ଜ୍ୟୋତିଷ

ଶୁକ୍ରବାର ଦିନ ଏହି ଉପାୟ କଲେ ସାରା ଜୀବନ କେବେବି ଧନର ଅଭାବ ହେବ ନହିଁ !

ସମସ୍ତେ ଚାହାନ୍ତି କିପରି ଘରେ ସୁଖ ଶାନ୍ତିର ବାତାବରଣ ରହୁ । କିପରି ଧାନର ଅଭାବ ନ ରହୁ । ସେହି ପ୍ରଚେଷ୍ଟାରେ ସମସ୍ତେ ସବୁବେଳେ ରୁହନ୍ତି । ସବୁରି ମୂଳ ମନ୍ତ୍ର ହେଉଛି ଧନ । ସମସ୍ତ ବ୍ୟକ୍ତି ବ୍ୟବସାୟରେ ହେଉ ବା ଚାକିରିରେ ଧନର କିପରି ହାସଲ କରିବେ ତାହା ଚାହାନ୍ତି । ତ ଆସନ୍ତୁ ଜାଣିବା କଣ କରିବା ଦ୍ଵାରା ଧନର ଅଭାବ ରହିବ ନହିଁ । ଆଜି ଆପଣଙ୍କୁ ଏପରି ଏକ ଉପାୟ କହିବୁ ଯେଉଁଥି ପାଇଁ ଧନ ପ୍ରଚୁର ହେବ । ସମସ୍ତେ ଜାଣିଥିବେ ଗୋମତୀ ଚକ୍ର ବିଷୟରେ ।

ଏହି ଗୋମତୀ ଚକ୍ର କୁ କିପରି ବ୍ୟବହାର କରିବା ଦ୍ଵାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇ ଧନର ବର୍ଷା କରନ୍ତି । ଏହି ଗୋମତୀ ଚକ୍ରକୁ ମା ଲକ୍ଷ୍ମୀଙ୍କର ପ୍ରତିନିଧି କୁହାଯାଏ । ଶୁକ୍ଳପକ୍ଷର ସୋମବାର ଦିନ ୧୧ ଟି ଗୋମତୀ ଚକ୍ର ଆଣନ୍ତୁ । ଏକ ହଳଦିଆ କପଡାରେ ସେହି ଗୋମତୀ ଚକ୍ର କୁ ସିନ୍ଦୁର ଧୂପ ଦେଇ ବାନ୍ଧି ଦିଅନ୍ତୁ । ସେହି ପୁଟୁଳିକୁ ଘରେ ବା ବ୍ୟବସାୟ ଜାଗାରେ ବା ପଇସା ଡ୍ରରେ ରଖନ୍ତୁ ଦେଖିବେ କୌଣସି କାରଣରୁ ଧନର ଅଭାବ ରହିବ ନାହଁ । କୌଣସି କ୍ଷେତ୍ରରେ ଧନର ଅଯଥା ଖର୍ଚ୍ଚ ମଧ୍ୟ କରିବେ ନହିଁ ।

ସେହି ଉପାୟରେ ଶୁକ୍ରବାର ଦିନ ୧୧ ଟି ଗୋମତୀ ଚକ୍ରକୁ ମା ଲକ୍ଷ୍ମୀଙ୍କ ଏହି ମନ୍ତ୍ର  ‘ଓଁ ଶ୍ରୀଂ ହ୍ରୀଙ୍ଗ କମଳେ କମଳାଳୟେ ପ୍ରସିଦ ପ୍ରସିଦ ଶ୍ରୀଂହ୍ରୀଙ୍ଗ ଶ୍ରୀଂ ଓଁ ମହାଲକ୍ଷ୍ମୀ ନମହ ‘ ଜପ କରି ସେଥିମଧ୍ୟରୁ ଚାରୋଟିକୁ ନେଇ ଆପଣଙ୍କ ଘରର ଚାରିଟି କୋଣରେ ରଖିଦିଅନ୍ତୁ । ଆଉ ତିନୋଟି ଚକ୍ର କୁ ପୂଜା ଘରେ ରଖନ୍ତୁ ,ଆଉ ତିନୋଟି ଚକ୍ରକୁ ଏକ ଲାଲ କପଦରେ ବାନ୍ଧି ଧନ ରଖୁଥିବା ସ୍ଥାନରେ ରଖନ୍ତୁ , ଶେଷରେ ଯେଉ ଗୋଟିଏ ଗୋମତୀ ଚକ୍ର ରହିବା ତାକୁ କୌଣସି ମନ୍ଦିରରେ ରଖିଦେଇ ଆସନ୍ତୁ ।

ଏହା କରିବା ଦ୍ଵାରା ଆପଣଙ୍କର ଯଦି ଆୟ କମ ଓ ବ୍ୟୟ ଅଧିକ ହେଉଥାଏ । ତ ସେଥିରୁ ମୁକ୍ତି ପାଇବେ । ଗୋମତୀ ଚକ୍ର ଧନ ବୃଦ୍ଧି ହେବାରେ ସହାୟକ ହୋଇଥାଏ । ଗୋମତୀ ଚକ୍ରକୁ ନେଇ କିପରି ଧନ ବୃଦ୍ଧି କରିବେ ଆସନ୍ତି ଜାଣିବା । ଶୁକ୍ଳପକ୍ଷର ପ୍ରଥମ ଗୁରୁବାରରେ ତିନୋଟି ଅଭିମନ୍ତ୍ରିତ ଗୋମତୀ ଚକ୍ର ଓ ଧନ କାରକ କଳା କଉଡି ,ସତ ଖଣ୍ଡ ହଳଦୀ ଏକା ସାଙ୍ଗରେ ହଳଦିଆ କପଡାରେ ବାନ୍ଧି ଧନ ରଖୁଥିବା ସ୍ଥାନରେ ବା ବାଣିଜ୍ୟ ପ୍ରତିଷ୍ଟାନରେ ରହିଦିଅନ୍ତୁ । ଏହା ଦ୍ଵାରା ଧନର ଅଭାବ ରହିବ ନହିଁ ।

ସାତଟି ଅଭିମନ୍ତ୍ରିତ ଗୋମତୀ ଚକ୍ର ଓ ଖଣ୍ଡେ କଳା ହଳଦୀ କୁ ଏକତ୍ରିତ କରି ହଳଦିଆ କପଡାରେ ବାନ୍ଧି ଘରେ ହେଉ ବା ବ୍ୟବସାୟ କ୍ଷେତ୍ରରେ ରଖିଦିଅନ୍ତୁ । ଏହା ଦ୍ଵାରା ଜୀବନରେ ବହୁତ ପରିବର୍ତନ ଆସିବ । ଜୀବନ ସୁଖମୟ ହେବ । ଧନର ଅଭାବ ରହିବା ନହିଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button