ଜ୍ୟୋତିଷ

ଧନର ବର୍ଷା କରୁଥିବା ଏହି ଚମତ୍କାରୀ ଫୁଲ ରେ କରନ୍ତୁ ଏହି ସବୁ ଉପାୟ….

ବନ୍ଧୁଗଣ ଆଜି ଆମେ ଜାଣିବା ଏକ ଚମତ୍କାରୀ ଫୁଲ ବିଷୟରେ ଯାହା କି ଗୃହକୁ ଧନର ଆଗମନ କରିବା ସହ ଘରେ ସୁଖ ଶାନ୍ତି ବୃଦ୍ଧି କରାଇଥାଏ । ଏହି ଫୁଲର ନାଁ ହେଉଛି ନାଗଚମ୍ପା । ଯଦି କୌଣସି ବ୍ୟକ୍ତି ଜୀବନରେ ଧନର ଅଭାବ ହେଉଛି, ଏହାକୁ ନେଇ ଚିନ୍ତିତ ଅଛନ୍ତି ତେବେ ଏହି ଖାସ ଉପାୟ କରିବା ଦ୍ଵାରା ସବୁ ଦୁଃଖ ଦୃଢ଼ ହେବା ସହ ଧନ, ସୁଖ ସମୃଦ୍ଧି ଲାଭ ହୋଇଥାଏ । ଏହି ଉପାୟ କରିବା ସମୟରେ କଥା ହେବେ ନାହିଁ କି କେହି ଦେଖିବେ ନାହିଁ ।

ଭଗବାନଙ୍କୁ ପୂଜା କରିବା ସମୟରେ ତାଙ୍କର ମନ ପସନ୍ଦର ଫୁଲ ଅର୍ପଣ କରାଯାଏ । କିନ୍ତୁ ମହାଦେବଙ୍କ ପ୍ରିୟ ଫୁଲ ମଧ୍ୟରୁ ଗୋଟେ ଫୁଲ ହେଉଛି ନାଗଚମ୍ପା ଫୁଲ । ଯାହା ଦେଖିବାକୁ ନାଗ ସାପ ର ଫଣା ସଦୃଶ ହୋଇଥାଏ । ଏହି ଫୁଲ ସାଧାନତଃ ସବୁ ସମୟରେ ଦେଖିବାକୁ ମିଳି ନ ଥାଏ । ଏହି ଫୁଲ ଶୀତ ଋତୁ ରେ ଦେଖିବାକୁ ମିଳିଥାଏ ।

ଏହି ନାଗଚମ୍ପା ଫୁଲ ମହାଦେବ, ମାତା ପାର୍ବତୀ ଓ ଭଗବାନ ଗଣେଶ ଙ୍କର ବହୁତ ପ୍ରିୟ ହୋଇଥାଏ । ଏହି ଫୁଲ ଘରକୁ ସୁଖ ଶାନ୍ତି ଆଣିଥାଏ । ଏହାର ସଠିକ ବ୍ୟବହାର ଦ୍ଵାରା ଆର୍ଥିକ ସମସ୍ଯା ଦୂର ହୁଏ । ଏବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ ବିସ୍ତାର ଭାବେ ।

1- ଘରର ନଜର ଦୋଷ ଦୂର କରିବା ପାଇଁ ସୋମବାର ଦିନ ସୂର୍ଯ୍ୟ ଉଦୟ ସମୟରେ ନାଗଚମ୍ପା ଫୁଲକୁ ଘରର ମୁଖ୍ୟଦ୍ଵାରରେ ଟାଙ୍ଗୀ ଦିଅନ୍ତୁ । ଏହା ଦ୍ଵାରା ଖରାପ ଶକ୍ତି ପ୍ରବେଶ କରେ ନାହିଁ । ଏହା କରିବା ସମୟରେ କେହି ଯେମିତି ନ ଦେଖନ୍ତି ।

2- କରଜ ରୁ ମୁକ୍ତି ପାଇଁ ଓ ଧନ ଲାଭ ପାଇଁ ଶନିବାର ବା ସୋମବାର ଦିନ ରାତ୍ରିରେ ନାଗଚମ୍ପା ଫୁଲ କୁ ଆଣନ୍ତୁ । ତାପର ଦିନ ସକାଳୁ ନଦୀ ରେ ଭସାଇ ଦିଅନ୍ତୁ ଏହି ଫୁଲକୁ । ଧ୍ୟାନ ରଖିବେ ଏହି ଉପାୟ ବିଷୟରେ କାହାକୁ ଜଣାଇବେ ନାହିଁ । ଏପରି କରିଲେ ଆର୍ଥିକ ସମସ୍ଯା ଦୁର ହୁଏ ।

3- ଯଦି ଆପଣ ନିଜର ମନ ପସନ୍ଦର ଚାକିରି ପାଇବାକୁ ଚାହୁଁଛନ୍ତି ତେବେ ପ୍ରତିଦିନ ମା ଦୂର୍ଗା ନା ପାର୍ବତୀ ଙ୍କୁ ଗୋଟେ ନାଗଚମ୍ପା ଫୁଲ ଅର୍ପଣ କରନ୍ତୁ । ଦେଖିବେ 11 ଦିନ ମଧ୍ୟରେ ଇଚ୍ଛା ପୂରଣ ହେବ ।

4- ଧନର ସମସ୍ଯା ଦୂର କରିବାକୁ ହେଲେ ଓ ଚାକିରିରେ ଉନ୍ନତି ପାଇଁ ସୋମବାର ଦିନ ଶିବଲିଙ୍ଗରେ 3ଟି ନାଗଚମ୍ପା ଫୁଲ ଅର୍ପଣ କରନ୍ତୁ । ସେହି ଫୁଲ ମଧ୍ୟରୁ ଗୋଟେ ଆଣି ନିଜ ପାଖରେ ରଖନ୍ତୁ । ଧନର ସମସ୍ଯା ଦୂର ହେବ ସହ ମନ ପସନ୍ଦର ଚାକିରି ମିଳିଥାଏ । ଏହି ନାଗଚମ୍ପା ଫୁଲ କୁ ବ୍ୟବହାର କରି ବ୍ୟକ୍ତି ନିଜର ସବୁ ସମସ୍ଯା ଦୂର କରି ପାରିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button