ପ୍ରଭୁ ଶ୍ରୀ ଧବଳେଶ୍ଵର ମନ୍ଦିର ର ରହସ୍ୟ କଣ ରହିଛି ? ଏହି ମନ୍ଦିର ର ନାମକରଣ ପଛରେ କଣ ରହିଛି ରହସ୍ୟ?

ବନ୍ଧୁଗଣ ପ୍ରଭୁ ଶ୍ରୀ ଧବଳେଶ୍ଵର କିଏ ? ଧବଳେଶ୍ଵର ନାମକରଣ ହେଲା ଆକିପରି ? ସତରେ କଣ କଳା ବଳଦ ଧଳା ପାଲଟି ଯାଇଥିଲା ? ଓଡିଶା ରାଜ୍ୟର କଟକ ଜିଲ୍ଲାରେ ମହାନଦୀ ଦ୍ବୀପରେ ପ୍ରଭୁ ଶ୍ରୀ ଧବଳେଶ୍ଵରଙ୍କ ମନ୍ଦିର ଅବସ୍ଥିତ ଅଛି । ମନ୍ଦିରର ନାମ ଯେପରି ରହସ୍ୟମୟ ସେହିପରି ଦ୍ରୁଶ୍ଯ ମଧ୍ୟ ଅତି ମନୋରମା । ଏହି ମନ୍ଦିରକୁ ନେଇ ଐତିହାସିକ ତଥା ପୌରାଣିକ ମତ ରହିଛି ।
କଥା ଅନୁଯାୟୀ ତେଲି ଜାତିର ବ୍ୟକ୍ତି ଓ ତାର ପରିବାର ଦୁଖରେ ଦିନରେ କାଟୁଥିଲେ । ଦିନେ ବ୍ୟକ୍ତି ଜଣକ ଶିବ ଶଙ୍କରଙ୍କ ମନ୍ଦିରକୁ ଯାଇ ଅଣ୍ଡିରା ବାଛୁରି ଦେବାକୁ କହିଲା ଆଉ ବଡ ହେଲେ ଫେରାଇ ଦେବାକୁ କହି ପ୍ରାର୍ଥନା କରିଲା । ଆଉ ପରେ ପ୍ରଭୁ ଶଙ୍କରଙ୍କ କୃପା ବ୍ୟକ୍ତି ଉପରେ ପଡିଲା । ଏହି କଥା ସତ ମଧ୍ୟ ହେଲା । ଏହିପରି ଭାବେ ତା ପରିବାର ଖୁସିରେ ଚାଲୁଥାଏ ।
କିନ୍ତୁ ଦିନେ ସେହି ଗାଁର ସ୍ଥିୟ ଚୋର ଟି ବଳଦ କୁ ଚୋରୀ କରି ନେଲା । ବଳଦକୁ ନ ପାଇ ବ୍ୟକ୍ତି ଜଣକ ଏଣେତେଣେ ଖୋଜିବାରେ ଲାଗିଲା । ଆଉ ଯେବେ ଗାଁ ଲୋକେ ବଳଦ ଖୋଜି ଖୋଜି ଚୋର ପାଖରେ ପହଞ୍ଚିଥିଲେ ସେତେବେଳେ ଚୋର ଏହି ବିପଦରୁ ଉଧାର ପାଇବାକୁ ମହାଦେବଙ୍କୁ ପ୍ରାର୍ଥନା କରିଥିଲା ।
ଆଉ ତାପରେ ମହାଦେବ ଯୋଗୀ ବେଶରେ ଆସି କହିଲେ ମୁଁ ତୁମ ଦ୍ଵାରା ବଳଦକୁ ଚୋରୀ କରାଇଛି ବ୍ୟସ୍ତ ହେବାର କିଛି ନାହିଁ । ତାପରେ ଯେବେ ଯୋଗୀ ସାଜିଥିବା ପ୍ରଭୁ ଶିବ ବଳଦ ପାଖକୁ ଗାଁ ଲୋକଙ୍କ ପାଖକୁ ନେଇଗଲେ ସେତେବେଳେ ବଳଦର ରଙ୍ଗ ଧଳା ହୋଇଯାଇଥିଲା । ସେଥିପାଇଁ ଗାଁ ଲୋକେ ଚୋରକୁ ସନ୍ଦେହ କରିଲେ ନାହିଁ ।
କିନ୍ତୁ ଚୋରଟି ବଳଦକୁ ନେଇ ଗାଁ ଲୋକଙ୍କ ପାଖରେ ପହଞ୍ଚିଲା ଆଉ ସଉ ସତ କଥା କହିଲା ଆକି କେମିତି କଳା ବଳଦ ଧଳା ହୋଇଗଲା । ଆଉ ସଙ୍ଗେ ସଙ୍ଗେ ଗାଁ ଲୋକେ ଶିବ ମନ୍ଦିରକୁ ଯାଇ ପୂଜା ଆରମ୍ଭ କରିଲେ । ତାପରେ ତେଲି ଲୋକଟି ମନ୍ଦିରକୁ ଯାଇ ପ୍ରଭୁଙ୍କୁ କ୍ଷମା ଯାଚନା କରିଲା କାରଣ ସେ ଦେଇଥିବା କଥା ରଖିପାରି ନ ଥିଲା ।
ସେହି ଦିନ ଠାରୁ କଳା ବଳଦ ଧଳା ହୋଇଥିବାରୁ ମନ୍ଦିରର ନାମ ଧବଳେଶ୍ଵର ରଖାଗଲା । ଏହା ହେଉଛି ମନ୍ଦିରର ନାମକରଣର ରହସ୍ୟ । ସମୟ କ୍ରମେ ଏହି ଘଟଣା ଟି ରାଜା ଯଯାତୀ କେଶରୀଙ୍କ ନିକଟରେ ପହଞ୍ଚି ଥିଲେ ଯିଏ ସେହି ସମୟରେ ରାଜା ଥିଲେ । ତାପରେ ରାଜା କେସରୀ ମନ୍ଦିର ର ପୁନଃ ନିର୍ମାଣରେ ଲାଗି ପଡିଲେ ।
ଏ ମନ୍ଦିରକୁ ନେଇ ଅନେକ ରୋଚକ ରହସ୍ୟ ରହିଛି । ମହାନଦୀର ଗୋଟେ ଦ୍ବୀପରେ ଏହି ମନ୍ଦିରଟି ଅବସ୍ଥିତ । ବଡ ବଡ ବାତ୍ୟା ଆସିଲେ ବି ମନ୍ଦିର କିଛି କ୍ଷତି ହୁଏ ନାହିଁ । ଏହି ମନ୍ଦିରକୁ ଯିବାକୁ ହେଲେ ପ୍ରଥମେ ଡଙ୍ଗାର ସାହାର୍ଯ୍ୟ ନେବାକୁ ପଡୁଥିଲା । କିନ୍ତୁ ଗତ 5 ବର୍ଷ ହେବ ସରକାରଙ୍କ ଦ୍ଵାରା ଝୁଲା ପୋଲା ନିର୍ମାଣ ହୋଇଛି ।