ଜ୍ୟୋତିଷ

ଆପଣଙ୍କ ବିବାହ କେଉଁ ଦିଗରେ ହେବ ? ଜାଣିବାକୁ ଚାହୁଁଥିଲେ ଏହାକୁ ଥର ନିଶ୍ଚୟ ଦେଖନ୍ତୁ… Jyotisha Bidya

ବନ୍ଧୁଗଣ ପ୍ରାୟତଃ ଆମେମାନେ ବିଚାର କରିଥାଉ ଯେଉଁ ମାନଙ୍କର ବିବାହ ହେବାକୁ ଥାଏ ସେମାନେ ମଧ୍ୟ ବିଚାର କରିଥାନ୍ତି କି ସେମାନଙ୍କର ବିବାହ କେଉଁ ଦିଗରେ ହେବ । ଏଥିପାଇଁ ସେମାନେ ଜ୍ୟୋତିଷର ଆଶ୍ରୟ ନେଇଥାନ୍ତି । ଜାତକ ଦେଖିବା ସମୟରେ ପ୍ରାୟତଃ ଅନେକ ବ୍ୟକ୍ତିଙ୍କ ମନରେ ରହିଥାଏ ବିବାହ କେଉଁ ଦିଗରେ ଠିକ ହେବାର ଅଛି । କିଛି ବ୍ୟକ୍ତି 2023କୁ ନେଇ ନିଜ ବିବାହ ପାଇଁ ଚିନ୍ତା ବିଚାର କରୁଛନ୍ତି ।

ଆଜି ଆମେ ଆପଣଙ୍କୁ କହିବୁ ଆପଣଙ୍କର ବିବାହ କେଉଁ ଦିଗରେ ହେବାର ଅଛି ତାହାର କିଛି ଉପାୟ ବିଷୟରେ । ରାଶିଚକ୍ରରେ ମେଷ ରାଶିର ଅଧିପତି ମଙ୍ଗଲ । ବୃଷ ରାଶିର ସ୍ଵାମୀ ଗ୍ରହ ହେଉଛନ୍ତି ଶୁକ୍ର, ମିଥୁନ ରାଶିର ସ୍ଵାମୀ ଗ୍ରହ ବୁଧ, କର୍କଟ ରାଶିର ଅଧିପତି ଚନ୍ଦ୍ରମା, ସିଂହ ରାଶିର ଅଧିପତି ରବି, କନ୍ୟା ରାଶିର ଅଧିପତି ବୁଧ, ତୁଳା ରାଶିର ଅଧିପତି ଶୁକ୍ର, ବିଛା ରାଶିର ଅଧିପତି ମଙ୍ଗଳ।

ଧନୁ ରାଶିର ଅଧିପତି ବୃହସ୍ପତି, ମକର ରାଶିର ଅଧିପତି ଶନି, କୁମ୍ଭ ରାଶିର ଅଧିପତି ଶନି, ମୀନ ରାଶିର ଅଧିପତି ଦେବଗୁରୁ ବୃହସ୍ପତି ଗ୍ରହ ଅଟନ୍ତି । ସୂର୍ଯ୍ୟଙ୍କର ସିଂହ ଓ ଚନ୍ଦ୍ରଙ୍କର କର୍କଟ ରାଶି ରହୁଛି । ମଙ୍ଗଳଙ୍କର 2ଟି ରାଶି ମେଷ ଓ ବିଛା ରାଶି । ଶୁକ୍ରଙ୍କର 2ଟି ରାଶି ବୃଷ ଓ ତୁଳା । ବୁଧଙ୍କର ମିଥୁନ ରାଶି ଓ କନ୍ୟା ରାଶି । ଶନିଙ୍କର 2ଟି ରାଶି କନ୍ୟା ଓ କୁମ୍ଭ । ଏବେ ଆସନ୍ତୁ ଜାଣିବା ସବୁ ରାଶି ମାନଙ୍କର ସ୍ଵାମୀ ମାନଙ୍କର ଦିଗ ବିଷୟରେ ।

ମଙ୍ଗଳଙ୍କର ଦକ୍ଷିଣ ଦିଗ ବିଚାର କରାଯାଏ । ରବିଙ୍କର ପୂର୍ବ ଦିଗ, ଚନ୍ଦ୍ରମାଙ୍କର ଉତ୍ତର-ପଶ୍ଚିମ, ବୁଧଙ୍କର ଦିଗ ଉତ୍ତର, ବୃହସ୍ପତିଙ୍କର ଉତ୍ତର-ପୂର୍ବ, ଶୁକ୍ରଙ୍କର ଦିଗ ଅଗ୍ନି କୋଣ, ଶନିଙ୍କର ଦିଗ ପଶ୍ଚିମ ଦିଗ, ରାହୁଙ୍କର ଦିଗ ଦକ୍ଷିଣ-ଶ୍ଚିମ, କେତୁଙ୍କର ଦିଗ ପଶ୍ଚିମ ଦିଗ । ଏବେ ଆସନ୍ତୁ ଜାଣିବା କେଉଁ ରାଶିଙ୍କର କେଉଁ ଦିଗରେ ବିବାହ ହେବାର କିଛି ଉପାୟ ।

ଏହାର ପ୍ରଥମ ନିୟମ ଆପଣ ନିଜର ଜନ୍ମ ଜାତକରେ ଲଗ୍ନ ଥାଉ ନା କାହିଁକି ଆଗ ଦେଖନ୍ତୁ ଶୁକ୍ର ଆପଣଙ୍କର କେଉଁ ସ୍ଥାନରେ ରହିଛନ୍ତି । ଶୁକ୍ର ଯେଉଁ ସ୍ଥାନରେ ବସିଥିବେ ସେହି ରାଶି ଠାରୁ ସପ୍ତମ ରାଶିର ଅଧିପତି ଦିଗଙ୍କ ଦିଗରେ ବିବାହ ହେବ । ଉଦାହାରଣ କର୍କଟ ରାଶିରେ ଶୁକ୍ର ବସିଛନ୍ତି । କର୍କଟ ରାଶିରୁ ଆପଣ ଗଣି ନିଅନ୍ତୁ 7ଟି ସଂଖ୍ୟା । ସୁକରଙ୍କ ଠାରୁ ଯଦି ଗଣିବା ସପ୍ତମ ରାଶି ହେବ ମକର ରାଶି ।

ମକର ରାଶିର ଅଧିପତିଙ୍କ ଗ୍ରହର ଦିଗ ପଶ୍ଚିମ ଦିଗ । ଆଉ ଏକ ଉଦାହରଣ ଯଦି କୌଣସି ବ୍ୟକ୍ତିଙ୍କର ଶୁକ୍ର ମୀନ ରାଶିରେ ବସିଛନ୍ତି ତ ମୀନ ରାଶିରେ ଯଦି ଗଣିବା ସପ୍ତମ ଘରେ ହେବ କନ୍ୟା ରାଶି । କନ୍ୟା ରାଶିର ସ୍ଵାମୀ ହେଉଛନ୍ତି ବୁଧ । ବୁଧଙ୍କର ଦିଗ ହେଉଛି ଉତ୍ତର ଦିଗ । ତେବେ ଏହି ଅନୁଯାୟୀ ବ୍ୟକ୍ତିଙ୍କର ବିବାହ ଉତ୍ତର ଦିଗରେ ହେବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button