କାହିଁକି ସଚ୍ଚା ପ୍ରେମ ସମସ୍ତଙ୍କୁ ମିଳେ ନାହି ? Krishna Vani

ବନ୍ଧୁଗଣ ପ୍ରେମ ହେଉଛି ଶାଶ୍ଵତ, ଅମର, ଚିରନ୍ତନ । ପ୍ରେମ ହେଲେ ବ୍ୟକ୍ତି ଜାତି, ଭାଷା, ଧର୍ମ କିଛି ବି ଦେଖେ ନାହି ଖାଲି ଭଲ ପାଇବା ଦେଖେ । କିନ୍ତୁ ଏହି ଭଲ ପାଇବା ଯଦି ସଚ୍ଚା ଥାଏ ତେବେ ଜୀବନର ସବୁ ଦୁଖ ଭୁଲି ହୋଇଯାଏ । ଆଜି ଆମେ ଆପଣଙ୍କୁ ଭଗବାନ କୃଷ୍ଣ ଓ ରାଧା ଙ୍କ କାହାଣୀ ମାଧ୍ୟମ ରେ ଏହା କହିବୁ ଯେ ସଚ୍ଚା ପ୍ରେମ ସମସ୍ତଙ୍କୁ କାହିଁକି ମିଳେ ନାହି । ଏହାର ଯଥାର୍ଥ କଣ ରହିଛି ।
ସମସ୍ତେ କୁହନ୍ତି ଆମେ ପ୍ରେମ କରୁଛୁ । କିନ୍ତୁ ଏତେ ଜଣ ଅଛନ୍ତି ଯିଏ କି ସଚ୍ଚା ପ୍ରେମ ମାନେ ନିସ୍ଵାର୍ଥପର ହୋଇ ପ୍ରେମ କରୁଛି । ପ୍ରେମର ମାନେ ହେଉଛି ନିସ୍ଵାର୍ଥପର ଭାବନା ଥିବା, ସମର୍ପଣ ଭାବ, ବିଶ୍ଵାସ । ଯଦି ଏ ସବୁ ପ୍ରେମରେ ଥାଏ ତେବେ ନିଶ୍ଚୟ ତାହା ସଚ୍ଚା ପ୍ରେମ ଅଟେ । ଭଗବାନ କୃଷ୍ଣ ରାଧା ଙ୍କ ଠାରୁ ଅଲଗା ହୋଇ କହୁଛନ୍ତି ରାଧା କୃଷ୍ଣ ଙ୍କ ପାଦ ର ଧୁଳି ନୁହେଁ ।
ରାଧା ଏହି ଦୁନିଆରେ ସେହି ପ୍ରେମର ଫୁଲ ଅଟେ ଯିଏ କେବେ ଝାଉଁଳି ଯିବ ନାହାଇ । ରାଧା ପ୍ରେମରେ କେହି ମହାନ କି ଛୋଟ ହୁଏ ନାହି । ପ୍ରେମରେ ଉଚ୍ଚ ନୀଚ୍ଚ ନ ଥାଏ । ପ୍ରେମରେ କେହି ଧନୀ କି ଗରିବ ନୁହେଁ । ପ୍ରେମ କାହା ସହ ବି ହୋଇଯାଉ । ପ୍ରେମ ଏକ ମାତ୍ର ଏମିତି ଶବ୍ଦ ଯେଉଁଥି ରେ ବ୍ୟକ୍ତି ସମାହିତ ହୋଇଯାଏ । ଯେଉଁଥି ପହଞ୍ଚି ଗଲେ ବ୍ୟକ୍ତି ପରସ୍ପର ପ୍ରତି ସମର୍ପଣ ଭାବ ରଖିଥାନ୍ତି ।
ଠିକ ସେହିପରି ରାଧା କୃଷ୍ଣଙ୍କର ପ୍ରେମ ଅଟନ୍ତି । ସେହି ପ୍ରେମ ଅନନ୍ତ କାଳରୁ ଚାଲି ଆସୁଛି । ଅନନ୍ତ କାଳ ଯାଏଁ ଚାଲିବ ମଧ୍ୟ । ମାତ୍ର କିଛି କାରଣ ବଶତ ରାଧା କୃଷ୍ଣ ଙ୍କ ଠାରୁ ଅଲଗା ହୋଇ ଯାଇଥିଲେ । ଆଉ କୃଷ୍ଣ ଙ୍କର ପ୍ରୟାସ ଥିଲା ଯେ ପୁନଃ ରାଧା ଙ୍କ ଠାରେ ସମାହିତ ହୋଇଯିବେ । ରାଧା ଭଳି ପ୍ରେମୀ ହଜିଯାଏ ତେବେ ତାଙ୍କୁ ଖୋଜିବା ହିଁ ପ୍ରେମ ଅଟେ । ଯଦି ପ୍ରେମୀ ଭୁଲିଯାଏ ତେବେ ତାକୁ ଅସ୍ମରଣ କରିବା ହିଁ ପ୍ରେମ ଅଟେ ।
ପ୍ରେମକୁ ପାଇବାକୁ କରା ଯାଇଥିବା ପ୍ରତେକ ଟି କାର୍ଯ୍ୟ ପ୍ରେମ ଅଟେ । ରାଧା ପ୍ରେମର ପ୍ରତୀକ ଅଟନ୍ତି ଏହି ଦୁନିଆରେ । ରାଧା ଭାବନା କୃଷ୍ଣ ଙ୍କର ନ ହୋଇ ମଧ୍ୟ କୃଷ୍ଣ ଙ୍କ ନାମରେ ଆଗରେ ରହିଛନ୍ତି ଆଜି ବି ଆଉ ଆଗକୁ ବି ଅମର ହୋଇ ରହିବେ ।
ଏହି ଦୁନିଆରେ ଯେବେ ବି କେହି କାହାକୁ ଭଲ ପାଇବେ ତେବେ ରାଧା କୃଷ୍ଣ ଙ୍କ ପ୍ରେମର ପୂଜା କରିବେ ।