ଧନତେରସ ଦିନ ଘରକୁ କିଣି ଆଣନ୍ତୁ ଏହି ଜିନିଷ ଘରେ ଧନର ବୃଦ୍ଧି ହେବ ।

ବନ୍ଧୁଗଣ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶ ତିଥି ରେ ଧନତେରସ ପାଳନ କରାଯାଇଥାଏ । ଏହି ଦିନ ମା ଲକ୍ଷ୍ମୀ ଓ ଶ୍ରୀ ଗଣେଶ ଓ କୁବେର ମହାରାଜଙ୍କ ପୂଜା କରାଯାଏ । ଏହା ସହ କିଛି ବିଶେଷ ଉପାୟ କରିଲେ ଘରେ ମା ଲକ୍ଷ୍ମୀଙ୍କ କୃପା ଲାଭ ହୁଏ । ହିନ୍ଦୁ ଧର୍ମରେ ଅନେକ ପର୍ବ ପର୍ବାଣି ପାଳନ କରାଯାଏ । ଏଥି ମଧ୍ୟରୁ ଦୀପାବଳି ଅନ୍ୟତମ ଅଟେ ।
ଏହି ପର୍ବ ଆସିଲେ ଲୋକ ମାନେ ଆନନ୍ଦ ଉଲ୍ଲାସରେ ମନାଇଥାନ୍ତି । ଦୀପାବଳି ଆଲୋକର ପର୍ବ ଅଟେ । ଦୀପାବଳି ର 2 ଦିନ ପୂର୍ବରୁ ଧନତେରସ ପଡିଥାଏ । ଏହି ଥର ନଭେମ୍ବର 10 ଶୁକ୍ରବାର ଦିନ ଧନତେରସ ପଡୁଅଛି । ଆଜି ଆମେ ଜାଣିବା ଏହି ଦିନ କେଉଁ କେଉଁ ଜିନିଷ ଘରକୁ ଆଣିଲେ ଧନର ବୃଦ୍ଧି ହୋଇଥାଏ ।
1- ଏହି ଦିନ ପିତଳ ପାତ୍ର କିଣିବା ଶୁଭ ହୋଇଥାଏ । କାରଣ ଯେବେ ଭଗବାନ ଧନତେରୀ ପ୍ରକଟ ହୋଇଥିଲେ ସେତେବେଳେ ସେ ଏକ ପାତ୍ରରେ ଅମୃତ ନେଇ ଆସିଥିଲେ ।
2- ଚାନ୍ଦି ହେଉଛି ଚନ୍ଦ୍ରମାର ଧାତୁ । ଏହି ଦିନ ରୂପାର କିଛି ଜିନିଷ ଆଣିଲେ ଯଶ, କୀର୍ତ୍ତି ଓ ଧନର ବୃଦ୍ଧି ହୋଇଥାଏ ।
3- ସମୁଦ୍ର ମନ୍ଥନ ସମୟରେ ମା ଲକ୍ଷ୍ମୀଙ୍କ ସହ କଉଡି ପ୍ରକଟ ହୋଇଥିଲେ । ଏଣୁ ଧନତେରସ ଦିନ କଉଡି ଆଣି ଦୀପାବଳି ଦିନ ପୂଜା କରନ୍ତୁ । ଓ ଏହାକୁ ସିନ୍ଧୁକରେ ରଖିଲେ ଧନର ଅଭାବ କେବେ ହେବେ ନାହିଁ ।
4- ଏହି ଦିନ ମା ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କ ମୂର୍ତ୍ତି କିଣି ଆଣନ୍ତୁ । ଏହା ଦ୍ଵାରା ବର୍ଷ ସାରା ଧନର ଅଭାବ ରୁହେ ନାହିଁ ।
5- ଧନତେରସ ଦିନ ଧନିଆ ନିଶ୍ଚୟ ଆଣନ୍ତୁ । ଏହା ଦ୍ଵାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଦୀପାବଳି ଦିନ ଧନିଆ କୁ ପୂଜା କରି ଘରର ସବୁ ଆଡେ ସିଂଚନ କରିଲେ ଧନ ହାନି ହୁଏ ନାହିଁ ।
6- ଏହି ଦିନ ଶଙ୍ଖ ନିଶ୍ଚୟ କିଣି ଆଣନ୍ତୁ । ଦୀପାବଳି ଦିନ ଶଙ୍ଖ କୁ ପୂଜା କରି ବଜାଇଲେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।
7- ଧନତେରସ ଦିନ ନୂଆ ଝାଡୁ ଘରକୁ ନେଇ ଆସନ୍ତୁ ଓ ଦୀପାବଳି ଦିନ ଏହି ଝାଡୁ ରେ ଘରକୁ ସଫା କରନ୍ତୁ । ଏହା ଦ୍ଵାରା ଘରେ ଥିବା ନେଗେଟିଭ ଊର୍ଜା ଦୂର ହେବ ।
8- ଧନତେରସ ଦିନ ଲୁଣ କିଣି ଆଣନ୍ତୁ । ଲୁଣ ପାଣିରେ ପକାଇ ଘରେ ପୋଛା ମାରିଲେ ଅଶୁଭ ଶକ୍ତି ଦୂର ହେବା ସହ ଋଣରୁ ମୁକ୍ତି ମିଳିଥାଏ ।
9- ଏହି ଦିନ ମାଟିରେ ତିଆରି ହୋଇଥିବା କଳସ କିଣି ଆଣନ୍ତୁ । ଏହାକୁ କିଣିକି ଆଣିବା ପରେ ଘରର ଉତ୍ତର ଦିଗରେ ଜଳ ଭରିକି ରଖନ୍ତୁ ।
10- ଏହି ଦିନ ଦକ୍ଷିଣାବର୍ତ୍ତୀ ଶଙ୍ଖ କିଣି ଆଣନ୍ତୁ । ଘରେ ତମ୍ବା ବା ପିତଳର ମୂର୍ତ୍ତି ଥିଲେ ଦକ୍ଷିଣାବର୍ତ୍ତୀ ଶଙ୍ଖ ରେ କ୍ଷୀର ରେ ଏହି ଦିନ ସ୍ନାନ କରନ୍ତୁ ।