଯୋଗ ମିଳିବ । ଆପଣଙ୍କୁ ଆପଣଙ୍କର ମେହନତର ଅନୁରୂପ ପରିଣାମ ମିଳିବ । ଧନ ରୋଜଗାରର ନୂଆ ମାର୍ଗ ମିଳିବ । ଚାକିରି କ୍ଷେତ୍ରରେ ପଦୋନ୍ନତି ହେବା ସହ ବର୍ଷ ଆରମ୍ଭରୁ କାମର ଭାର ଅଧିକ ରହିବ । ବିଦେଶ ଯାତ୍ରା କରିବେ ।

ବ୍ୟବସାୟରେ ବିସ୍ତାର ପାଇଁ ନୂଆ ଯୋଜନା କରିବେ । ସମାଜରେ ମାନ ସମାନ ପ୍ରତିଷ୍ଠା ହେବ । ଲଭ ଲାଇଫ ଓ ଦାଂପତ୍ଯ ଜୀବନରେ ଏହି ବର୍ଷଟି ଆହୁତ ଭଲ ରହିବାର ଅଛି । ଏହି ବର୍ଷ ଆପଣ ବହୁତ ରୋମାଣ୍ଟିକ ରହିବା ସହ ବୁଲିବାକୁ ପ୍ଳାନ କରିବେ । ଯେଉଁ ମାନେ ଶିଂଗଲ ଅଛନ୍ତି ସେମାନଙ୍କୁ ଭଲ ଜୀବନସାଥି ମିଳିପାରେ ।

ବୃଷ ରାଶିର ବ୍ୟକ୍ତିଙ୍କ ପାରିବାରିକ ଜୀବନ ସୁଖ ପୂର୍ଣ୍ଣ ବ୍ଯତୀତ ହେବ । ପରିବାର ସହ ସୁଖର ମୂହୁର୍ତ୍ତ ବିତାଇବେ । ପରିବାରରେ ସୁଖଦ ସମାଚାର ପାଇବେ । ଘର ପରିବାରରେ ମାଙ୍ଗଳିକ କାର୍ଯ୍ୟର ଆୟୋଜନ ହୋଇପାରେ । ଆର୍ଥିକ ସ୍ଥିତି ଦୃଢ ହେବ ।

ପ୍ରତେକ କ୍ଷେତ୍ରରେ ଆପଣଙ୍କୁ ଭାଇ ଭଉଣୀଙ୍କ ସହଯୋଗ ଓ ସନ୍ତାନ ପକ୍ଷରୁ ଖୁସି ଖବର ମିଳିପାରେ । ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାକୁ ହେବ । ଆପଣଙ୍କ ଜୀବନରେ ମହାସଂଯୋଗ କାରଣରୁ ସୁଖ ସୌଭାଗ୍ୟ ପ୍ରାପ୍ତ ହେବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button