ଗୋଟେ ମୟୂର ପଙ୍ଖ ଆପଣଙ୍କୁ ଭିକାରୀ ରୁ କୋଟିପତି ବନାଇ ଦେବ…

ବନ୍ଧୁଗଣ ପୌରାଣିକ କଥା ଅନୁଯାୟୀ ମୟୂର ପର ର ବିଶେଷ ମହତ୍ଵ ଅଛି । ମୟୂର ପରକୁ ଭଗବାନ କୃଷ୍ଣ ଙ୍କ ମୁକୁଟରେ ସ୍ଥାନ ମିଳିଛି । ଏହା ସହ ଇନ୍ଦ୍ରଦେବ ମଧ୍ୟ ମୟୂର ପର ର ସିଂହାସନ ଉପରେ ଅବସ୍ଥାନ କରୁଥିଲେ । ପ୍ରାଚୀନ କାଳରେ ଲେଖିବା ପାଇଁ ମୟୂର ପର ର ବ୍ୟବହାର ହେଉଥିଲା । ଆଜି ଆମେ ଜାଣିବା ମୟୂର ପର ର 15ଟି ଚମତ୍କାରୀ ଫାଇଦା ବିଷୟରେ ।
1- ଯେଉଁ ବ୍ୟକ୍ତି ନିଜ ଘରେ ଦୁଇଟି ମୟୂର ପର ରଖିଥାନ୍ତି ସେହି ଘରେ କେବେ କେହି ଅଲଗା ହୋଇ ନ ଥାନ୍ତି । ଏହା ରଖିବା ଦ୍ଵାରା ଘର ପରିବାର ଏକତ୍ର ରହିଥାଏ ।
2- ଯେଉଁ ବ୍ୟକ୍ତି ନିଜ ପାଖରେ ମୟୂର ପର ରଖିଥାଏ ସେହି ବ୍ୟକ୍ତି ଉପରେ କୌଣସି ଅଶୁଭ ଦ୍ରୁଷ୍ଟି ପଡେ ନାହିଁ ।
3- ମୟୂର ପର କୁ ସବୁବେଳେ ନିଜ ଘରେ ରଖିବା ଦ୍ଵାରା ଅଶୁଭ ଶକ୍ତି ର ନାସ ହୋଇଥାଏ ଓ ଶୁଭ ଶକ୍ତିର ବାସ ହୋଇଥାଏ ।
4- ଯଦି କାହାର ପାଠ ଭଲ ହେଉ ନାହିଁ ବା ମନେ ରହୁ ନାହିଁ ତେବେ ନିଜ ପାଖରେ ମୟୂର ପର ରଖିବା ଉଚିତ । ଏହା ଦ୍ଵାରା ସେହି ବ୍ୟକ୍ତି ବୁଦ୍ଧିମାନ ହୋଇଥାଏ ।
5- ନିଜ ପକେଟ ବା ଡାଏରୀ ରେ ମୟୂର ପର ରଖିବା ଦ୍ଵାରା ରାହୁ ଦୋଷ ପ୍ରଭାବିତ କରି ନ ଥାଏ ।
6- ମୟୂର ର ସବୁଠାରୁ ପ୍ରିୟ ଖାଦ୍ୟ ସାପ ଅଟେ । ସେଥିପାଇଁ ସାପ ମୟୂର କୁ ଭୟ କରିଥାଏ । ଯେଉଁ ଘରେ ମୟୂର ପଙ୍ଖ ଥାଏ ସେଠାକୁ ସାପ କେବେ ବି ଯାଏ ନାହିଁ ।
7- କେବେ କେବେ ମୟୂର ପର କୁ ମୁଣ୍ଡରେ ଧାରଣ କରିବା ଦ୍ଵାରା ବିଦ୍ୟା ଲାଭ ହୁଏ ।
8- ଘରେ ଯଦି ବାସ୍ତୁ ଦୋଷ ଅଛି ତେବେ ମୁଖ୍ୟଦ୍ଵାରରେ 3ଟି ମୟୂର ପର ସ୍ଥାପନ କରନ୍ତୁ । ପଙ୍ଖ ତଳେ ଗଣେଶ ଜୀ ଙ୍କ ପ୍ରତିମା ସ୍ଥାପନ କରନ୍ତୁ । ଏହା ଦ୍ଵାରା ବାସ୍ତୁ ଦୋଷ ଦୂର ହୁଏ ।
9- ଯଦି ଜୀବନରେ ସଙ୍କଟ ଆସୁଛି ତେବେ ଘର ବା ବେଡ ରୁମରେ ଅଗ୍ନି କୋଣରେ ଲଗାଇ ଦିଅନ୍ତୁ ।
10- ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ହେଉଥିଲେ ବିବାହ ଫୋଟୋରେ 2ଟି ମୟୂର ପର ଆଣି ଲଗାଇ ଦିକନ୍ତୁ ।
11- ମୟୂର ପରକୁ ରାତି ସମୟରେ ବାହାରେ ବା ଅଗଣାରେ ରଖିଲେ ଖରାପ ପ୍ରଭାବର ନାସ ହେବ ।
12- ମୟୂର ପରକୁ ରଖୁଥିବା ବ୍ୟକ୍ତି କେବେ ବି ଅସଫଳତା ହୁଏ ନାହିଁ ।
13- ମୟୂର ପଙ୍ଖ କୁ ମୁଣ୍ଡ ପାଖରେ ରଖିକି ସୋଇଲେ ଖରାପ ସ୍ଵପ୍ନ ଆସି ନ ଥାଏ ।
14- ମୟୂର ପରକୁ ତଳେ ପକାଇବା ଅନୁଚିତ । ଏହାଦ୍ବାରା ଘରର ବୃଦ୍ଧି ହୋଇ ନ ଥାଏ ।
15- କେହି ଅଜାଣତରେ ମୟୂର ପଙ୍ଖ ଦେଲେ ଆପଣଙ୍କ ଜୀବନରେ ସଫଳତାର ରାସ୍ତା ଖୋଲି ଯାଇଥାଏ ।